ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ମାତିଲେ ଦନ୍ତା ହାତୀ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲେ, ଲୋକେ ଆତଙ୍କିତ

ପୁଣି ମାତିଲେ ଦନ୍ତା ହାତୀ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲେ, ଲୋକେ ଆତଙ୍କିତ

କନ୍ଧମାଳ,ତା,୦୩/୦୭:(ମନିସ): ଦୀର୍ଘ ଦିନ ଧରି ହାତୀପଲ ଘୁମୁସର ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସସନରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିବା ପରେ ୨୫ଟିକିଆ ହାତୀପଲରୁ ୨୩ଟି ଏହି ଅଞ୍ଚଳ ଛାଡି ଟିକାବାଲି ବନାଞ୍ଚଳ ଦେଇ ପଳେଇଥିବା ବେଳେ ଅନ୍ୟ ଦୁଇଟି ଏହି ଅଞ୍ଚଳରେ ରହି ଉପଦ୍ରବ ଚଳେଇଥିଲେ। ତିନି ଦିନ ତଳେ ବନବିଭାଗ କର୍ମଚାରୀ ଦୁଇ ଦନ୍ତାହାତୀଙ୍କୁ ଏହି ଅଞ୍ଚଳରୁ ଉତ୍ତର ଘୁମୁସର ବନଖଣ୍ଡକୁ ତଡି ଦେଇଥିବା ନେଇ ସୂଚନା ମିଳିଥିଲା l ହାତୀ ଏହି ଅଞ୍ଚଳ ଛାଡ଼ିବା ଖବର ପ୍ରକାଶ ପରେ ଅଞ୍ଚଳବାସୀ ଖୁସିରେ ଥିବା ବେଳେ ମଙ୍ଗଳବାର ପୁଣି ଦନ୍ତା ହାତୀଙ୍କ ଉପଦ୍ରବ କଳିଙ୍ଗାରେ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ବାଟ ବଣା ହୋଇ ଗୋଟିଏ ଦନ୍ତା ହାତୀ କଳିଙ୍ଗା ଘାଟି ଆରମ୍ଭ ରେ ଥିବା ନେଡିକଲା କୁ ଆସି ଏକ ଗରିବ ପରିବାର ଯୁଗୁରାଇ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହିତ ଅନେକ ଫସଲ କ୍ଷୟକ୍ଷତି କରିଛନ୍ତି ଏବଂ ନଡ଼ିଆ, ଆମ୍ବ, ଝାଡୁ, କଦଳୀ, ଲିଚୁ ଭଳି ମୂଲ୍ୟବାନ ବୃକ୍ଷ ନଷ୍ଟ କରିଥିବା ସୂଚନା ମିଳିଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବିନା ପ୍ରଚାରରେ ଜନ ଶୁଣାଣି ଶିବିର କାହା ସ୍ୱାର୍ଥରେ ?

masiha

ଜାତୀୟ ଡାକ୍ତର ଦିବସ ରେ ମେଡିକାଲ ଇଣ୍ଡଷ୍ଟ୍ରିରେ ପ୍ରଗତିଶୀଳ ଟେକ୍ନୋଲୋଜି ଉପରେ ଇଣ୍ଟରାକ୍ଟିଭ୍ ଅଧିବେଶନ 

masiha

ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!