ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରୁ ମୁଣ୍ଡାଙ୍କୁ କେବେ ମିଳିବ ବିଦ୍ୟୁତ ସେବା ?

ସୁରୁ ମୁଣ୍ଡାଙ୍କୁ କେବେ ମିଳିବ ବିଦ୍ୟୁତ ସେବା ?

  ମୟୂରଭଞ୍ଜ – ୧୫/୦୪ //  ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ଦୁର୍ଗମ ଅଂଚଳ ମାଣିକପୁର ପଂଚାୟତ ଅନ୍ତର୍ଗତ ନୂଆଗାଁର ସୁରୁ ମୁଣ୍ଡାଙ୍କୁ ନିଜ ଘରେ ବିଦ୍ୟୁତ ସଂଯୋଗ ପାଇବା ପାଇଁ ଗତ ବର୍ଷ ଡିସେମ୍ବର ମାସରେ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ଟିପିଏନଓଡିଏଲର ଅନୁଭବ ସେବା କେନ୍ଦ୍ର ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ l ଏହାପରେଟଙ୍କା ପୈଠ କରିଥିଲେ l ସୁରୁ ମୁଣ୍ଡା ବହୁବାର ବିଦ୍ୟୁତ ଯୋଗାଣ ନିମନ୍ତେ ବିଭାଗୀୟ କାର୍ଯାଳୟକୁ ଦୌଡ଼ି ଦୌଡି ନୟାନ୍ତ ହୋଇଥିଲେ l ଟିପିଏନଓଡ଼ିଏଲ କର୍ମଚାରୀଙ୍କ ଅସହଯୋଗ ମନୋଭାବ ଯୋଗୁଁ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଥିଲେ l ଆଜି ମଙ୍ଗଳବାର ଦିନ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୁରୁ ମୁଣ୍ଡାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଅଭିଯୋଗ ଦେଇଥିଲେ l ଦାବି ପତ୍ର ପ୍ରଦାନ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଶ୍ରୀ ଅରବିନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ଏବଂ ଅ’ ପତ୍ରିକା ଉନ୍ମୋଚନ

masiha

ବଜାରରେ ବଡ଼ା ଛତୁର ଚାହିଦା ଥିବା ବେଳେ,କିଲୋ ହଜାରେ,ପରିବା ମୂଲ୍ୟ ଅମୁଲ ମୂଲ, ଖାଉଟି ଚିନ୍ତାରେ

Sunil Chandra Nayak

ନୂଆପଡ଼ାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ଜିଲ୍ଲାକୁ ଶତ ପ୍ରତିଶତ ସାକ୍ଷର କରିବାକୁ ସାମୂହିକ ପ୍ରୟାସର ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!