ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳୀୟ ନବବର୍ଷ ଉପଲକ୍ଷେ “ମାଇଣ୍ଡ ମାରାଥନ”, “ସ୍ବାଗତ ଓଡ଼ିଶା” ପ୍ରତିଯୋଗିତା ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ -୨୦୨୫ ଅନୁଷ୍ଠିତ  

ଉତ୍କଳୀୟ ନବବର୍ଷ ଉପଲକ୍ଷେ “ମାଇଣ୍ଡ ମାରାଥନ”, “ସ୍ବାଗତ ଓଡ଼ିଶା” ପ୍ରତିଯୋଗିତା ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ -୨୦୨୫ ଅନୁଷ୍ଠିତ  

ଢେଙ୍କାନାଳ : ତା. ୧୪.୦୪.୨୦୨୫ ରିଖ : ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୁରଙ୍ଗନା କଳା ନିକେତନର ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ଓଡ଼ିଶାର ପରମ୍ପରା,ସଂସ୍କୃତି ଓ କଳାକୁ ସମ୍ମାନ ଜଣାଇ “ମାଇଣ୍ଡ ମାରାଥନ” ,ସ୍ବାଗତ ଓଡ଼ିଶା ପ୍ରତିଯୋଗିତା ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ-୨୦୨୫ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ସିମିନଇ ପରିସରରେ ଅନୁଷ୍ଠାନର ସଭାପତି ନିରଞ୍ଜନ ଶତପଥୀଙ୍କ ତତ୍ତ୍ୱାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଉଦ୍ ଘାଟନୀ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ,ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ଗୁରୁଜୀ,’ ସୁରଙ୍ଗନା କଳା ନିକେତନ’ର ସଭାପତି ନିରଞ୍ଜନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟସ୍ତରୀୟ ଓଡ଼ିଆ କଳା,ପର୍ବ,କବିଙ୍କ ସମ୍ବନ୍ଧରେ ରଚନା ଲିଖନ,ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ।ରାଜ୍ୟସ୍ତରୀୟ ଓଡ଼ିଶୀ ଓ ପାରମ୍ପରିକ ନୃତ୍ୟର ବିଚାରକ ଭାବେ ଭୁବନେଶ୍ୱରରୁ ଆସିଥିବା ପ୍ରମିତା ଶତପଥୀ ଓ ଅତିଥି କଳାକାର ଜ୍ୟୋତିପ୍ରକାଶ ମହାପାତ୍ର ଏବଂ ଚିତ୍ରାଙ୍କନ ରେ ଶ୍ରୀବତ୍ସ ଗୁରୁଜୀ,ରଚନା ଲିଖନରେ ବିଷ୍ଣୁ ପ୍ରସାଦ ମହାରଣା ଦାୟିତ୍ଵ ତୁଲାଇଥିଲେ । ଉଦ୍ ଯାପନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଲଳିତ କଳା ଏକାଡେମୀ ସଦସ୍ୟ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ସ୍କାଉଟ୍,ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ,ବରିଷ୍ଠ ଶିକ୍ଷାବିତ୍ ତଥା ସମାଜସେବୀ,ଡ଼ା.