ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ସାହିତ୍ୟ ସଂସଦ ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ କବିତା ପାଠୋତ୍ସବ ଅନୁଷ୍ଠିତ 

ଓଡ଼ିଆ ସାହିତ୍ୟ ସଂସଦ ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ କବିତା ପାଠୋତ୍ସବ ଅନୁଷ୍ଠିତ 

ଗତ କାଲି ଗୁରୁ ଦିବସ ଅବସରରେ (ତା ୦୫/୦୯/୨୦୨୫ ରିଖ ସନ୍ଧ୍ୟା ଘ ୦୬.୩୦.ମି. ସମୟରେ) ପବିତ୍ର ଗୁରୁଦିବସ ଉପଲକ୍ଷେ “ଓଡ଼ିଆ ସାହିତ୍ୟ ସ°ସଦ” ଗାଙ୍ଗନାପୁର (ଗଞ୍ଜାମ) ପକ୍ଷରୁ ଆୟୋଜିତ ଆଭାସୀ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଚିତ୍ରସେନ ମହାରଣା ଅନୁମତି ଦେଇଥିଲେ ଆସର ଆରମ୍ଭରେ ପ୍ରାରମ୍ଭିକ ସୂଚନା ଦେବାପାଇଁ, ପ୍ରାରମ୍ଭିକ ସୂଚନା ଦେଇଥିଲେ ସହ ସମ୍ପାଦିକା ଜୟନ୍ତୀ ବେହେରା, ଆଲୋଚକ ଥିଲେ ଯଜ୍ଞେଶ୍ବର ପଣ୍ଡା, ମୁଖ୍ୟବକ୍ତା ଥିଲେ ମଧୁମିତା ମିଶ୍ର, କବିତା ଆସର ସମୟରେ ଗୁରୁ ଦିବସ ଉପରେ ଆଲୋଚନା କରିଥିଲେ ନିରୀକ୍ଷକ କୈଳାଶଚନ୍ଦ୍ର ବେହେରା ।

ପ୍ରାୟ ୨୮ଗୋଟି କବିତା ଆସିଥିଲା ଓ ୩୫ ଜଣ ଯୋଗଦେଇ ନିଜ ନିଜର କବିତା ପାଠ କରିଥିଲେ । ସ°ଯୋଜିକା ଥିଲେ ପରିଚାଳନା ସମ୍ପାଦିକା ଶାଶ୍ବତୀ ନନ୍ଦ ଓ ସଂଗଠନ ସମ୍ପାଦିକା ସୁମିତ୍ରା ଦଳାଇ ।

କବିତା ପାଠ ପରେ ଉଦ୍ ବୋଧନ ଦେଇଥିଲେ ସଭାପତି ନଳିନୀପ୍ରଭା ଶତପଥୀ, ଧନ୍ୟବାଦ ଅର୍ପଣ କରିଥିଲେ ଉପ ସଭାପତି ରଶ୍ମିରେଖା ସାହୁ, ଶେଷରେ ସଭା ସାଙ୍ଗ ଘୋଷଣା କରିଥିଲେ ପ୍ରତିଷ୍ଠାତା ଓ ସମ୍ପାଦକ ଚିତ୍ରସେନ ମହାରଣା।

Related posts

ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ 

Sunil Chandra Nayak

ହୃଷିକେଶ ରାୟ ମହାବିଦ୍ୟାଳୟ ର ରାଷ୍ଟ୍ରୀୟ ସେବା ଯୋଜନା ଶିବିର ଆୟୋଜିତ

Sunil Chandra Nayak

ଶାନ୍ତି ଶୃଙ୍ଖଳା ସହ ଛତର ଯାତ୍ରା ପାଳନ ପାଈଁ ବୈଠକ 

masiha

Leave a Comment

error: Content is protected !!