ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ହକି ବିଶ୍ବକପ୍ ଟ୍ରଫି କୁ ବିପୁଳ ସମ୍ବର୍ଦ୍ଧନା

 ମୟୂରଭଞ୍ଜ ୭/୧/୨୩ (ମସିହା) ଜାନୁଆରୀ ୧୩ ତାରିଖରୁ ପୁରୁଷ ହକି ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଟ୍ରଫି ରାଜ୍ୟ ର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି । ବିଶ୍ବକପ୍ ହକି ଅବସରରେ ରାଜ୍ୟରେ ବୁଲୁଥିବା ବିଶ୍ବକପ୍ ଆଜି କେନ୍ଦୁଝରରୁ ବାହାରି ମୟୂରଭଞ୍ଜ ଜିଲ୍ଲାର କରଂଜିଆ,ଖିଚିଂ ଯଶିପୁର ଏବଂ ରାଇରଙ୍ଗପୁରରେ ଶନିବାର ଦିନ ଅପରାହ୍ନ ୪.୩୦ ଘଟିକା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ସେଠାରେ ପ୍ରଶାସନ, ଛାତ୍ରଛାତ୍ରୀ, ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିପୁଳ ସ୍ବାଗତ କରାଯାଇଥିଲା ।ପରେ ସ୍ଥାନୀୟ ବିଜୁପଟ୍ଟନାୟକ ଛକରୁ ବିଭିନ୍ନ ସାଂସ୍କୃତିକ ସଂଗଠନ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଆଦିବାସୀ ସାଂସ୍କୃତିକ ସଂଗଠନ ପକ୍ଷରୁ ପାରଂପରିକ ବେଶଭୂଷା,ମାଦଳ,ଢୋଲରେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇ ସ୍ବାଗତ ସହ ରାଇରଙ୍ଗପୁର ଷ୍ଟାଡିୟମକୁ ପ୍ରଦର୍ଶନ ପାଇଁ ପାଛୋଟି ଅଣାଯାଇଥିଲା । ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସ ଟ୍ରଫି କୁ ଗ୍ରହଣ କରିଥିଲେ ।ପରେ ହକି ବିଶ୍ବକପ୍ ଟ୍ରଫି ଗ୍ରହଣ ଅବସରର ମଂଚରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା ।ସମଗ୍ର ବାମନଘାଟୀ ଏବଂ ପଞ୍ଚପୀଢ ଉପଖଣ୍ଡର ସମସ୍ତ ବ୍ଳକ ଓ ଗ୍ରାମାଞ୍ଚଳରେ ହକି ର ମାହଲ ହୋଇ ଉଠିଥିଲା ।ସମସ୍ତ ଅଂଚଳରେ ରାସ୍ତାକଡ଼ରେ ହଜାର ହଜାର ଲୋକ ଠିଆ ହୋଇ ହକି ଟ୍ରଫି ରଥକୁ ବିପୁଳ ସ୍ବାଗତ ଜଣାଇଥିଲେ । ରାଜ୍ୟ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ରାଜ୍ୟ ସରକାରଙ୍କ ଏଭଳି ଦୁଃସାହସିକ ଉଦ୍ୟମ ଓ ଆୟୋଜନକୁ ପ୍ରଶଂସା କରିଥିଲେ ।ସାରା ବିଶ୍ବରେ ଆଜି ଓଡ଼ିଶାର ଜୟ ଜୟକାର । ଓଡ଼ିଶା ଭଳି ଗୋଟିଏ ଛୋଟିଆ ପଛୁଆ ରାଜ୍ୟରେ ବଳିଷ୍ଠ ନେତୃତ୍ବ ନେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଇଛାଶକ୍ତି,କ୍ରୀଡାପ୍ରେମ,ବଳିଷ୍ଠ ଉଦ୍ଯମ ପାଇଁ ଆଜି ପୁରୁଷ ହକି ବିଶ୍ବକପ୍ ଆୟୋଜନ ହେଉଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ରାଇରଙ୍ଗପୁର ସହରରେ ହଜାର ହଜାର ଲୋକ ଏହି ହକିକପ୍ ଟ୍ରଫି କୁ ସ୍ବାଗତ ଜଣାଇଥିଲେ ।କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ଶ୍ରୀ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମୟୂରଭଞ୍ଜ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ମୟୂରଭଞ୍ଜ ( ୨ ) ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ,ରାଇରଙ୍ଗପୁର ପୌରାଧ୍ଯକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ,ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ରାଇରଙ୍ଗପୁର ପୌରାଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ,ରାଇରଙ୍ଗପୁର ବିଡ଼ିଓ ସାଗର ମୁର୍ମୁ, ରାଇରଙ୍ଗପୁର ତହସିଲଦାର ,ବିଜାତଳା ବିଡ଼ିଓ ଯୋଗରଂଜନ ନାୟକ,ବିଶୋଇ ବିଡ଼ିଓ ଶ୍ରୀ ଭାଗବତ ପ୍ରସାଦ ମହାପାତ୍ର,ଯାମଦା ବିଡ଼ିଓ ଦେବାଶିଷ ପଣ୍ଡା,ବହଳଦା ବିଡ଼ିଓ ନୂପୂର ଚାନ୍ଦଗୋଟିଆ,କୁସୁମି ବିଡ଼ିଓ ଲକ୍ଷ୍ମଣ ସୋରେନ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ , ରାଇରଙ୍ଗପୁର ଟାଉନଥାନା ଅଧିକାରୀ ଶ୍ରୀ ଅଜୟ ସୁଦର୍ଶନ ଲାଗେ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ ମଂଚରେ ରାଇରଙ୍ଗପୁର ହାଇସ୍କୁଲର ଭାରାକ୍ରାନ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରଂଜନ ନନ୍ଦ ପରିଚାଳନା କରିଥିଲେ ।ଶାନ୍ତି ଶୃଙ୍ଖଳାର ସହ ହକି ବିଶ୍ଵକପ ଟ୍ରଫି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ସଂପନ୍ନ ହୋଇଥିବାରୁ ସଗ୍ର ବାମନଘାଟୀ ବାସୀଙ୍କୁ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁପ୍ରା ପକ୍ଷରୁ ସ୍ୱଛତା ପକ୍ଷ ପାଳନ ଓ ଗ୍ରାମ୍ୟରାସ୍ତା ତଥା ଜଗନ୍ନାଥ ମନ୍ଦିର ପରିସର ସଫେଇ

masiha

ବନ୍ଧୁଗାଁ ବ୍ଲକର ପ୍ରତି ଗାଁର ଘରେ ଘରେ ପଛୁଆ ବର୍ଗଙ୍କ ସର୍ଭେ ପାଇଁ ଅଙ୍ଗୱାଡ଼ି ଦିଦି ବାଣ୍ଟିଲେ ସର୍ଭେ ସମ୍ବନ୍ଧୀୟ ସୁଚନା ପତ୍ର

Swachhata Hi Seva 2025 Drive Launched at Rayagada DRM Camp office

Sunil Chandra Nayak

Leave a Comment

error: Content is protected !!