ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଯୁବ ଦିବସ -୨୦୨୬ ପାଳିତ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଯୁବ ଦିବସ -୨୦୨୬ ପାଳିତ

ଢେଙ୍କାନାଳ : ତା.୧୨.୦୮.୨୦୨୬ରିଖ : ସ୍ଥାନୀୟ ଉଫୁନା କାର୍ଯ୍ୟାଳୟରେ ପ୍ରାତଃ ୦୮ ଘଟିକା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ୱ ଯୁବ ଦିବସ -୨୦୨୬ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ଅନ୍ୟତମ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପରିବେଶବିତ୍ ଉପେନ୍ଦ୍ର ରାଉତ ଯୁବସମାଜକୁ ସଠିକ୍ ମାର୍ଗଦର୍ଶନ ଓ ସୁଯୋଗ ପ୍ରଦାନ କଲେ ହିଁ ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ବିଶ୍ୱ ଗଠନ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ,ଡ.ପ୍ରମୋଦ କୁମାର ନାୟକ,ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ସମ୍ପାଦକ ସରୋଜ ଶତପଥୀ,ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ,ଡ.ଅନୁପମା ମିଶ୍ର,ଡା.ଦେବୀ ପ୍ରସାଦ ମିଶ୍ର, ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଅନ୍ୟତମ ବକ୍ତା ଭାବରେ ସ୍ଵୀୟ ସ୍ଵୀୟ ଅଭିଭାଷଣରେ କହିଲେ ଯେ ବିଶ୍ବ ଇତିହାସରେ ଅଗଷ୍ଟ ୧୨ କେବଳ ଏକ ମହତ୍ୱପୂର୍ଣ୍ଣ ତାରିଖ ନୁହେଁ,ଏହା ବିଶ୍ୱ ଶାଶ୍ୱତ ସଭ୍ୟତା,ସଂସ୍କୃତିର ଯୁବ ଅସ୍ତିତ୍ୱ ଓ ଅସ୍ମିତାର ଅନୁପମ ଉଦ୍ ଘୋଷ।ଯୁବପିଢ଼ିଙ୍କୁ ରୋଜଗାର,ଉତ୍ତମ କାର୍ଯ୍ୟ ଏବଂ ଉଦ୍ୟୋଗୀ ହେବା ପାଇଁ ଆବଶ୍ୟକୀୟ ଦକ୍ଷତା ପ୍ରଦାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।୨୦୧୪ ମସିହାରେ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ଦିବସର ଶୁଭାରମ୍ଭ କରାଯାଇଥିଲା।ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ କେବଳ ପାରମ୍ପରିକ ଶିକ୍ଷା ଯଥେଷ୍ଟ ନୁହେଁ।କୃତ୍ରିମ ବୁଦ୍ଧିମତ୍ତା,କମ୍ପ୍ୟୁଟର ଜ୍ଞାନ,ବୈଷୟିକ ତାଲିମ ଏବଂ ଡିଜିଟାଲ୍ ଦକ୍ଷତା ଆଦି ଯୁବକଯୁବତୀମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।ଏହି ଦିବସ ମାଧ୍ୟମରେ ବିଶ୍ୱବ୍ୟାପୀ ବେକାରୀ ସମସ୍ୟା ଦୂର କରିବା ଏବଂ କାର୍ଯ୍ୟକ୍ଷେତ୍ରରେ ଥିବା ଦକ୍ଷତା ବ୍ୟବଧାନକୁ ହ୍ରାସ କରିବା ପାଇଁ ସରକାର ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହିତ କରାଯାଏ।ଏହି ଆଲୋଚନାଚକ୍ରରେ ଡ଼ା.ଦେବୀ ପ୍ରସାଦ ମିଶ୍ର ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଗୋଟିଏ ଓଡ଼ିଆ ସନେଟ୍ ଓ ଗୋଟିଏ ଇଂରାଜୀ ସନେଟ୍ ଆବୃତ୍ତି କରିଥିଲେ ଓ ବକ୍ତବ୍ୟରେ ଯୁବଶକ୍ତି ହେଉଛନ୍ତି ଦେଶ ଓ ରାଜ୍ୟର ଅସଲ ସମ୍ପତ୍ତି।ଯେତେବେଳେ ଜଣେ ଯୁବକ ବା ଯୁବତୀ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନି ଦକ୍ଷତା ହାସଲ କରନ୍ତି,ସେତେବେଳେ ସେମାନେ କେବଳ ନିଜର ନୁହେଁ,ବରଂ ସମଗ୍ର ଦେଶର ବିକାଶରେ ପ୍ରମୁଖ ସହଭାଗୀ ହୋଇପାରନ୍ତି।ଭାରତରେ ‘ସ୍କିଲ୍ ଇଣ୍ଡିଆ’ ଏବଂ ଓଡ଼ିଶାରେ “ଦକ୍ଷ ଯୁବ,ସଶକ୍ତ ଓଡ଼ିଶା” ଭଳି ଅଭିଯାନ ମାଧ୍ୟମରେ ଯୁବବନ୍ଧୁମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ବୈଷୟିକ ଶିକ୍ଷା ଓ ମାଗଣା ତାଲିମ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରିଥିଲେ।ଏହି ସଭାରେ ସାର୍ଥକ ପଟ୍ଟନାୟକ,ଇଂ.ଅବିନାଶ ଦାସ,ଇଂ.ଯୁଧିଷ୍ଟିର ସାହୁ,ବିପିନ ବିହାରୀ ବେହେରା,ପ୍ରେମାନନ୍ଦ ଶତପଥୀ,ତରୁଣ କୁମାର ବିଶ୍ୱାଳ,ବସନ୍ତ କୁମାର ବିଶ୍ୱାଳ,ରବିନାରାୟଣ ପଟ୍ଟନାୟକ, ଲକ୍ଷ୍ମୀଧର ଶତପଥୀ,ଗିରିଶ ଚନ୍ଦ୍ର ସାମଲ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ଦିଲ୍ଲୀପ କୁମାର ସାହୁ,ଶ୍ରୀକାନ୍ତ କୁମାର ସାହୁ ପ୍ରମୁଖ ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା, ସଦସ୍ୟ ମଧ୍ୟ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏଥିରେ ସମାଜସେବୀ ସରୋଜ କୁମାର ଶତପଥି ସ୍ୱାଗତଭାଷଣ ଦେଇଥିବା ବେଳେ ଗୋକୁଳ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ଗୋଇନ୍ଦା ବିଭାଗର ସହକାରୀ କର୍ମଚାରୀ ବିଶ୍ଵଜିତ ଗିରି ଆର ପାରିରେ

masiha

ଧରାକୋଟ ଥାନା ପକ୍ଷରୁ ଏକତା ଦୌଡ଼

Sunil Chandra Nayak

୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆପଡ଼ା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଡିଜିପି ପୁରସ୍କାର ରେ ସମ୍ମାନିତ 

masiha

Leave a Comment

error: Content is protected !!