ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ଜିଲ୍ଲା ସଭାପତିଙ୍କୁ ଭେଟିଲେ ସୁବାସିନୀ ସାହୁ

ବିଜେଡି ଜିଲ୍ଲା ସଭାପତିଙ୍କୁ ଭେଟିଲେ ସୁବାସିନୀ ସାହୁ

ବାଲେଶ୍ଵର,୨୩/୪/୨୪- ଚଳିତ ନିର୍ବାଚନ ଲଢିବା ପାଇଁ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କୁ ବିଜେଡି ଟିକେଟ ଦେଇ ନଥିଲା । ଯେଉଥି ପାଇଁ ଶ୍ରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନଥିଲେ । ବରଂ ତାଙ୍କୁ ଖୁସି କରିବା ପାଇଁ ବାଲେଶ୍ଵର ଜିଲ୍ଲା ସଭାପତି ଆସନରେ ଅଧିଷ୍ଠିତ କରିଥିଲେ ଦଳର ସୁପ୍ରିମୋ । ଜିଲ୍ଲା ସଭାପତି ହେବା ପରେ ବିଧାୟକ ପ୍ରାର୍ଥିନୀ ସୁବାସିନୀ ସାହୁ ଏବଂ ତାଙ୍କର ସ୍ବାମୀ ଶଶୀ କୁମାର ସାହୁ ସିମୁଳିଆ ସ୍ଥିତ ବାସ ଭବନରେ ଭେଟି ଜିଲ୍ଲା ସଭାପତି ଶ୍ରୀ ପାଣିଗ୍ରାହୀଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କ ସହିତ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସମେତ ବିଜେଡିର ଅନେକ ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନର୍ଲା ଠାରେ କଂଗ୍ରେସର ଦଳୀୟ ସ୍ଥିତିକୁ ମଜଭୁତ ଆହ୍ୱାନ ବୈଠକ

ଜିଲ୍ଲା ବିଜେଡି ର ଜୋନାଲ ସଂଯୋଜକ ତାଲିକା ଘୋଷଣା

ବିଜେଡିର ଯୁବ ସମାବେଶ ଓ ମିଶ୍ରଣ ପର୍ଵ, କଂଗ୍ରେସ ଓ ବିଜେପିର ଶତାଧିକ କର୍ମକର୍ତ୍ତାଙ୍କ ଯୋଗଦାନ

masiha

Leave a Comment

error: Content is protected !!