ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ପେଣ୍ଡ୍ରାଣୀ ମନ୍ଦିରର ନୁତନ କମିଟି ଗଠନ 

ମାଁ ପେଣ୍ଡ୍ରାଣୀ ମନ୍ଦିରର ନୁତନ କମିଟି ଗଠନ 

ନବରଙ୍ଗପୁର:(୧୧-୦୮-୨୦୨୪)(ରବିନାରାୟଣମହାନ୍ତି)ରବିବାର ଦିନ ପୂର୍ବାହ୍ନ ୧୧ଘ: ସମୟରେ ଉମରକୋଟ ଗୁଲି ପାଟଣା ସାହିର ମାଁ ପେଣ୍ଡ୍ରାଣୀ ପିଠ ମନ୍ଦିର ଠାରେ ବରିଷ୍ଟ ସଂଗ୍ରାମୀ ନେତା ଶ୍ରୀଯୁକ୍ତ ଜୟଦେବ ପରିଡାଙ୍କ ଅଧ୍ୟକ୍ଷତାରେ ଗୋଟିଏ ସାଧାରଣ ବୈଠକ ବସିଥିଲା l ଏଥିରେ ମାଁ ପେଣ୍ଡ୍ରାଣୀ ମନ୍ଦିରର ପରିଚାଳନା କମିଟି ଗଠନ କରାଯାଇଥିଲା, ପରିଚାଳନା କମିଟିର ସଭାପତି ପଦ ସକାଶେ ଶ୍ରୀଯୁକ୍ତ ଭୈରବ ମିଶ୍ର, ଉପସଭାପତି ଶ୍ରୀ ଗୋପାଳ ପଟ୍ଟନାୟକ, ସାଧାରଣ ସଂପାଦକ ଶ୍ରୀ ଗୋବିନ୍ଦ ମାଝୀ, ସହସଂପାଦକ ଶ୍ରୀ ମାର୍କଣ୍ଡ ସାହୁ, କୋଷାଧ୍ୟକ୍ଷ ଶ୍ରୀ ବଲ୍ଲଭ ମାଳି, ଆଇନ୍ ପରାମର୍ଶ ଦାତା ଶ୍ରୀ ଝାଡେଶ୍ଵର ମହାନ୍ତି, ଉପଦେଷ୍ଟାରେ ଶ୍ରୀ ଜୟଦେବ ପରିଡ଼ା,ପି, ରବଣାରାଓ, ଅକ୍ଷୟ ବିଶୋଇ, ବିଦ୍ୟାଧର ଜେନା,ଶାଇ ନାରାୟଣ ପାଢ଼ୀ, ରମେଶ ସାହୁ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଭୁଵନ ପୂଜାରୀ, ଉଗ୍ର ପୂଜାରୀ, ସଞ୍ଜିବ ସୁବୁଦ୍ଧି,ଗଜେନ୍ଦ୍ର ନାୟକ, ଏସ୍ ବିଜୟ, ନରସିଂହ ମାଝୀ,ତୁଳସୀ ନାୟକ, ପର୍ଶୁରାମ ନାୟକ ସମେତ ଵାରପାଲି ରୟିତ, ସାଧାରଣ ସଦସ୍ୟ ପାଇଁ ଗ୍ରାମର ବରିଷ୍ଠ ବୁଦ୍ଧିଜୀବି ମାନଙ୍କ ମଧ୍ୟରୁ ୩୦ଜଣଙ୍କୁ ସଦସ୍ୟ ରୁପେ ମନୋନିତ କରାଗଲା। ଶେଷ ରେ ସଭାପତି ଶ୍ରୀଯୁକ୍ତ ଜୟଦେବ ପରିଡାଙ୍କ ଧନ୍ୟବାଦରେ ସଭା ସାଙ୍ଗ କରାଗଲା।

ମସିହା ନିୟୁଜ ସର୍ଭିସ୍

Related posts

ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ପୁରାତନ ଛାତ୍ରଛାତ୍ରୀ

masiha

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା , ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର

masiha

ବସ୍ତାରେ ବାଜପେୟୀଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!