ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍କଫର 23 ତମ ରାଜ୍ଯସ୍ତରୀୟ ସମ୍ମିଳନୀ ଉଦଯାପିତ

ଇସ୍କଫର 23 ତମ ରାଜ୍ଯସ୍ତରୀୟ ସମ୍ମିଳନୀ ଉଦଯାପିତ

ରାଉରକେଲା: ଭାରତୀୟ ସାସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ISCUF)ର ୨୩ତମ ରାଜ୍ୟ ସମିଳନୀର ଦ୍ବିତୀୟ ଦିବସରେ ଏହାର ପ୍ରତିନିଧି ଅଧିବେଶନ ଉଦିତନଗର ସ୍ଥିତ ଆଇଟିଡିଏ ହଲ୍ ଠାରେ ଉଦଯାପିତ ହୋଇଯାଇଅଛି l ଗୋକୁଳ ନନ୍ଦ ପଣ୍ଡା ଏବଂ ଡଃ କିଶୋରୀ ଦାସ ମାନଙ୍କୁ ନେଇ ଗଠିତ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରତିନିଧି ଅଧିବେଶନରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୩୬ ଜଣ ପ୍ରତିନିଧି ସାଧାରଣ ସମ୍ପାଦକଙ୍କ ଦ୍ବାରା ଉପସ୍ଥାପିତ ରିପୋର୍ଟ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ତାଙ୍କର ମତ ପୋଷଣ କରିଥିଲେ l ପ୍ରତିନିଧିମାନେ ବିଶ୍ଵ ରାଜନୈତିକ ପରିସ୍ଥିତି ଓ ବିଶ୍ଵଶାନ୍ତି , ବିଶ୍ଵଭାତୃତ୍ବ ଆଜି ବିପଦ ଗ୍ରସ୍ତ ବୋଲି ମନ୍ତବ୍ୟ ଦେବା ସହିତ ଭାରତବର୍ଷରେ କର୍ପୋରେଟ ସଂସ୍ଥାର ଅନୁପ୍ରବେଶ, ଧର୍ମନାମରେ ସାମ୍ପ୍ରଦାୟିକ ଆକ୍ରମଣକୁ ନିନ୍ଦା କରିଥିଲେ l ବିଭିନ୍ନତା ମଧ୍ୟରେ ଏକତା, ଭାଇଚାରା ତଥା ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଆଜିର ଦିନର ଆବଶ୍ଯକ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି l

ଅପରାହ୍ନରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ଡଃ ଚନ୍ଦ୍ରକାନ୍ତ ନାୟକ ଓ ଇଞ୍ଜିନିୟର ଆଦିଲ ମହମ୍ମଦ ଙ୍କ ସଭାପତିତ୍ବରେ ଭାରତୀୟ ସଂସ୍କୃତି ସୁରକ୍ଷା ଓ ଆଜିର ଆହ୍ଵାନ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ଆଲୋଚକ ଭାବରେ ଡଃ ପ୍ରଭାତ କୁମାର ମଲ୍ଲିକ ମହାନ ଭାରତୀୟ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ଏହି ସମ୍ମିଳନୀରେ ଆଗାମୀ ତିନି ବର୍ଷ ପାଇଁ ଏକ ଶହେଏକ ଜଣିଆ ରାଜ୍ୟ ପରିଷଦ ଏବଂ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ନୂତନ ରାଜ୍ୟ ନେତୃତ୍ୱ ନିର୍ବାଚିତ ହୋଇଛନ୍ତି l ଏହି ରାଜ୍ୟ ପରିଷଦର ପରବର୍ତ୍ତୀ ବୈଠକ ଡିସେମ୍ବର ୭ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ହୋଇଥିବା ବେଳେ, ଆଗାମୀ ଡିସେମ୍ବର ୨୮ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଇସ୍କଫ ଜିଲ୍ଲା କମିଟି ଦ୍ବାରା ସାମ୍ରାଜ୍ୟବାଦୀ ଫାଶିବାଦ ବିଶ୍ଵଶାନ୍ତି ପ୍ରତି ବିପଦ ଶୀର୍ଷକ ବିଷୟ ଉପରେ ଆଲୋଚନାଚକ୍ର ମାନ ସଂଗଠିତ କରିବାପାଇଁ ଏହି ସମ୍ମିଳନୀରେ ଆହ୍ବାନ ଦିଆଯାଇଛି l ଏହି ସମିଳନୀରେ ବିଶ୍ଵଶାନ୍ତି ,ଭାଇଚାରା ରକ୍ଷା କରିବା ସହିତ, ସାମ୍ପ୍ରଦାୟିକ ସମ୍ପ୍ରିତି ଓ ସମ୍ବିଧାନ ର ସୁରକ୍ଷା ପାଇଁ ଇସକଫ ତାର କାର୍ଯ୍ୟକ୍ରମ ଜାରି ରଖିବାକୁ ଆହ୍ବାନ ଦେଇଛି l ଶେଷରେ ଅଭ୍ୟର୍ଥନା କମିଟିର ସାଧାରଣ ସମ୍ପାଦକ ସଦାନନ୍ଦ ସାହୁ ବିଶେଷ ସହଯୋଗ ପାଇଁ ସଦସ୍ୟ ପଞ୍ଚାନନ ସୁନା,ପ୍ରମୋଦ ବେହେରା, ବୁଦ୍ଧୁଆ ଯୋଯୋ, ନଗେନ୍ ଦାସ, ଅକ୍ଷୟ ସାମଲ,ବିଜୟାନନ୍ଦ ପ୍ରଧାନ ଓ ସବ୍ୟସାଚୀ ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମପ୍ରାଣ ମହିଳା ପଦ୍ମାବତୀ ବେହେରା( ବଳ)ଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ମୃତ : ୨ଗୁରୁତର

Sunil Chandra Nayak

ଝାପାଖଲ ସେବାଆଶ୍ରମ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା

masiha

Leave a Comment

error: Content is protected !!