ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିବଙ୍କୁ ଲୁଟୁଛନ୍ତି ମାଇକ୍ରୋଫାଇନାନ୍ସ ଅଧିକାରୀ

ଦୀନ ମଜୁରିଆ ମାନଙ୍କର ଅର୍ଥନୈତିକ ସମସ୍ୟାକୁ ଦୂର କରିବା ପାଇଁ ମାଇକ୍ରୋଫାଇନାନ୍ସ ମାଧ୍ୟମରେ ଗ୍ରାମୀଣ ମହିଳା ମାନଙ୍କ ମଧ୍ୟରେ ଗ୍ରୁପ ବନାଇ ମାସିକିଆ କିସ୍ତି ଚୁକ୍ତିରେ ଋଣ ଯୋଗାଇ ଦେଇ ଆସୁଛନ୍ତି ! କିନ୍ତୁ କିସ୍ତି ଆଦାୟ କରିବାରେ ନିଜର ସବୁ ସୀମା ପାର କରି ଯାଉଛନ୍ତି !ମନଇଛା କିସ୍ତି ଆଦାୟ କରିବାକୁ ପଛାଉ ନାହାନ୍ତି ! ଆବଶ୍ୟକ ଠାରୁ ଅଧିକ କଟୁକ୍ତି କରି ହିତାଧିକାରୀଙ୍କୁ ଚେତାବନୀ ଶୁଣାଇବାକୁ ଭୁଲିଯାଉନାହାନ୍ତି ! ମାନସିକ ଦୁଶ୍ଚିନ୍ତରେ ଉବୁଟୁବୁ ହେଉଛନ୍ତି ମହିଳା ଗୋଷ୍ଠି !ହଁ ଆଜ୍ଞା ଆମେ କହୁଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ଦାଇଁଲୋ ପଞ୍ଚାୟତର ଦାମୋଦରପଟଣା ଗ୍ରାମ ମହିଳା ଗୋଷ୍ଠି ବିଷୟରେ ! ଏହି ଗ୍ରାମର ବୈଶାଖୀ ମହାରଣା, ମନସ୍ବିନୀ ମହାରଣା, କାଞ୍ଚନ ଦାସ,ଜ୍ୟୋସ୍ନାରାଣୀ ଓଝା, ସୁକାନ୍ତି ଓଝା, ସରସ୍ବତୀ ଓଝା ଏବଂ କାଞ୍ଚନ ଓଝା ମହିଳା ଗୋଷ୍ଠି କରି,ଏଲ ଆଣ୍ଡ ଟି ଫାଇନାନ୍ସ ଲିମିଟେଡ଼ ରାହାମା ଶାଖାରୁ (ଯାହାର ମୁଖ୍ୟ କାର୍ଯ୍ୟାଳୟ କୋଲକାତା )ମାଇକ୍ରୋ ସିଷ୍ଟମରେ ଗତ 27 ନଭେମ୍ବର 2021 ରେ ପ୍ରତିଜଣ 52,919 ଟଙ୍କାର ଋଣ ନେଇଥିଲେ ! ଯାହାକୁ ସୁଝିବାକୁ 24 ଗୋଟି କିସ୍ତି କରାଯାଇଥିଲା ! ଋଣ କରିବା ପୂର୍ବରୁ ହିତାଧିକାରୀଙ୍କୁ କୁହାଯାଇଥିଲା ଯେ ମେଡିକାଲ ଚିକିତ୍ସା ବାବଦରେ ଦୈନିକ 7 ସହ 50 ଟଙ୍କା ବେଡ଼ ଚାର୍ଜ ବାବଦରେ ମିଳିବ ! ଉପରୋକ୍ତ ମହିଳା ମାନେ 6 ଗୋଟି କିସ୍ତି ଦେଇଥିଲେ ମଧ୍ୟ 5 ଗୋଟି କିସ୍ତି ସୁଝା ଯାଇଥିବା ବେଳେ ଆଉ ଗୋଟିଏ କିସ୍ତି ଫାଇନାନ୍ସ କମ୍ପାନୀ ଉପରେ ଅଗ୍ରିମ ରହି ଅଛି ! ଏହା ମଧ୍ୟରେ ଜ୍ୟୋସ୍ନା ରାଣୀ ଓଝାଙ୍କର ଟିଉମର ଅପରେସନ ହୋଇଗଲା ! କିନ୍ତୁ ମେଡିକାଲ ଖର୍ଚ୍ଚ ବାବଦରେ କୌଣସି ସହାୟତା ମିଳିପାରିଲା ନାହିଁ ! ଯାହା ଫଳରେ ମହିଳା ଗୋଷ୍ଠି କିସ୍ତି ଆଦାୟକାରୀଙ୍କ ଜରିଆରେ ଉପରିସ୍ଥ କର୍ମଚାରୀଙ୍କୁ ଅଭିଯୋଗ କରି କହିଲେ ଯେ ମେଡିକାଲ ଖର୍ଚ୍ଚ ବାବଦକୁ ମିଳିବା ଇନ୍ସୁରାନସ ଅର୍ଥ ନଦେଲେ ଆମ୍ଭେମାନେ ଆଉ କିସ୍ତି ଦେବୁନି ! ସେଇ ଦିନଠୁଁ ଫାଇନାନ୍ସ ଅଧିକାରୀ ଆଠ ମାସ ଯାଏ ଆସିନଥିଲେ ! ଆଜି ପାଞ୍ଚଜଣ କର୍ମଚାରୀ ଆସି ଏକାକାଳୀନ ସବୁ କିସ୍ତି ସୁଝିବାକୁ କହିଲେ ଏବଂ ନଦେଲେ ଆମେ ଆଇନର ସହାୟତାରେ ଆଦାୟ କରିବୁ ବୋଲି ଧମକ ଦେଇ ଉଚ୍ଚ ନ୍ୟାୟାଳୟର ଓକିଲଙ୍କ ସ୍ଵାକ୍ଷର ଥିବା ନୋଟିସ ହିତାଧିକାରୀଙ୍କ କାନ୍ଥରେ ଲଗାଇବାକୁ ଚେଷ୍ଟା କରିବାରୁ ବିରୋଧ କରିଥିଲେ ମହିଳା ଗୋଷ୍ଠି ! ଆମପ୍ରତିନିଧିଙ୍କୁ ମହିଳା ଗୋଷ୍ଠି କହିଥିଲେ କି, ଆମେ କିସ୍ତି ସୁଝିବୁ, କିନ୍ତୁ ଫାଇନାନ୍ସ କମ୍ପାନୀ ଆମକୁ ଦେଇଥିବା ପ୍ରତିଶୃତି ରଖନ୍ତୁ ! ଫାଇନାନ୍ସ ଅଧିକାରୀଙ୍କୁ ଆମ ପ୍ରତିନିଧି ହିତାଧିକାରୀଙ୍କ ଅଭିଯୋଗ ବିଷୟରେ ପଚାରି ଥିଲେ ବି ସେମାନେ ତାର ସଠିକ ଉତ୍ତର ନଦେଇ ସେ ସ୍ଥାନ ପରିତ୍ୟାଗ କରି ପଳେଇଥିଲେ ! କଥା ହେଉଛି ଗରିବ ଲୋକ ନିଜର ଅଭାବ ଦୂର କରିବାକୁ ଋଣ କରେ, ତା ବୋଲି ଏକାକାଳୀନ ମିଆଦିରେ ପରିଶୋଧ କରିବା କଣ ସମ୍ଭବ ? ତାପରେ ଆଠ ମାସ ଯାଏ କମ୍ପାନୀ କର୍ମଚାରୀ ଯାଇଥିଲେ କୁଆଡେ ? ମେଡିକାଲ ବୀମା ଅର୍ଥ ଯୋଗେଇ ଦେଉନାହାନ୍ତି କଣ ପାଇଁ ? ବିଭିନ୍ନ ଧମକ ମୂଳକ କଥା କହି ମାନସିକ ନିର୍ଯ୍ୟାତନା ଦେବାଟା କଣ ସଠିକ ମାର୍ଗ ? ଉପରିସ୍ଥ ବିଭାଗୀୟ ଅଧିକାରୀ ଏହାର ସୁଵିଚାର କରି ହିତାଧିକାରୀଙ୍କୁ କିସ୍ତି ଅନୁସାରେ ଆଦାୟ କଲେ ଗରିବ ମହିଳା ଗୋଷ୍ଠି ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news odisha.

Related posts

ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ରେ….

masiha

ଢେ଼ଙ୍କାନାଳ ଥିଙ୍କର୍ସ୍ ଫୋରମର ପୂଜ୍ୟପୁଜା କାର୍ଯ୍ୟକ୍ରମ

Sunil Chandra Nayak

ପ୍ରକ୍ଷାତ ପାଲାଗୁରୁ ରଘୁନାଥ ରଣାଙ୍କ ୧୬ ତମ ସ୍ମୃତିଚାରଣ ସଭା

Sunil Chandra Nayak

Leave a Comment

error: Content is protected !!