ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡ଼ିଓ ଙ୍କ କାର୍ଯ୍ୟ ତତ୍ପରତା ପ୍ରଂଶସନୀୟ 

ବିଡ଼ିଓ ଙ୍କ କାର୍ଯ୍ୟ ତତ୍ପରତା ପ୍ରଂଶସନୀୟ 

ତେନ୍ତୁଳିଖୁଣ୍ଟି ୨୧/୦୧/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ସବୁବେଳେ ତାଙ୍କ କାର୍ଯ୍ୟ ଶୈଳୀ ହେଉ ଅବା ନିସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼ାଇ କେତେବେଳେ ବଦାନ୍ୟତା ପାଇଁ ତ କେତେବେଳେ ମୃଦଙ୍ଗ ବଜାଇ ଚର୍ଚ୍ଚାରେ ରହି ଆସିଛନ୍ତି। ଗତକାଲି କୋଡିଏ ତାରିଖ ରାତି ରେ ଏଭଳି ଏକ କାର୍ଯ୍ୟ କରି ପୁଣି ପ୍ରଶଂସା ସାଉଁଟିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ର ଗୌଡ଼ଗୁଡ଼ା ଗ୍ରାମ ରେ ଏକ ବଳଦ ମରି ପଡ଼ିଥିଲା,ଦିନ ତମାମ ଉକ୍ତ ବଳଦ କୁ ଉଠାଇ ସଂସ୍କାର କରିବା ଅବା ପୋତିବା ବ୍ୟବସ୍ଥା କେହି କରୁ ନ ଥିଲେ। କିଛି ଖବରଦାତା ଏ ସମ୍ପର୍କରେ ଖବର ପାଇ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ରାତି ପ୍ରାୟ ଆଠ ଟା ବେଳେ ଖବର ଦେଇଥିଲେ। ବିଡ଼ିଓ ତତକ୍ଷଣାତ୍ ତତ୍ପର ହୋଇ ଜେସିବି ବ୍ୟବସ୍ଥା କରି ସ୍ଥାନୀୟ କିଛି ସାମାଜିକ କର୍ମୀ ଙ୍କୁ କହି ମୃତ ବଳଦ କୁ ରାସ୍ତାରୁ ଉଠାଇ ଗାତ ଖୋଳି ପୋତିବା ବ୍ୟବସ୍ଥା କରାଇ ଥିଲେ।ମୃତ ବଳଦ କୁ ରାସ୍ତାରୁ କାଢି ପୋତିବା କାର୍ଯ୍ୟ ରାତି ରେ ହିଁ ସାଢେ଼ ନଅ ବେଳେ ସମ୍ପନ୍ନ ହୋଇଥିଲା ଓ ବିଡ଼ିଓ ଯେଉଁ ମାନେ ଖବର ଦେଇଥିଲେ ସେମାନଙ୍କୁ ବଳଦ ର ଅନ୍ତିମ ସଂସ୍କାର ହୋଇ ସାରିଥିବା ଅବଗତ କରାଇଥିଲେ। ଏଭଳି କାର୍ଯ୍ୟ ତତ୍ପରତା କୁ ସାଧାରଣ ରେ ପ୍ରଂଶସା ମିଳୁଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଣ୍ଟକlର ଶାଖା ତରଫରୁ ରକ୍ଷା ବନ୍ଦନ 

Sunil Chandra Nayak

ପାରମ୍ପରିକ ଆଞ୍ଚଳିକ ବୈଦ୍ୟସଂଘର ମାସିକ ବୈଠକ

Sunil Chandra Nayak

ବାମନଘାଟୀ ଉପଖଣ୍ଡର ମୁସଲମାନ ସଂପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତ 

Sunil Chandra Nayak

Leave a Comment

error: Content is protected !!