ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ଗୁଣ୍ଡରୀ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ

ବଡ଼ଗୁଣ୍ଡରୀ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ 

ନର୍ଲା: ନର୍ଲା ବ୍ଳକ ଅନ୍ତର୍ଗତ ବଡ଼ଗୁଣ୍ଡରୀ ଗାଁର ଏସସି ପଡ଼ା ଠାରେ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବିଧାନର ପ୍ରଣେତା ମହାମାନବ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି। ବଡ଼ଗୁଣ୍ଡରୀ ଏସସି ପଡ଼ାବାସୀ ଏବଂ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ପକ୍ଷରୁ ଏନେଇ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ (ଏଓଏସସିଏଫ) ଉପଦେଷ୍ଟା ଧରମ କୁମାର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଓଏସସିଏଫର ରାଜ୍ୟ ସଭାପତି ଧନଞ୍ଜୟ ଦୀପ, ମୁଖ୍ୟ ବକ୍ତା ଭାବେ ବିକେଏମ କଳାହାଣ୍ଡି ସଂଯୋଜକ ଲବ କରୁଆଁ, ସମ୍ମାନିତ ଅତିଥି ଭାବେ ଏଓଏସସିଏଫ କଳାହାଣ୍ଡି ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ବିଶିଷ୍ଟ ନାରୀନେତ୍ରୀ କମଳିନୀ ଯାଦବ, ନର୍ଲା ବ୍ଲକ ଏଓଏସସିଏଫ ସଭାପତି ରଘୁନାଥ ଦୀପ, ଏଓଏସସିଏଫ ମହାସଚିବ ଶତ୍ରୁଘନ ନାଏକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ଏଓଏସସିଏଫ ମହିଳା ସଭାନେତ୍ରୀ ସୁଭଦ୍ରା ସେକ ଆଜାଦ, ଗାଡେବନ୍ଧ ଏଓଏସସିଏଫ ସଭାପତି ବନମାଳୀ ତାଣ୍ଡି, ପୂର୍ବତନ ସରପଞ୍ଚ ସୁକାନ୍ତି ସୁନା, କଲମପୁର ସଭାପତି ବଳରାମ ଦୁର୍ଗା, ମ.ରାମପୁର ସଭାପତି ଦୟା ଦାନ୍ ନାଗ, ନର୍ଲା ଉପସଭାପତି ଶୈଳ କୁମାର, କେସିଙ୍ଗା ଏନଏସି ସଭାପତି ବିଷ୍ଣୁ ମଙ୍ଗରାଜ, ନର୍ଲା ବ୍ଲକ ଯୁବ ସଂଯୋଜକ ଦିଲ୍ ଦେଓ ଘରଡା, ଭକ୍ତ ଗୌର ସୁନା, ଭୂମୀଦାତା ବିମଳା ସୁନା, ଶିକ୍ଷାବିତ ଲୋକନାଥ କରୁଆଁ, ଜିଲ୍ଲା ସାମାଜିକ ଉପମୁଖ୍ୟ ଗିରିଜା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଏଓଏସସିଏଫ ନର୍ଲା ବ୍ଲକ ଉପସଭାପତି ନରୋତ୍ତମ କରୁଆଁ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀକର ସୁନା, ଅର୍ଜୁନ ସୁନା, ଲବଣୀ ସୁନା, ରାହୁଲ ସୁନା ଓ ଏସସି ପଡ଼ାବାସୀ ସହଯୋଗ କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ନିର୍ମାଣ ସରିନି ଉଠି ଯାଉଛି ଗୋଡ଼ି ଓ ରାସ୍ତା ଉପର ପାଣି ଡ୍ରେନେଜ ପାଇଁ ନାହିଁ ବ୍ୟବସ୍ଥା: ଅନୁସରଣ ହେଉନି ବୈଷୟିକ ମାପଦଣ୍ଡ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାୟୁ ସେନାରେ ନିଯୁକ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

masiha

ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ

Sunil Chandra Nayak

Leave a Comment

error: Content is protected !!