ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗନବାଡି ସଂଘର ନବରଙ୍ଗପୁର ବ୍ଲକ ସମ୍ମିଳନୀ

ଅଙ୍ଗନବାଡି ସଂଘର ନବରଙ୍ଗପୁର ବ୍ଲକ ସମ୍ମିଳନୀ 

ନବରଙ୍ଗପୁର:( ୨୦ I୧)(ରବି ନାରାୟଣ ମହାନ୍ତି)ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସୋସିଏସନ ନବରଙ୍ଗପୁର ବ୍ଲକ ର ସମ୍ମିଳନୀ ନୀଳକଣ୍ଠଗୁଡ଼ା ସ୍ଥିତ ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ କମିଟି ଗଠନ ସହ କାର୍ଯ୍ୟକର୍ତ୍ତା ଚୟନ କରାଯାଇ ଦାୟିତ୍ୱ ଦିଆଯାଇଥିଲା l ନବରଙ୍ଗପୁର ବ୍ଲକ କମିଟି ଭଙ୍ଗ କରି ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ସର୍ବସମ୍ମତି କ୍ରମେ ବ୍ଳକ ସଭାନେତ୍ରୀ ଭାବେ ଛବିଳ କୁମାରୀ ମାଝୀ,ଉପସଭାନେତ୍ରୀ ପ୍ରତିମା ଭତରା ଓ ଚନ୍ଦନା ବେହେରା, ସମ୍ପାଦିକା ସୁମିତ୍ରା ମାଝୀ,ସହସମ୍ପାଦିକା ଗୀତାଞ୍ଜଳି ହରିଜନ ଓ ସୌଦାମିନୀ ଟାକ୍ରୀ, କୋଷାଧ୍ୟକ୍ଷା ସାବିତ୍ରୀ ପାଇକ, ସେକ୍ଟର ସଭ୍ୟା ଭାବେ ରୁକ୍ମଣୀ ହରିଜନ, ବସୁମତୀ ଜାନି , ଚନ୍ଦ୍ରାବତୀ ନାୟକ, ଚଞ୍ଚଳା ଭତରା, ଲଛମା ଜାନି, ରେବତୀ ଜାନି ଓ କମଳା ହରିଜନ ଚୟନ ହୋଇଥିଲେ । ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ଉପଦେଷ୍ଟା ପରମେଶ୍ବର ବିଷୋୟୀ, ଜିଲ୍ଲା ସଂଯୋଜକ ବିଷ୍ଣୁ ପ୍ରସାଦ ବିଷୋୟୀ, ବିଶ୍ୱକର୍ମା ମଜଦୁର ସଂଘ ସମ୍ପାଦକ ଖଗେଶ୍ୱର ବିଷୋୟୀ , ଅଙ୍ଗନବାଡୀ ସଂଘ ଜିଲ୍ଲା ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ, ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ବାଳ, କୋଷାଧ୍ୟକ୍ଷା ମମତାବ୍ରହ୍ମା, ବ୍ଳକ ସଭାନେତ୍ରୀ ଓ ସମ୍ପାଦିକା ଯୋଗ ଦେଇଥିଲେ । ଆଗାମୀ ଦିନରେ କାର୍ଯ୍ୟ ପନ୍ଥା ସ୍ଥିର କରିବ ବୋଲି ସଂଘ ଦ୍ଵାରା ସୂଚନା ଦିଆଯାଇଛି । ଏଥିରେ ନବରଙ୍ଗପୁର ବ୍ଲକ ର ସମସ୍ତ ଅଙ୍ଗନବାଡି ଓ ସହାୟିକା ମାନେ ଉପସ୍ଥିତ ଥିଲେ l ଅଙ୍ଗନବାଡି ମାନଙ୍କ ଅନେକ ସମସ୍ୟା ନେଇ ସରକାର ଅବଗତ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସି ଏମ୍ ଟ୍ରଫି ଜୋନ୍ ସ୍ତରୀୟ କବାଡିରେ ମୟୂରଭଞ୍ଜ ଦଳରେ କିସ୍ ବାରିପଦାର ସାତ ଜଣ ଛାତ୍ରୀ ସାମିଲ୍

ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିବା, ସେ ବାବଦରେ ପ୍ରସ୍ତୁତି ଓ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

ଅପରେସନ୍‍ ସିନ୍ଦୁର’ର ସଫଳତା: ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ  କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ କଲେ ତ୍ରିରଙ୍ଗା ବାଇକ୍ ଯାତ୍ରାର ଉଦ୍ଘାଟନ 

masiha

Leave a Comment

error: Content is protected !!