ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ-ବିଜୁ ଶ୍ରମିକ ସାମୁଖ୍ୟ ର ଦୃଢୋକ୍ତି

ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ-ବିଜୁ ଶ୍ରମିକ ସାମୁଖ୍ୟ ର ଦୃଢୋକ୍ତି

ରାଉରକେଲା:ରାଉରକେଲାର ଭଞ୍ଜ ଭବନ ଠାରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟ ସୁନ୍ଦରଗଡ଼ ଜିଲ୍ଲା ସମ୍ମୀଳନୀର ରାଜ୍ୟ ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ସୁବାସ ସିଂ ତାଙ୍କ ବକ୍ତବ୍ୟରେ ଶ୍ରମିକ କଲ୍ୟାଣ କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଏବଂ ବିକଶିତ ଓଡ଼ିଶାର ରୂପାନ୍ତିକରଣ ପ୍ରକ୍ରିୟାରେ କିଭଳି ଶ୍ରମିକ ମାନେ ଅଧିକରୁ ଅଧିକ ଉପକୃତ ହେବେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ଧାରା ଓ ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ବୋଲି କହିଥିଲେ। ଏହି ସମ୍ମିଳନୀକୁ ଓଡ଼ିଶା ସରକାର ଙ୍କ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ ଏବଂ ତାଙ୍କ ଭାଷଣରେ ନିର୍ମାଣ ଶ୍ରମିକ ଙ୍କ ଠାରୁ ଆରମ୍ଭ କରି ଅସଗଂଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର ଶ୍ରମିକ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ସମ୍ମୀଳନୀରେ ଆଲୋଚନା କରିଥିଲେ ଏବଂ ସର୍ବନିମ୍ନ ମଜୁରୀ କ୍ଷେତ୍ରରେ ଏକ କାଳୀନ ଟ୧୦୦ ବୃଦ୍ଧି ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ଓଡ଼ିଶା ବିଦ୍ୟୁତ ମହାସଂଘ ର ନେତା ରାଜୀବ ମହାନ୍ତି ଏବଂ ଅଲ୍ ଓଡିଶା ଅଟୋ ଟ୍ରାନ୍ସପୋର୍ଟ ୱକର୍ସ ମହାସଂଘ ର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାମଲ ଉଦବୋଧନ ଦେଇ କହିଲେ ଯେ ବିଦ୍ୟୁତ କର୍ମଚାରୀ ଙ୍କ ବୀମା ରାଶି ବୃଦ୍ଧି,ପରିବହନ ଶ୍ରମିକ ଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସଭାରେ ବିଜୁ ଶ୍ରମିକ ସାମୁଖ୍ୟ ର ରାଜ୍ୟ ସଂଯୋଜକ ତଥା ଉପସଭାପତି ବୈଦ୍ୟନାଥ ଦାସ ତାଙ୍କର ଭାଷଣରେ କହିଥିଲେ ଯେ ଶ୍ରମିକ ମାନଙ୍କ ଆର୍ଥିକ ଉନ୍ନତି ଏବଂ ରାଜ୍ୟ ର ବିକାଶ ଅଙ୍ଗାଙ୍ଗୀ ଭାବେ ଜଡିତ, ଏକଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୃଦୟଙ୍ଗମ କରିଥିବାରୁ ବିଭିନ୍ନ ବର୍ଗର ଶ୍ରମିକଙ୍କର କଲ୍ୟାଣ କ୍ଷେତ୍ରରେ ସାରା ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଅର୍ଜନ କରିଥିବା ସମୟରେ ଦୁର୍ଭାଗ୍ୟର କଥା କେନ୍ଦୁପତ୍ର କର୍ମଚାରୀ ମାନଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ଜିଏସଟି ପ୍ରତ୍ୟାହାର ନ କରି ବଂର ବୃଦ୍ଧି କରିଛନ୍ତି । ଏଥିରୁ ଶ୍ରମିକ କର୍ମଚାରୀ ମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଭାବରେ ଜଣାପଡ଼ୁଛି।ଏ ନେଇ କେନ୍ଦ୍ର ସରକାର ଙ୍କୁ ବାରମ୍ବାର ଦାବି ସତ୍ତ୍ୱେ ଜିଏସଟି ବୃଦ୍ଧି ପ୍ରତ୍ୟାହାର କରୁନାହାନ୍ତି। ଓଡ଼ିଶା ର ଶ୍ରମିକ ସମାଜ ନବୀନ ବାବୁ ଙ୍କ ଶ୍ରମିକ ଦରଦୀ ମନୋଭାବ ପ୍ରତି କୃତଜ୍ଞତା ଏବଂ ସମ୍ମାନ ଜଣାଇ ଷଷ୍ଠ ଥର ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାରେ ଅବସ୍ଥାପିତ କରିବା ପାଇଁ ନିବେଦନ କରିଛନ୍ତି। