ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:କାଶୀବାହାଲରେ କ୍ଲଷ୍ଟର ସ୍ତରୀୟ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା

ଧର୍ମଗଡ:କାଶୀବାହାଲରେ କ୍ଲଷ୍ଟର ସ୍ତରୀୟ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା

ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କାଶୀବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାଶୀବାହାଲ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ୨୦୨୩” ଓ “ଓଡିଶା ମିଲେଟସ ପ୍ରତିଯୋଗିତା ” ଅନୁଷ୍ଠିତ ହୋଇ ଯାଇଛି l କାଶୀବାହାଲ ସିଆରସିସି ରାଜେନ୍ଦ୍ର ଦୁରିଆଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥାଇ ଶୁଭ ଉଦଘାଟନ କରିଥିଲେ ଓ ମୁଖ୍ୟ ବକ୍ତା ଭାବରେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷl ଶ୍ରୀମତୀ ମନୀଷା ମିଶ୍ର ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ରେ ଶିଶୁ ସୁରଭି ର ୧୦ ଗୋଟି ଏବଂ ଓଡିଶା ମିଲେଟସ ର ୩ଗୋଟି ବିଷୟରେ ପ୍ରତିଯୋଗିତା ହୋଇଥିଲା l କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାକୁ ବିକାଶ କରିବା।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି, ମୁଖ୍ୟ ବକ୍ତା ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସlରଙ୍ଗଧର ମୁଣ୍ଡ ସମେତ ବିଶିଷ୍ଟ ଶିକ୍ଷାବିତ ବିଶ୍ୱଜିତ ବେହେରା ଯୋଗଦାନ କରିଥିଲେ l ଉଦଘାଟନୀ ଓ ଉଦଯାପନୀ ଉଭୟ ଉତ୍ସବରେ କାଶୀବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ ସଭାପତିତ୍ୱ କରି ଥିବାବେଳେ ବ୍ରାହ୍ମଣ ଛେଣ୍ଡିଆ ସି ଆର ସି ସି ଟିକେଶ୍ୱର ନାଏକ ଓ ବରିଷ୍ଠ ଶିକ୍ଷକ ପ୍ରେମଲାଳ ଜଗତ ମଞ୍ଚ ପରିଚାଳନା କରିଥିଲେ l ଶ୍ରୀ ଭାରତ ବନ୍ଧୁ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ ରେ କାଶୀବାହାଲ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭୁବନେଶ୍ୱର ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ର ଚାହିଦା ବୃଦ୍ଧି 

masiha

ବନ୍ଧୁଗାଁ ବ୍ଲକସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ 

Sunil Chandra Nayak

ଓଡ଼ିଶା ରାଜ୍ଯର ବିଭିନ୍ନ ସ୍ଥାନରେ ବିପ୍ଳବୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୮ ତମ ତିରୋଧାନ ଦିବସ -୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!