ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ଜିଲ୍ଲା ସଭାପତିଙ୍କୁ ଭେଟିଲେ ସୁବାସିନୀ ସାହୁ

ବିଜେଡି ଜିଲ୍ଲା ସଭାପତିଙ୍କୁ ଭେଟିଲେ ସୁବାସିନୀ ସାହୁ

ବାଲେଶ୍ଵର,୨୩/୪/୨୪- ଚଳିତ ନିର୍ବାଚନ ଲଢିବା ପାଇଁ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କୁ ବିଜେଡି ଟିକେଟ ଦେଇ ନଥିଲା । ଯେଉଥି ପାଇଁ ଶ୍ରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନଥିଲେ । ବରଂ ତାଙ୍କୁ ଖୁସି କରିବା ପାଇଁ ବାଲେଶ୍ଵର ଜିଲ୍ଲା ସଭାପତି ଆସନରେ ଅଧିଷ୍ଠିତ କରିଥିଲେ ଦଳର ସୁପ୍ରିମୋ । ଜିଲ୍ଲା ସଭାପତି ହେବା ପରେ ବିଧାୟକ ପ୍ରାର୍ଥିନୀ ସୁବାସିନୀ ସାହୁ ଏବଂ ତାଙ୍କର ସ୍ବାମୀ ଶଶୀ କୁମାର ସାହୁ ସିମୁଳିଆ ସ୍ଥିତ ବାସ ଭବନରେ ଭେଟି ଜିଲ୍ଲା ସଭାପତି ଶ୍ରୀ ପାଣିଗ୍ରାହୀଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କ ସହିତ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସମେତ ବିଜେଡିର ଅନେକ ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅହଲ୍ଯାବାଇ ହୋଲକରଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳିଲା ବିଏମ୍ଏସ୍.

ବିଜେପି କଳାହାଣ୍ଡି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ ହେଲେ ରଞ୍ଜନ କୁମାର ଜାଲ

ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରାନଗଲେ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!