ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼, ୦୬/୦୯(ମନିସ)-ଲାଞ୍ଜିଗଡ ବ୍ଲକ ମସ୍କାଗୁଡା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରଧାନ ଶିକ୍ଷକ ଓ ମୌଳିକ ଶିକ୍ଷା ଓ ସାକ୍ଷରତା ଶିକ୍ଷକମାନଙ୍କୁ ନେଇ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଭୁର୍ଟିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳାହାଣ୍ଡି ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ତଥା ସୁଦୂର ନବରଙ୍ଗପୁର ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ବିଜୁଳି ଏକ୍କା ଯୋଗ ଦେଇଥିଲେ। ମସ୍କାଗୁଡା କ୍ଳଷ୍ଟର ସଂଯୋଜକ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ବୈଠକରେ ବରିଷ୍ଠ ଶିକ୍ଷକ ସତ୍ୟାନନ୍ଦ ବେରୁକ, ଭାଗିରଥୀ ବେରୁକ, ଭୁର୍ଟିଗଡ଼ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାକାର ସାହୁ, ଶିକ୍ଷକ ଶିବସୁନ୍ଦର ସାହୁ, ବିଭୁତିଭୂଷଣ ତାଣ୍ଡି, ଲଳିତମୋହନ ଭୋଇ, ସୁବ୍ରତ ବୁଦ୍ଧିଆ, ସୂର୍ଯ୍ୟମଣି ପାତ୍ର, ଝସକେତନ ବୁଦ୍ଧିଆ, ଭବାନୀଶଙ୍କର ବାରିକ, ପ୍ରମୋଦ ସାହୁ, ବୁଲେଶ ସାହୁ, ବବୃବାହନ ଭୋଇ, ସୁରେଶ ଭୋଇ, ଜଗନ୍ନାଥ ମାଝୀ, ସୁଚିସ୍ମିତା ବେହେରା, ନଳିନୀ ଜେନାଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ପାନାବେଡା କଲେଜରେ ଯୁବ ଦିବସ ପାଳିତ

Sunil Chandra Nayak

ବିଜେଡି ସଭାପତି ଅସୁସ୍ଥ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତି କାମ କରୁ ନାହିଁ ଆୟୁଷ୍ମାନ କାର୍ଡ 

Sunil Chandra Nayak

ମୋଟର ସାଇକେଲ ଦୁର୍ଘଟଣା ରେ ଯୁବକ ମୃତ 

masiha

Leave a Comment

error: Content is protected !!