ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିରେ ସାମିଲ ହେଲେ ବିଜେପି ମଣ୍ଡଳ ସଭାପତି

ବିଜେଡିରେ ସାମିଲ ହେଲେ ବିଜେପି ମଣ୍ଡଳ ସଭାପତି

ଖଇରା,୨୫/୫/୨୪- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ବିଜେପି ଦଳର ଖଇରା ମଣ୍ଡଳ ସଭାପତି ରାଜେଶ କୁମାର ରାଉତ ବିଜେପି ଦଳ ପରିତ୍ୟାଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସିମୁଳିଆ ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁଙ୍କ ନେତୃତ୍ୱକୁ ଆସ୍ଥା ପ୍ରକଟ କରି ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ସମୟରେ ପ୍ରାର୍ଥିନୀଙ୍କ ସ୍ବାମୀ ତଥା ରାଜନେତା ଓ ସମାଜସେବୀ ଶଶୀ କୁମାର ସାହୁଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମଣିଭଦ୍ର ବେହେରା, କୈଳାସ ମହାପାତ୍ର, ସନାତନ ପାତ୍ର, ଇନ୍ଦ୍ରମଣି ନେହେର, ମୂଷା ଲେଙ୍କା, ସୁଦର୍ଶନ ଲେଙ୍କା, ହରେକୃଷ୍ଣ ମହାପାତ୍ର, ନରେନ୍ଦ୍ର ବାରିକ ଓ ମହେନ୍ଦ୍ର ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡିରେ ସ୍ବଇଚ୍ଛାରେ ସାମିଲ ହୋଇଛନ୍ତି । ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ । ଚଳିତ ନିର୍ବାଚନରେ ପ୍ରାର୍ଥିନୀ ଶ୍ରୀମତୀ ସାହୁ କିପରି ବହୁ ଭୋଟରେ ବିଜୟଲାଭ କରିବେ ସେଥିପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି ମିଶ୍ରକାରୀ ମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ମଣ୍ଡଳ ସଭାପତି ଶ୍ରୀ ରାଉତ ଗତ ତା ୨୧/୫/୨୪ ରିଖରେ ବିଜେପି ଦଳ ପରିତ୍ୟାଗ କରିଥିଲେ । ଧୀରେ ଧୀରେ ବିଜେଡି ପ୍ରତି ଭୋଟର ମାନେ ଆକୃଷ୍ଟ ହେଉଥିବାରୁ ସିମୁଳିଆରେ ବିଜେଡି ପ୍ରାର୍ଥିନୀ ସୁନିଶ୍ଚିତ ଜିତିବ ଏଥିରେ କିଛି ସନ୍ଦେହ ନାହିଁ,ଯାହା ଜନସାଧାରଣଙ୍କ ଠାରୁ ରିପୋର୍ଟ ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସ୍ଥାନୀୟ ଭଜାପା ଦଳ ପକ୍ଷରୁ ତାଳଚେର ଉପଖଣ୍ଡ ବି ଡି ଓ କାର୍ଯ୍ୟାଳୟ ଘେରାଉ 

Sunil Chandra Nayak

କାମାକ୍ଷାନଗର ରେ କଂଗ୍ରେସ ପକ୍ଷରୁ ଛାତ୍ରୋ କି ଗୁଂଜ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ରାଜନଗର ନିର୍ବାଚନ ମଣ୍ଡଳୀରେ ବିରୋଧି କର୍ମୀ ବିଜେଡିରେ ମିଶି ସମର୍ଥନ ଵୃଦ୍ଧି କରାଇ ଦଳକୁ ଶକ୍ତିଶାଳି କରୁଛନ୍ତି -ଧୃଵ

masiha

Leave a Comment

error: Content is protected !!