ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯୁବମୋର୍ଚ୍ଚା ସଭାପତି ଭାବେ ଉମେଶ ପଧାନ ନିର୍ବାଚିତ

ଯୁବମୋର୍ଚ୍ଚା ସଭାପତି ଭାବେ ଉମେଶ ପଧାନ ନିର୍ବାଚିତ

କର୍ଲାମୁଣ୍ଡା, ୦୮/୬ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ ରାଜୀବ ଗାନ୍ଧୀ ଭବନରେ ମଣ୍ଡଳ ସଭାପତି ଶ୍ରୀ ଡୋଳାମଣି ଭୋଇଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବସମ୍ମତି କ୍ରମେ ସାନଡୁଙ୍ଗୁରିଗୁଡ଼ା ଗ୍ରାମର ଉମେଶ ପଧାନଙ୍କୁ କର୍ଲାମୁଣ୍ଡା ମଣ୍ଡଳ ଯୁବମୋର୍ଚ୍ଚାର ସଭାପତି ଭାବେ ଚୟନ କରାଯାଇଛି। ସୂଚନାଯୋଗ୍ୟ ଯେ, ଉମେଶ ପଧାନ ପୂର୍ବରୁ ବୁଥ ସଭାପତି ଭାବେ ଦାୟିତ୍ୱ ନିଭାଇ ଆସୁଥିଲେ। ତାଙ୍କର ସାଂଗଠନିକ ଦକ୍ଷତାକୁ ଭିତ୍ତି କରି ତାଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତିକୁ ନେଇ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଶାନ୍ତିପୂର୍ଣ୍ଣ ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ମାର୍ଗଦର୍ଶକ ଶ୍ରୀ ଦୟାନିଧି ସାହୁ, ଜିଲ୍ଲା ପ୍ରତିନିଧି ଶ୍ରୀ ସଞ୍ଜୟ କୁମାର ଜୈନ, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ଚିତ୍ରସେନ ସାହୁ, ବର୍ତ୍ତମାନର ସାଧାରଣ ସମ୍ପାଦକ ଶ୍ରୀ କ୍ଷମାସାଗର ସାହୁ, ପୂର୍ବତନ ମଣ୍ଡଳ ଯୁବମୋର୍ଚା ସଭାପତି ଶ୍ରୀ ସୂର୍ଯ୍ୟମଣି ଘିଭେଲା, ପୂର୍ବତନ ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ଲିଙ୍ଗରାଜ ସାହୁ, ଶ୍ରୀ ସୁଶୀଲ ସାହୁ, ଶ୍ରୀ ବିଶିକେଶନ ସେଠ, ବୁଥ ସଭାପତି ଶ୍ରୀ ବାହାନା ସାହୁ, ଶ୍ରୀ ଭୁବନ ଭୋଇଙ୍କ ସମେତ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନୂତନ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Related posts

ଡୁମେରପଦର  ଓ ଥୁଆମୂଳ ରାମପୁର ବିଜେପି ମଣ୍ତଳ କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ

ମୟୂରଦର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ବିଜୁ ଏକ୍ସପ୍ରେସ ୱେ ଉଦଘାଟନ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ,ବିଧାୟକ,ଡିଆଜି,ଏସପି

Sunil Chandra Nayak

Leave a Comment

error: Content is protected !!