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଅଧ୍ୟକ୍ଷତା କରି ତାଙ୍କର ସଭାପତିତ୍ବ ଭାଷଣରେ କହିଥିଲେ ଯେ ଶ୍ରମିକ କଲ୍ୟାଣ ସହ ସମାଜର ଆର୍ଥିକ ଦୁର୍ବଳ ଓ ଅନଗ୍ରସର ଶ୍ରେଣୀ ,ମହିଳା ସଶକ୍ତିକରଣ, ପଇସା ଅଭାବରୁ କେହି ଶିକ୍ଷା ରୁ ବଞ୍ଚିତ ହେବନାହିଁ ଏଭଳି ଏକ ଦୃଢ଼ ପଦକ୍ଷେପ ନେଇଥିବାରୁ ଆମେ ସମସ୍ତେ ଏକ ହୋଇ ଆଗାମୀ ଦିନରେ ନବୀନ ବାବୁ ଙ୍କ ର ନେତୃତ୍ୱ କୁ ରାଜ୍ୟ ରେ ଏବଂ ଦେଶରେ ମଜବୁତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବା ଦରକାର। ଏହି ସମ୍ମିଳନୀରେ ଜିଲ୍ଲାର କାର୍ଯ୍ୟରତ ବିଭିନ୍ନ ଶ୍ରମିକ ସଂଗଠନ ଯଥା ବିଶ୍ରାମୁଣ୍ଡା ଶ୍ରମ ମଙ୍ଗଳ ସମିତି,ଜନ ଶକ୍ତି ନିର୍ମାଣ ଶ୍ରମିକ ସଭା, ଜନତା ମଜଦୁର ସଂଘ, ସୁନ୍ଦରଗଡ଼ ଅଟୋ ୱର୍କର୍ସ ଆସୋସିଏସନ୍, ଟାଟା ପାୱାର ଏମ୍ପୋଲୋଇଜ ୟୁନିଅନ, ଜନଶକ୍ତି ନାରୀ କଲ୍ୟାଣ ମଞ୍ଚ ଏବଂ ୱର୍କର୍ସ ସଂଗଠନ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଯୋଗ ଦେଇ ସମ୍ମିଳନୀକୁ ସଫଳ କରିଥିଲେ। ବିଶେଷ ଭାବରେ ବିଶ୍ରାମୁଣ୍ଡା ଶ୍ରମ ଶକ୍ତି ସଂଗଠନ ଓ ବିଶ୍ରାମୁଣ୍ଡା ଯୁବା ଶ୍ରମ ଶକ୍ତି ସଂଗଠନ, ନାରାୟଣୀ ଶ୍ରମିକ ସଂଘ,ଆମ ଶ୍ରମିକ ସଂଘ ର ନେତା ଓ ନେତ୍ରୀ ସର୍ବଶ୍ରୀ ପ୍ରଶାନ୍ତ ମାଝୀ, ଗୌରୀ ମୁଣ୍ଡାରୀ, ଜଗନ୍ନାଥ ସାହୁ, ସୁନନ୍ଦା ନାଥ,ରବି କୁଜୁର ଙ୍କ ସହିତ ଶହ ଶହ ସଂଖ୍ୟା ରେ ଆସି ବିଜୁ ଶ୍ରମିକ ସାମୁଖ୍ୟ ରେ ସାମିଲ ହୋଇଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା। ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି, ରାଉରକେଲା ମଜଦୁର ସଭା ର ସାଧାରଣ ସମ୍ପାଦକ ଶ୍ଅକ୍ଷୟ କୁମାର ନାୟକ, ରାଜ୍ୟ ହିନ୍ଦ୍ ମଜଦୁର ସଭା ର ସମ୍ପାଦକ ପ୍ରମୋଦ କୁମାର ଦାସ,ସିଅର ନେତା ହେମନ୍ତ ବେହୁରିଆ, କେଦାରନାଥ ଦାସ, ଗଗନ ବିହାରୀ ସାହୁ,ଭୂବନ ବେହେରା, ଇଶ୍ଵର ଚନ୍ଦ୍ର ଭଞ୍ଜ, ବାବୁଲା ଦାସ, ଲିଜା ମହାରଣା ମଞ୍ଚାସୀନ ହୋଇଥିଲେ। ସମ୍ମିଳନୀ କୁ ସଫଳ କରିବା ପାଇଁ କଳାକାର ସାହୁ, ସିଦ୍ଧେଶ୍ଵର ବଳ, ସନ୍ତୋଷ ନାୟକ, ରବିନାରାୟଣ ମଲ୍ଲିକ, ମୋନାଲିସା ଲେଙ୍କା, ଛୋଟୁ ଖାଡିଆ, ଗୀତା ମଲ୍ଲିକ ବାବୁଲି ମହାରଣା ଓ ଅନ୍ୟ ମାନେ ସହଯୋଗ କରିଥିଲେ। ଶେଷରେ ପ୍ରମୋଦ କୁମାର ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇବା ଏବଂ ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆପ୍ ର ପ୍ରସ୍ତୁତି ବୈଠକ

Sunil Chandra Nayak

ବାରିପଦାରେ ବିଜେଡିର ବିଜୟ ସଂକଳ୍ପ ରେ ସାନନ୍ଦ ମାରାଣ୍ଡିଙ୍କ ପ୍ରଚାର : ଜୋର ଧରିଲା

masiha

ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ କଂଗ୍ରେସ ର ଜୟ ଭାରତ ସତ୍ଯାଗ୍ରହ

Sunil Chandra Nayak

Leave a Comment

error: Content is protected !!