ଦେବୀ ପ୍ରସାଦ ମିଶ୍ର,ସମ୍ମାନୀତ ଅତିଥି ଭାବେ ଭରତ ଭୂଷଣ ବେହେରା ମୁଖ୍ୟ ସମ୍ପାଦକ,ସମର୍ଥ ନ୍ୟୁଜ, ସିମିନଇ ସରପଞ୍ଚ ତଥା ସମ୍ପାଦକ ଅଜିତ୍ କୁମାର ସିଂହ ଏବଂ ବରିଷ୍ଠ ଆଡ୍ ଭୋକେଟ୍ ତଥା ସମାଜସେବୀ ମମତାଞ୍ଜଳି ବେହେରା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ” ସ୍ବାଗତ ଓଡ଼ିଶା ” କାର୍ଯ୍ୟକ୍ରମକୁ ଅୟଆରମ୍ଭ କରିଥିଲେ । ଅନୁଷ୍ଠାନ ଦ୍ଵାରା ଅତିଥିବୃନ୍ଦଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଓଡ଼ିଶାର ଭାଷା, ସାହିତ୍ୟ,ପରମ୍ପରା,କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗ୍ରାମାଞ୍ଚଳର ପରିବେଶରେ ତାହା ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ହୋଇପାରିଛି ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ବ୍ୟକ୍ତ କରିଥିଲେ ।ଶିକ୍ଷା,ସାହିତ୍ୟ,ସଂସ୍କୃତି ଅଙ୍ଗାଗୀଭାବେ ଜଡ଼ିତ ଓ ଏହା ପିଲାମାନଙ୍କ ଭିତରେ ପରିପ୍ରକାଶ କରାଇବା ଦିଗରେ ସମସ୍ତ ଅଭିଭାବକମାନଙ୍କୁ ପ୍ରେରଣା ଦେଇ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ‘ସ୍ବାଗତ ଓଡ଼ିଶା ‘ କାର୍ଯ୍ୟକ୍ରମ କରି ଓଡ଼ିଶାର କଳା,ସଂସ୍କୃତି ,ପରମ୍ପରାକୁ ପିଲାମାନଙ୍କମଧ୍ୟରେ ଉଦ୍ଜୀବିତ କରିବାର ପ୍ରୟାସ କୁ ସ୍ବାଗତ କରିଥିଲେ।ସିମିନଇ ସରପଞ୍ଚ ଅଜିତ୍ ସିଂହ ମହୋଦୟ ଖୁସି ପ୍ରକଟ କରି ସମସ୍ତେ ଏକତ୍ର ଏହାକୁ ଆଗେଇ ନେବାରେ ଅନୁଷ୍ଠାନକୁ ସହଯୋଗ କରିବାକୁ କହିଥିଲେ ଏବଂ ନିଜେ ପୂର୍ଣ୍ଣ ସହଯୋଗ ଦେଇ ଆଗାମୀ ସମୟରେ ଏହାକୁ ଉନ୍ନତ କରିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ ।ବରିଷ୍ଠ ଆଡ୍ ଭୋକେଟ୍ ତଥା ସମାଜସେବୀ ମମତଞ୍ଜଳି ବେହେରା ଉପସ୍ଥିତ ସମସ୍ତ ଗ୍ରାମବାସୀବୃନ୍ଦଙ୍କୁ ସାଧୁବାଦ୍ ଦେଇଥିଲେ ଓ କହିଥିଲେ ଯେ ପିଲାମାନଙ୍କ ଭିତରେ ଓଡ଼ିଶା ର ସଂସ୍କୃତି ଓ ପରମ୍ପରାକୁ ଭଲ ପାଇବାର ମନୋଭାବ ସୃଷ୍ଟି କରିବାରେ ସହଯୋଗ ଦେଇ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯେଉଁ ପ୍ରୋତ୍ସାହିତ କରିଛନ୍ତି ତାହା ସ୍ବାଗତ ଓ ପ୍ରଶଂସା ଯୋଗ୍ୟ।ଆଜିର ଶିଶୁ କାଲିର ଭବିଷ୍ୟତ ଓ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବାରେ ସେମାନେ ନିଜର ମୁଖ୍ୟ ଭୂମିକା ନିର୍ବାହ କରିବେ ବୋଲି କହିଥିଲେ। ‘ଲର୍ଡ ସଂଗଠନର ନିର୍ଦ୍ଦେଶକ ତଥା ଅନ୍ୟତମ ସମ୍ମାନୀତ ଅତିଥି ଭରତ ଭୂଷଣ ବେହେରା ଅନୁଷ୍ଠାନ ଗୁଡ଼ିକ ଏହି ଦିଗରେ ସମାଜରେ ସମସ୍ତ ବ୍ୟକ୍ତି ବିଶେଷ ତଥା ଆଜିର ପିଲାମାନଙ୍କ ମଧ୍ୟରେ ଓଡ଼ିଶାର ଭାଷା , ସାହିତ୍ୟ,କଳା,ସଂସ୍କୃତି ପାଇଁ ଭଲପାଇବା ଓ ସମର୍ପଣ ଭାବ ସୃଷ୍ଟି କରିପାରିବେ ସେଥିପାଇଁ ସବୁପ୍ରକାର ସହଯୋଗ କିପରି ମିଳିପାରିବ ମାର୍ଗଦର୍ଶନ ଦେବାକୁ କଥା ଦେଇଥିଲେ । ପାରମ୍ପରିକ ରୀତିରେ ଗ୍ରାମର ୩ ଜଣ ସୁନାବୋହୁ ସୁଭଦ୍ରା , ଉର୍ମିଳା ଓ ବାସନ୍ତୀ ମହାରଣାଙ୍କର ଶଙ୍ଖ,ହୁଳହୁଳି,ଘଣ୍ଟ ଆଳତି ଓ ଓଡ଼ିଆ ମୁଆଁ ପିଠା ସମ୍ପୂର୍ଣ୍ଣ ସଭା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ।