ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟନ

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟନ

ବସ୍ତା,20/12 : ରାଜ୍ଯ ସରକାର ଙ୍କ କ୍ରୀଡା ଓ ଯୁବ କଲ୍ଯାଣ ବିଭାଗ ପ୍ରଯୋଜନା ରେ ଏବଂ ନୂଆ – ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୁଲ୍ଯ ରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଜାମଶୁଳୀ ସ୍ଥିତ ଲକ୍ଷ୍ମୀ ନାରାୟଣ ମହାବିଦ୍ଯାଳୟ ରେ ଆଜି ସମନ୍ବିତ ଯୁବ ବିକାଶ କାର୍ଯ୍ଯକ୍ରମ ଉଦଘାଟିତ ହୋଇଯାଇଛି , ଯୁବପିଢୀ ଙ୍କ ମଧ୍ଯ ରେ କ୍ରୀଡା , କଳା , ସାହିତ୍ଯ , ସଂସ୍କୃତି ଓ ସେବା କାର୍ଯ୍ଯ ର ଭାବଧାରା ଉଦ୍ରେଗ କରିବା ଉଦ୍ଯେଶରେ ଏହି କାର୍ଯ୍ଯକ୍ରମ ର ଆୟୋଜନ କରା ଯାଇଛି , ଆଜି ଠାରୁ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଆସନ୍ତା 30 ତାରିଖ ପର୍ଯ୍ଯନ୍ତ ଚାଲିବାକୁ ଥିବା ବେଳେ ଆଜିର ଉଦଘାଟନୀ ଉତ୍ସବ ରେ ମୁଖ୍ଯ ଅତିଥି ଭାବରେ ଓଡିଶା ସରକାର ଙ୍କ ସଂସ୍କୃତି ଓ ପର୍ଯ୍ଯଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗଦେଇ କାର୍ଯ୍ଯକ୍ରମ କୁ ଉଦଘାଟନ କରିଥିବା ବେଳେ ମୁଖ୍ଯ ବକ୍ତା ଭାବରେ ମହା ବିଦ୍ଯାଳୟ ର ପରିଚାଳନା କମିଟି ଅଧ୍ଯକ୍ଷ ସୃଷ୍ଟିଧର ପାତ୍ର ଯୋଗଦେଇ ଯୁବ ପ୍ରତିଭା ର ବିକାଶ ତଥା ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣ କୁ ପରିପ୍ରକାଶ କରିବା ଏବଂ ବିଭିନ୍ନ ସେବା କାର୍ଯ୍ଯ ସମେତ ସବୁ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିବା ପାଂଇ ଓଡିଶା ସରକାର ଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି ମତବ୍ଯକ୍ତ କରିଥିଲେ, ଆଜିର ଉଦଘାଟନୀ କାର୍ଯ୍ଯକ୍ରମ ରେ ସମ୍ମାନିତ ଅତିଥି ଭାବରେ ମହାବିଦ୍ଯାଳୟ ର ଅଧ୍ଯକ୍ଷ ଉମେଶ ଚନ୍ଦ୍ର ପ୍ରଧାନ, ନୂଆ ଓ ଯୁବ ଓଡିଶା ର ର ନୋଡାଲ ଅଫିସର ତଥା ଜୋଲୋଜି ବିଭାଗ ର ଅଧ୍ଯାପକ ଲିପିକା ଜାନା, ରାଜନିତୀ ବିଜ୍ଞାନ ର ଅଧ୍ଯାପକ ପ୍ରଫେସର ଦିବ୍ଯେନ୍ଦୁ କୁମାର ଗିରି ଯୋଗଦେଇ ରାଜ୍ଯ ର ଯୁବଶକ୍ତି କୁ ଗୁରୁତ୍ବ ଦେଇ ଖେଳ ଓ ଖେଳାଳୀ ଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ର ଅନ୍ତର୍ନିହିତ ପ୍ରତିଭା କୁ ବିକଶିତ କରିବା ପାଂଇ ରାଜ୍ଯ ସରକାର ଙ୍କ ଏହା ଅତ୍ଯନ୍ତ ସ୍ବାଗତ ଯୋଗ୍ଯ ପଦକ୍ଷେପ ବୋଲି ମତବ୍ଯକ୍ତ କରିଥିଲେ ,ଏହି କାର୍ଯ୍ଯକ୍ରମ ରେ ମହା ବିଦ୍ଯାଳୟ ର ସମସ୍ତ ଛାତ୍ର ଛାତ୍ରୀ ଭାଗ ନେଇ ବିଭିନ୍ନ ଖେଳ ଏବଂ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରି ଥିଲେ,ଇଂରାଜୀ ବିଭାଗ ର ଅଧ୍ଯାପକ ପ୍ରଫେସର ଦେବବ୍ରତ୍ତ ଦାସ ମଞ୍ଚ ଆହ୍ବାନ କରିଥିବା ବେଳେ କାର୍ଯ୍ଯକ୍ରମ କୁ ପରିଚାଳନା ମହାବିଦ୍ଯାଳୟ ର ସମସ୍ତ ଅଧ୍ଯାପକ ଅଧ୍ଯାପିକା ସହଯୋଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପଣ୍ଡିତ କିଶୋର ଶତପଥୀଙ୍କ ପରଲୋକ

masiha

ଯାମଦା ବ୍ଳକ ବିଜେଡି ସଭାପତି ସିଦ୍ଧିଲାଭ ହେମ୍ବ୍ରମଙ୍କ ଅକାଳ ବିୟୋଗ

Sunil Chandra Nayak

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ପୁରସ୍କାରରେ ରେ ୧୦ ଲକ୍ଷ ଅର୍ଥରାଶି ସହ ସ୍ମୃତି ଫଳକ ଓ ମାନପତ୍ର:

Sunil Chandra Nayak

Leave a Comment

error: Content is protected !!