ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଘରେ ଘରେ କଂଗ୍ରେସ,ଘରେ ଘରେ ହାତ କାର୍ଯ୍ୟକ୍ରମ

ଘରେ ଘରେ କଂଗ୍ରେସ,ଘରେ ଘରେ ହାତ କାର୍ଯ୍ୟକ୍ରମ

ନବରଙ୍ଗପୁର ୦୮.୧୦.୨୦୨୩ ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଆଜି ନବରଙ୍ଗପୁର ବ୍ଲକ କଂଗ୍ରେସ ଦଳ ତରଫରୁ ଆରମ୍ଭ କରାଯାଇଛି।ଏହି କାର୍ଯ୍ୟକ୍ରମ ନୂତନ ମଣ୍ଡେଇ ପଡିଆ ହିର୍ଲ୍ଲି ଠାରୁ ହଜାର ହଜାର ସଂଖ୍ୟା ରେ ପୁରୁଷ ଓ ମହିଳା ମାନଙ୍କ ସହ ପାରମ୍ପାରିକ ଆଦିବାସୀ ନୃତ୍ୟ ଓ ବାଦ୍ୟତାଳ ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ବାର୍ତ୍ତା ଅଗ୍ନିପୁର ପଞ୍ଚାୟତ ର ବେହେରା ଗୁଡ଼ା ଓ ହିର୍ଲୀ ଗ୍ରାମ ରେ ବାଣ୍ଟି ଥିଲେ।ଆସନ୍ତା କାଲି ଠାରୁ ବ୍ଲକ ରେ ଥିବା ୧୩ ଗୋଟି ପଞ୍ଚାୟତ ରେ ପଞ୍ଚାୟତ କଂଗ୍ରେସ କମିଟି ଏହି ବାର୍ତ୍ତା ଘରେ ଘରେ ଯାଇ ବାଣ୍ଟିବେ ଓ ଏହା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଅନ୍ୟ ପଞ୍ଚାୟତମାନଙ୍କ ମଧ୍ୟରେ ବାଘସିଉନି,ବଡ଼ କୁମୁଲି,ସାନ ମାସିଗାଁ,ବଡ଼ ମସିଗାଁ,ବାସିନୀ,ଚଟାହାଣ୍ଡି,ପୂଜାରୀ ଗୁଡ଼ା, ସିନ୍ଧିଗାଁ,ବିକ୍ରମ ପୁର,ଭତରା ସିଉନି ଓ ମନ୍ତ୍ରୀଗୁଡ଼ା।ଆଜିର ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତର ଅନେକ ବରିଷ୍ଠ ନେତା ଯୋଗ ଦେବାସହ ଘର ଘର ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ,ବ୍ଲକ କଂଗ୍ରେସ ସଭାପତି ଅବଦୁଲ ଫିରୋଜ, ଆଇ ଏନ୍ ଟି ୟୁ ସି ସଭାପତି ତଥା ଅଗ୍ନୀପୂର ସରପଞ୍ଚ ଦିବାକର ପୂଜାରୀ,ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ,ଯୁବ କଂଗ୍ରେସ ସଭାପତି ସୁରଜ ଲାଲ,ଜିଲ୍ଲା ଓବିଶି ସେଲ ସଭାପତି ପଦ୍ମନ ବିଶୋଇ,ଆଦିବାସୀ କଂଗ୍ରେସ ସଭାପତି ଦିଲ୍ଲିପ ପ୍ରଧାନୀ,ବରିଷ୍ଠ ଆଦିବାସୀ ନେତା କୁଶିଆ ମାଝୀ, ବରିଷ୍ଠ ନେତା ସତ୍ୟନାରାୟଣ ତ୍ରିପାଠୀ,ବ୍ଲକ ମହିଳା କଂଗ୍ରେସ ସଭାପତି ତୁଲସା ଭତରା, ଆର୍ ଜୀ ପି ଆର୍ ଏସ୍ ରାଜ୍ୟ ସଂଯୋଜକ ପ୍ରକାଶ ସାମନ୍ତରାୟ,ଉମା ଶଙ୍କର ହରିଜନ,ଚନ୍ଦନ ଦାସ, ରାମଚନ୍ଦ୍ର ହରିଜନ,ପ୍ରଭାତ ହରିଜନ,ଅବଦୁଲ କାସିମ,ରାଜୀବ ହନ୍ତାଲ,ଗଙ୍ଗାଇ ଭତରା,ସାବିତ୍ରୀ ଭତରା,ଚମ୍ପା ଭତରା,ମନୁରାମ ଭତରା, ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭାରତୀୟ ଜନତା ପାର୍ଟି ତରଫରୁ ଘେରାଉ ଓ ଆନ୍ଦୋଳନ କାର୍ଯ୍ୟକ୍ରମ

masiha

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଓଡିଶାରେ ବିଜେପିର ଜୟଯାତ୍ରାର ଆଉ ଗୋଟିଏ ଫର୍ଦ୍ଦ ଆଜି ଯୋଡି ହୋଇଛି : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!