ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଳିତ

ଥୁଆମୂଳ ରାମପୁର: ୦୭/୦୧ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମପଞ୍ଚାୟତ ସମେତ୍ ଥୁଆମୂଳ ରାମପୁର, କାଣୀଗୁମା ଗ୍ରାମପଞ୍ଚାୟତ ମାନଙ୍କରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଅନୁଷ୍ଠିତ ହୋଇଥିବା ବେଳେ ଗୋପାଳପୁର ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଆଜି ଯଥା ତା ୦୭/୦୧/୨୦୨୩ ରିଖ ଶନିବାର ଦିନ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ନୃତ୍ୟ, ଗୀତ, ବକୃତା, ଚିତ୍ରାଙ୍କନ ଓ ଅନ୍ଯାନ୍ଯ ଯୁବକ ମାନଙ୍କ ମଧ୍ୟରେ ଭଲିବଲ ପ୍ରତିଯୋଗିତା କରାଯାଇଥିଲା। ମଞ୍ଚକୁ ଶିକ୍ଷକ ଶ୍ରୀ ସୁନାଧର ମାଝୀ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭା ଗୁଡିକକୁ ଶିକ୍ଷକ ମାନେ ମୂଲ୍ଯାଙ୍କନ କରିଥିଲେ। ଏଥିରେ ଅଂଶ ଗ୍ରହଣ କରି ବିଜୟୀ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ତୃତୀୟ, ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିଲା। କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାୟକ, ସମ୍ମାନିତ ଅତିଥି ଭାବରେ ଏଇ ଶ୍ରୀ ବାଞ୍ଛାଭଟ୍ଟ ପାଣ୍ତେ, ଜିପିଓ ଜ୍ଞାନରଞ୍ଜନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ସରପଞ୍ଚ ବେଣୀ ମାଝୀ, ପିଇଓ ଶ୍ରୀ ରମେଶ ମେହେର, ଜିଆରଏସ ଶ୍ରୀ ସୁଶାନ୍ତ ନାଏକ, ଜେଏସ୍ ସରୋଜ ବାଗ ଆୟୋଜନ କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଅଞ୍ଚଳର ଶହ ଶହ ଜନସାଧାରଣ ଉପସ୍ଥିତ ରହି ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗୋବର୍ଦ୍ଧନପୁର ୟୁପି ସ୍କୁଲଠାରେ  ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର ପୂର୍ବ ସମ୍ବର୍ଦ୍ଧନା 

Sunil Chandra Nayak

ଜନଜାତି ସାଂସ୍କୃତିକ ଭବନ ର ଭୁମୀ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ 

masiha

Leave a Comment

error: Content is protected !!