ସମସ୍ତ ପ୍ରତିଯୋଗୀ ଓ ଅନୁଷ୍ଠାନର ଛାତ୍ରୀଛାତ୍ର ମାନଙ୍କୁ ଅତିଥିଗଣଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇ ବିଷ୍ଣୁ ପ୍ରସାଦ ମହାରଣାଙ୍କୁ ଶିକ୍ଷକତା ଓ କବିତ୍ୱ ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ପ୍ରକାଶ ଥାଉକି ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହିତ ଗାୟକ ଜିତେନ୍ଦ୍ର ବେହେରା ମଙ୍ଗଳାଚରଣ ଗାନ ଓ ପରିଶେଷରେ ଶାନ୍ତିପାଠ କରିଥିଲେ। ପରେ ପରେ ଅନୁଷ୍ଠାନ ପକ୍ଷରୁ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ,ମାନପତ୍ର, ମେମେଣ୍ଟୋ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସଭାପତି ନିରଞ୍ଜନ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।ପରେ ପରେ ଅତିଥି କଳାକାର ଜ୍ୟୋତିପ୍ରକାଶ ମହାପାତ୍ର,ପ୍ରମୀତା ଶତପଥୀ, ରାଜେନ୍ଦ୍ର ଭଞ୍ଜଙ୍କ ଦ୍ଵାରା ପାରମ୍ପରିକ ସଙ୍ଗୀତ ପରିବେଷଣ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପାରମ୍ପରିକ ନୃତ୍ୟ ମାଧ୍ୟମରେ ଗାଁ ଜୀବନର ପ୍ରତିଟି ଛବିକୁ ଦର୍ଶାଇ ସମସ୍ତ ଗ୍ରାମବାସୀ ତଥା ଅତିଥିବୃନ୍ଦଙ୍କ ହୃଦୟ ଜିଣିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସୁଶ୍ରୀ ପ୍ରଜ୍ଞା ପ୍ରିୟା ନନ୍ଦ ଓ ଜିତେନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ଶତପଥି, ଅଜୟ କୁମାର ନନ୍ଦ,ବେଣୁଧର ବେହେରା, ଅମର ରାଉତ,ଶ୍ରୀକାନ୍ତ ବେହେରା ଏବଂ ” ସୁରଙ୍ଗନା କଳା ନିକେତନ ” ର ସମ୍ପୂର୍ଣ୍ଣ ପରିବାରର କର୍ମକର୍ତ୍ତା ଓ ସଦସ୍ୟା,ସଦସ୍ୟ ବୃନ୍ଦଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇ ପାରିଥିଲା।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ୍ସପୋର୍ଟ ମେମ୍ବର ଭାବେ ପ୍ରିୟ ରଞ୍ଜନ ଦାସ ମନୋନୀତ

Sunil Chandra Nayak

ଥମୁନି ସ୍ୱାଧୀନ’ର ଟ୍ରେ ଚୋରି-ଡ଼ିଡ଼ିଏମ’ର ପରିଶ୍ରମ ବୃଥା

masiha

ଆସନ୍ତା ୨ ଅଗଷ୍ଟରେ କେନ୍ଦ୍ରାପଡ଼ା ର ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ବନ୍ଦ ରହିବ

Sunil Chandra Nayak

Leave a Comment

error: Content is protected !!