ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ

ରାୟଗଡ଼ା //, କାଶିପୁର ୨୮/୦୧/୨୩(ମ ନି ସ):-ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ୍ ଗ୍ରାମରେ ଅନେକ ଦିନରୁ 25 ରୁ ଉର୍ଦ୍ଧ ପରିବାର ଏହି ଗ୍ରାମରେ ବସବାସ କରି ଆସୁଛନ୍ତି। ଉକ୍ତ ଜାଗା ରେ ଘର ବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା ନିର୍ବାହ କରୁଛନ୍ତି ମୁଖ୍ୟତଃ ପଟା ନ ଥିବାରୁ ଅନେକ ସରକାରୀ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ଏହି ଗ୍ରାମବାସୀ। ସୂଚନା ଅନୁସାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ 32 ଟି ଫୋରେଷ୍ଟ ଗ୍ରାମ ସରକାରୀ ରେକଡରେ ଅଛି। ଉକ୍ତ ଗ୍ରାମ ଗୁଡିକ ଫରେଷ୍ଟ ଗ୍ରାମ ହୋଇଥିବାରୁ ଏହି ଗ୍ରାମ ଗୁଡିକରେ ବାସ କରୁଥିବା ଲୋକମାନେ ସରକାରଙ୍କର ଉର୍ନତ ମୂଳକ ଯୋଜନା ଗୁଡିକ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ସେହିପରି ଚାଷଜମି ଥାଇ ମଧ୍ଯ ରେକର୍ଡ଼ ରେ ନ ଥିବାରୁ ସରକାରଙ୍କ ମଣ୍ଡିରେ ଧାନ, ମଣ୍ଡିଆ ବିକ୍ରି କରିପାରୁନାହାନ୍ତି ସେଥିପାଇଁ ଲୋକେ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଛି। ତେଣୁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ମିଳିତ ଭାବେ ଜିଲ୍ଲା ପ୍ରଶାସନ ରାୟଗଡା ଓ ନିର୍ମାଣ ଅନୁଷ୍ଠାନ ର ସହଯୋଗରେ ୬ଟି ଫରେଷ୍ଟ ଗ୍ରାମ ଯଥା ପେରାଗ, ଲାମ୍ବେରି, ବଲାଙ୍ଗୀରି , ଈରିପିପୁଟୁ, କିଆଜଳା, ଗୁମୁରାପୁଟୁ ଆଦି ଗ୍ରାମର ସମସ୍ତ ଦାବିଦାର ମାନଙ୍କର ଦାବି ଗୁଡିକୁ ଶ୍ରୀଯୁକ୍ତ ତହସିଲଦାର କାଶୀପୁର ଏବଂ ସମସ୍ତ ଟିମ ,ଫୋରେଷ୍ଟର ଡିପାର୍ଟମେଣ୍ଟ,ଟିକିରି ର ସମସ୍ତ ଟିମ ବ୍ଲକ W.E.O କାଶୀପୁର ଏବଂ ସହଯୋଗ ଅନୁଷ୍ଠାନ ନିର୍ମାଣ ରାୟଗଡା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ଗ୍ରାମ ସ୍ତରର ସମସ୍ତ କାର୍ଯ୍ୟ ଗୁଡିକ ଶେଷ କରି ଜିଲ୍ଲା ସ୍ତରରେ ପହଞ୍ଚାଇବାରେ ସଫଳ ହୋଇପାରିଛନ୍ତି । ତେଣୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଉକ୍ତ ଗ୍ରାମଗୁଡିକୁ ପଟ୍ଟା ବଣ୍ଟନର ବ ବ୍ୟବସ୍ଥା କରାଇଲେ ସମସ୍ତ ଫରେଷ୍ଟ ଗ୍ରାମରେ ବସବାସ କରୁଥିବା ପରିବାର ମାନେ ଉପକୃତହେବେ ବୋଲି ଜଣେଇଛନ୍ତି।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ ସମାରୋହ କାର୍ଯ୍ୟକ୍ରମ 

masiha

ସାହିତ୍ୟ ସଂସଦର ବର୍ଷା ଆସର ଓ ପୁସ୍ତକ ଉନ୍ମୋଚନ

ବେଦାନ୍ତ ଲିମିଟେଡ ତରଫରୁ ମେଗା ମୋତିଆବନ୍ଦୁ ଶିବିର ଉଦଘାଟିତ

masiha

Leave a Comment

error: Content is protected !!