ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

ରାଉରକେଲା:କୋଏଲନଗର, ଶକ୍ତିନଗର ଓ ଜଗଦା ଅଞ୍ଚଳରେ ବହୁ ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ସେକ୍ଟର-୨୦ ସ୍ଥିତ ବୈକୁଣ୍ଠ ଘାଟରେ ସାମୁହିକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ତଥା ଶିକ୍ଷାବିତ ସୁଶ୍ରୀ ଜୟଶ୍ରୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବରିଷ୍ଠ ସମାଜସେବୀ ଗଗନ ପଣ୍ଡାଙ୍କ ଉପସ୍ଥିତିରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଅଶୋକ ମହାନ୍ତି, ପ୍ରକାଶ ପତି,ଦେବେନ୍ଦ୍ର ନାଥ ନାୟକ, ଦିଲ୍ଲୀପ ମହାନ୍ତି, ଆଇନଜୀବୀ ନାରାୟଣ ପ୍ରଧାନ,ଅଗଣି ଦାସ, ଉଦ୍ଧବ ବାରିକ, ବିଜୟ ସାହୁ, କବିତା ମଲ୍ଲିକ, ଜ୍ୟୋସ୍ନା ଦାସ, ଶିଶିର ମୁଦାଲି,ଚକ୍ରଧର ମଲ୍ଲିକ, ଗୋପାଳ ପାତ୍ର, ଅରିନ୍ଦମ ମହାନ୍ତି, ଆଦିତ୍ୟ ମହାନ୍ତି, ଲୁଟୁ ପୁହାଣ, ରମେଶ ପାତ୍ର,ପ୍ରଣୟ ପାଣିଗ୍ରାହୀ, ରାଜୁ ନାଗ, ସୁଦାମ ପ୍ରଧାନ, ଲାଲଜି ସିଂ, ସତ୍ୟ ମଲ୍ଲିକ, ଦେବାଶିଷ ମହାନ୍ତି, ସତ୍ୟ ମଲ୍ଲିକ,ଦିପ୍ତି ପ୍ରସନ୍ନ ମହାନ୍ତି, ସୁକାକ୍ତ ଦାଶଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ରାଉରକେଲା ଇସ୍ପାତ କାରଖାନା ଓ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହଯୋଗ ମିଳିଥିବାରୁ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ମାନଙ୍କ ତରଫରୁ କୃତଜ୍ଞତା ସୁଶ୍ରୀ ପାଣିଗ୍ରାହୀ ଜଣାଇଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମପାଣି ଥାନାରେ ଯୋଗଦେଲେ ନୂତନ ଆଇ.ଆଇ.ସି 

masiha

ଜଙ୍ଗଲ ନିଆଁ ପ୍ରତିରୋଧ ଓ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

୨୮ତମ ରାଜ୍ୟସ୍ତରୀୟ କନିଷ୍ଠ ବର୍ଗ ବଲ୍ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!