ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ସରସ୍ୱତୀ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା

ବନ୍ଧୁଗାଁ ତା,୧୪/୮/୨୩,// ଆଜି ବନ୍ଧୁଗାଁର ସରସ୍ଵତି ଶିଶୁ ବିଦ୍ୟା ମନ୍ଦିର ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ବିଜ୍ଞାନ ମେଳାରେ ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ରଶ୍ମିତା ଦେବରପୋଲି ଙ୍କ ଅଧକ୍ଷତାରେ ବିଜ୍ଞାନ ମେଳା ହୋଇଯାଇଛି I ମୁଖ୍ୟ ଅତିଥି ଭାବରେ ଶ୍ରୀ ଶ୍ରୀନିବାସ ପଟ୍ଟନାୟକ, ବିଚାରକ ଭାବରେ ଶ୍ରୀ ବସନ୍ତ କୁମାର ସ୍ୱାଇଁ, ଓ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ I ଆଜିର ବିଜ୍ଞାନ ମେଳାରେ ୩୪ ଜଣ ଛାତ୍ରଛାତ୍ରି ୨୦ ଟି ଶିଶୁ ଵର୍ଗର ଓ ବାଲ ଵର୍ଗର ୧୪ ଟି ପ୍ରକଳ୍ପ ଭାଗ ନେଇଥିଲେ I ବିଚାରକ ଭାବେ ତିନିଜଣ ପ୍ରମୁଖ ରହି ପ୍ରକଳ୍ପ ଗୁଡିକ ଦେଖି ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ I ସେଥିରୁ ୩୪ ଜଣ ଛାତ୍ରଛାତ୍ରି ପୁରସ୍କୃତ ହୋଇଥିବା ବେଳେ ଆସନ୍ତା କାଲି ସ୍ବାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ବିତରଣ କରାଯିବା ପାଇଁ ଧାର୍ଯ୍ୟ ହୋଇଥିବାର ସୂଚନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ସୁଶ୍ରୀ ରଶ୍ମିତା ଦେବର ପଲି କହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

masiha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ବାଇକ ଚାଳକଙ୍କ ମୃତ୍ୟୁ

Sunil Chandra Nayak

କୂଅ ରେ ପଡିଥିବା ଭାଲୁ କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ

Leave a Comment

error: Content is protected !!