ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ 

ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ 

ସିନାପାଲି:୨୬/୦୬- ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଛି ା ମନ୍ଦିର ପରିଚାଳନା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସରନୀତି, ନେତ୍ରୋତ୍ସବ, ରଥଯାତ୍ରା, ହେରାପଂଚମୀ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଆଦି ଉତ୍ସବକୁ ଶୃଙ୍ଖଳାର ସହ ପାଳନ ନେଇ ବିଷଦ ଆଲୋଚନା ହୋଇଥିଲା ା ଏଥିସହ ବିଶେଷକରି ରଥ ଓ ବାହୁଡା଼ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦୃଷ୍ଟିରୁ ଟ୍ରାଫିକ୍ ବ୍ଯବସ୍ଥା, ସ୍ୱଚ୍ଛତା, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବ୍ଯବସ୍ଥାକୁ କମିଟି ତରଫରୁ ଗୁରୁତ୍ୱ ଦିଆଯାଇଛି ା ବୈଠକରେ ସେବାୟତ ମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା ା ପ୍ରାରମ୍ଭରେ ସମ୍ପାଦକ ତୁଳସୀରାମ ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭାର ରୂପରେଖ ଉପସ୍ଥାପନ କରିଥିଲେ ା ବୈଠକରେ ଡମ୍ୱରୁଧର ମେହେର, ନୀଳମଣି ମେହେର, ଲୋକନାଥ ମେହେର, ହୃଦାନନ୍ଦ ମାଝୀ, ପୂର୍ଣ୍ଣଚଂଦ୍ର ମେହେର, ନାରାୟଣ ପାତ୍ର, କ୍ଷୀରସିନ୍ଧୁ ମେହେର, ଅରିଗଞ୍ଜନ ଯୋଷୀ, ହରେଶ ଜୈନ, ନବୀନଚନ୍ଦ୍ର ମେହେର, ନରହରି ମେହେର, ଲମ୍ବୋଦର ମେହେର, ମନୋଜ ଜୈନ,ତ୍ରିନାଥ ମେହେର, ଶାନ୍ତନୁ ଯୋଷୀ, ବୈଷ୍ଣବ ମେହେର, ତପିରାମ ମେହେର, ଖୁସିରାମ ମେହେର, ନନ୍ଦକୁମାର ପାତ୍ର, ଅଜିତ ଯୋଷୀ,ବିଦ୍ଯାଧର ମେହେର, ମନୀଷ ପଟେଲ, ଆଲୋକ ମେହେର, ଚିନ୍ତାମଣି ସାହୁ,ପ୍ରଦୀପ ମେହେର, ଦିନେଶ ମେହେର, ଶଙ୍କର ମେହେର,ନୀଳାଂଚଳ ମେହେର, ଈଶ୍ବର ପ୍ରସାଦ ମେହେର, ଗଣପତି ମେହେର, ହାଡ଼ୁରାମ ମେହେର, ମୋହନ ଦାସ, ସଞ୍ଜୟ ବେହେରା, ଆତ୍ମାରାମ ସୁନାନୀ, କ୍ଷୀରସିନ୍ଧୁ ମେହେର, ମୁରଲୀ ମେହେର,ଜିତେନ ମେହେର, ଧୃବଚରଣ ମେହେର, ତୋଳାରାମ ମେହେର, ଜ୍ଯୋତିପ୍ରକାଶ ମେହେର, ଦୈତାରୀ ବାରିକ,ତପେଶ୍ୱର ମେହେର, ମକରଧ୍ୱଜ ସା, ରାମକୃଷ୍ଣ ମେହେର, ହୄଦାନନ୍ଦ ମେହେର, ଜଗମୋହନ ମେହେର, ଲମ୍ବୋଦର ମାଝୀ, କଳାକାହ୍ନୁ ସାହୁ, ସାନୁର୍ଯ୍ୟ ମେହେର, ବେଣୁଧର ମେହେର, ଖଗେଶ୍ୱର ମେହେର, ଗୋବର୍ଧନ ମେହେର,ପ୍ରଭାତ ମେହେର, ପ୍ରଦ୍ୟୁମ୍ନ ଚିନ୍ଦା, ଭୀଷ୍ମରାଜ ମେହେର, ଶ୍ରୀକାନ୍ତ ମେହେର ପ୍ରମୁଖ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ା ଶେଷରେ ରୂପେଶ ଚଂଦ୍ର ମେହେର ଧନ୍ଯବାଦ ଦେଇଥିଲେ ା

Related posts

ଯୁବ ଚେତନାର ପ୍ରତୀକ : ସମାଜସେବୀ ବୁବୁନ୍ ପ୍ରଧାନ 

masiha

ବନ୍ଧୁଗାଁ ବ୍ଲକରେ ବଡ ସମସ୍ୟା ପାଲଟିଛି କାଦୁଅ ରାସ୍ତା

Sunil Chandra Nayak

୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ 

Leave a Comment

error: Content is protected !!