ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ସରସ୍ୱତୀ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା

ବନ୍ଧୁଗାଁ ତା,୧୪/୮/୨୩,// ଆଜି ବନ୍ଧୁଗାଁର ସରସ୍ଵତି ଶିଶୁ ବିଦ୍ୟା ମନ୍ଦିର ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ବିଜ୍ଞାନ ମେଳାରେ ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ରଶ୍ମିତା ଦେବରପୋଲି ଙ୍କ ଅଧକ୍ଷତାରେ ବିଜ୍ଞାନ ମେଳା ହୋଇଯାଇଛି I ମୁଖ୍ୟ ଅତିଥି ଭାବରେ ଶ୍ରୀ ଶ୍ରୀନିବାସ ପଟ୍ଟନାୟକ, ବିଚାରକ ଭାବରେ ଶ୍ରୀ ବସନ୍ତ କୁମାର ସ୍ୱାଇଁ, ଓ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ I ଆଜିର ବିଜ୍ଞାନ ମେଳାରେ ୩୪ ଜଣ ଛାତ୍ରଛାତ୍ରି ୨୦ ଟି ଶିଶୁ ଵର୍ଗର ଓ ବାଲ ଵର୍ଗର ୧୪ ଟି ପ୍ରକଳ୍ପ ଭାଗ ନେଇଥିଲେ I ବିଚାରକ ଭାବେ ତିନିଜଣ ପ୍ରମୁଖ ରହି ପ୍ରକଳ୍ପ ଗୁଡିକ ଦେଖି ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ I ସେଥିରୁ ୩୪ ଜଣ ଛାତ୍ରଛାତ୍ରି ପୁରସ୍କୃତ ହୋଇଥିବା ବେଳେ ଆସନ୍ତା କାଲି ସ୍ବାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ବିତରଣ କରାଯିବା ପାଇଁ ଧାର୍ଯ୍ୟ ହୋଇଥିବାର ସୂଚନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ସୁଶ୍ରୀ ରଶ୍ମିତା ଦେବର ପଲି କହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ 

Leave a Comment

error: Content is protected !!