ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଙ୍ଗିରୀପୋଷୀ ଥାନା! ଦୁଆରଶୁଣୀ ଘାଟିରେ ଧଉଳି ଗଣନାଟ୍ଯ ର ଟ୍ରକ ଦୁର୍ଘଟଣାଗ୍ରସ୍ତ,୬ କର୍ମଚାରୀଙ୍କ ମୃତ୍ୟୁ ୧୨ଗୁରୁତର 

ବାଙ୍ଗିରୀପୋଷୀ ଥାନା! ଦୁଆରଶୁଣୀ ଘାଟିରେ ଧଉଳି ଗଣନାଟ୍ଯ ର ଟ୍ରକ ଦୁର୍ଘଟଣାଗ୍ରସ୍ତ,୬ କର୍ମଚାରୀଙ୍କ ମୃତ୍ୟୁ ୧୨ଗୁରୁତର 

 ମୟୂରଭଞ୍ଜ- ୨୪/୦୧ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟିରେ ଧଉଳି ଗଣନାଟ୍ୟର ଯାତ୍ରାପାର୍ଟି ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଜୀବନ ସହିତ ସଂଘର୍ଷ କରୁଛନ୍ତି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ବାସିଙ୍ଗୀଠାରେ ୨୦ ରୁ ୨୩ ବାର୍ଷିକ ଟୁସୁମେଳା ଓ କ୍ରୀଡ଼ା ପ୍ରତିଯୋଗିତା ଅବସରରେ ଧଉଳୀ ଗଣନାଟ୍ୟ ଯାତ୍ରା କରିଥିଲା ।ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ତୁହାକୁ ତୁହା ବର୍ଷା ଝିପି ଲଗାଣ ବର୍ଷା ଲାଗି ରହିଥିଲା । ଧଉଳି ଗଣନାଟ୍ୟର ଲାଇଟ,ସାଉଣ୍ଡ, ଇଲେକ୍ଟ୍ରିକାଲ ଆସାବାବ ପତ୍ର ଓ ସେମାନଙ୍କ ଅପରେଟର ମାନେ ଯାତ୍ରା ପାର୍ଟି ଟ୍ରକରେ ଜଳେଶ୍ଵର ଅଭିମୁଖେ ଯାଉଥିବା ବେଳେ ଦୁଆରଶୁଣି ଘାଟିରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସତେ ଯେମିତି ଘାଟି ପାଖରେ ଯମ ଜଗିକି ଵସିଥିଲା ।ଟ୍ରକଟି ରାସ୍ତାରେ ଓଲଟି ପଡିବା ବେଳେ ବାଲିରେ ଥିବା ଆସବାବପତ୍ର ଓ କର୍ମଚାରୀ ବୃନ୍ଦ ୫୦ ଫୁଟ ତଳକୁ ଖସି ପଡ଼ିଥିଲେ ।ଖବର ପାଇ ଏସପି ଏସ ସୁଶ୍ରୀ ,ବାଙ୍ଗିରିପୋଷି ପୋଲିସ ଥାନାଧିକାରୀ ରୋଜାଲିନ ବେହେରା,ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିବା ସହ ବାଙ୍ଗିରିପୋଷି ଡାକ୍ତରଖାନାରେ ପୀଡ଼ିତ ମାନଙ୍କୁ ପହଞ୍ଚାଇଥିଲେ । ୬ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି ।କିଛି ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁିତ ଏବଂ ଅତି ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।ଏକ ଶୋକାକୁଳ ପରିବେଶ ହୋଇ ଉଠିବା ସହ ଲୋକାରଣ୍ୟ ହୋଇ ପଡ଼ିଛି ।ପ୍ରଶାସନ ସଜାଗ ସହ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ ସହ ମୃତକ ପରିବାରଙ୍କ ପାଇଁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଏବଂ ଗୁରୁତରଙ୍କୁ ସମସ୍ତ ଉତ୍ତମଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବଡ଼ଦାଣ୍ଡ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ 

masiha

ଡମଝର୍ ସରକାରୀ ସେବାଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ, ସ୍ଥାନୀୟ ବିଧାୟକଙ୍କ ଯୋଗଦାନ 

masiha

କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ :ସମଗ୍ର ଅଞ୍ଚଳ ରେ ଶୋକର ଛାୟା 

Sunil Chandra Nayak

Leave a Comment

error: Content is protected !!