ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାତ୍ରରେ ରାସ୍ତାରେ ଶୋଇଥିବା ଗାଈ ସହ  ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ 

ରାତ୍ରରେ ରାସ୍ତାରେ ଶୋଇଥିବା ଗାଈ ସହ  ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ 

ବନ୍ଧୁଗାଁ ତା ୧୧/୮/୨୪ ମୃତ୍ୟୁ ଏହି ପ୍ରକାର ଭାବେ ଆସିଥାଏ ଲୋକେ ଶୁଣିଲେ ମଧ୍ୟ ଆବାକ୍ ହୋଇଯାଇ ଥାନ୍ତି । ଗରିବ ବାପା ବହୁ କଷ୍ଟରେ ପୁଅକୁ ବି ଏ ପର୍ଯ୍ୟନ୍ତ ପାଠ ପଢାଇଲେ। ପାଠ ପଢା ଶେଷ ହେବା ପରେ ନୂତନ ଭାବେ ତୁରୁକୁପେଟା ଠାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଖାଲିଥିବା ରାତ୍ରି ଜଗୁଆଳି ଭାବେ ଗାଦାପୁ ଶ୍ୟାମ (ନାମୁ) ନିଯୁକ୍ତି ପାଇ ଥିଲେ। ଦୀର୍ଘ ୧୦ ବର୍ଷ ନିଜର କାର୍ଯ୍ୟକାଳ ମଧ୍ୟରେ ସେ ଅତି ବିଶ୍ଵସ୍ତତା ରହି ରାତ୍ରି ଜଗୁଆଳି ଭାବେ କାର୍ଯ୍ୟରତ ଥିଲେ। ନିଜର ମାଆ ଆଜକୁ କିଛି ବର୍ଷ ହେଉଛି ରୋଗରେ ପୀଡିତ ରହିଥିବା ବେଳେ ଏହି ପୁଅ ହିଁ ମାଆ ଚିକିତ୍ସା ଓ ସେବା କରି ଆସିଥିଲେ। ଗତ ରବିବାର ଦିନ ସମସ୍ତ କାମ ଶେଷ କରି ରାତ୍ରରେ ଘର ଠାରୁ ଏକ କିଲୋମିଟର ଦୂରରେ ଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟକୁ ଯିବା ପାଇଁ ଗାଦାପୁ ଶ୍ୟାମ ନିଜ ବାଇକରେ ବାହାରିଥିଲେ। ମଝି ରାସ୍ତାରେ ଗାଈଗୋରୁ ଶୋଇ ଥିବା ବେଳେ ତୁରୁକୁପେଟା ଗାଁର ପଣ୍ଡା ଲୁଗା ଦକାନ୍ ନିକଟରେ ନିଜ ବାଇକଟି ଶୋଇ ଥିବା ଗାଈ ସହିତ ଏହି ପରି ଧୋକା ହୋଇଥିଲା ଯେ ହୃଷ୍ଟ ପୃଷ୍ଟ ଗାଈ ଟି ସେଠାରେ ହିଁ ମୃତ୍ୟୁ ହୋଇଥିଲା। ଯୁବକ ଜଣକ ମୁଣ୍ତରେ ଗଭୀର ଆଘାତ ଲାଗିବା ପରେ ପାଖରେ ଥିବା କିଛି ଯୁବକ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଭଲ ଚିକିତ୍ସା କରିବା ପାଇଁ ଅନ୍ୟ ମେଡ଼ିକାଲକୁ ନେବା ପାଇଁ କୁହାଯାଇଥିଲା। ପରିବାର ଲୋକେ ବିଶାଖାପାଟଣା ମେଡ଼ିକାଲ ନେଇ ଚିକିତ୍ସା କରିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଏହି ଘଟଣାଟି କୋରାପୁଟ ଜିଲ୍ଲା ବନ୍ଧୁଗାଁ ପଞ୍ଚାୟତ ସଦରର ବନ୍ଧୁଗାଁ ଓ ତୁରୁକୁପେଟାର ଶତାଧିକ ଖୋଲା ଗାଈ ଗୋରୁ ମୁଖ୍ୟ ରାସ୍ତା ମଝିରେ ଶୋଇ ରହିଥାନ୍ତି। ଯେଉଁ ମାନେ ଗାଈ ଗୋରୁ ପାଳନ କରନ୍ତି ବହୁ ଥର ଗାଈ ଗୋରୁ ବାନ୍ଧି ରଖିବା ପାଇଁ କହିଲେ ମଧ୍ୟ ରଖନ୍ତି ନାହିଁ। ଚାଷ ସମୟ ହୋଇଥିଲେ ମଧ୍ୟ ଗୋପାଳକ ମାନେ ଗାଇ ଗୋରୁଙ୍କୁ ଛାଡ଼ି ଦେଇ ଥିବାରୁ ଯୁବକର ମୃତ୍ୟୁ ଯୋଗୁଁ ନିଜର ବିବାହିତ ସ୍ତ୍ରୀ ସହ ଏକ ମାତ୍ର ପୁଅ ଓ ବାପା ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଗୋପାଳକ ମାନଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସାଧାରଣରେ ଅନୁରୋଧ କରାଯାଇଛି। ମୃତ ବ୍ୟକ୍ତିଙ୍କ ଶବ ଘରେ ପହଞ୍ଚିବା ପରେ ନିଜ ସମ୍ପର୍କୀୟ ବନ୍ଧୁବାନ୍ଧବ ଓ ସ୍ଥାନୀୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଶବ ଦାହ କାର୍ଯ୍ୟରେ ଉପସ୍ଥିତ ରହି ଥିଲେ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆଜି ଦିବସର ଅନୁଚିନ୍ତା : ୨୬ ଫେବୃଆରୀ: ଐତିହାସିକ ସ୍ମୃତି ଓ ଚିନ୍ତନର ଦିନ

Sunil Chandra Nayak

ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି : ମୋବାଇଲ ପାଇଁ ଚାଲିଗଲା ୨ ଜୀବନ

masiha

ନବରଙ୍ଗପୁର ମହାବିଦ୍ୟାଳୟରେ ଗ୍ରାମୀଣ ନବାଚର ମାଧ୍ୟମରେ ଆତ୍ମନିର୍ଭରତାର ଉତ୍ସବ

Sunil Chandra Nayak

Leave a Comment

error: Content is protected !!