ଡାବୁଗାଁ, ୩୦/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ ପଞ୍ଚାୟତ ଅଧୀନ ଉମୁରହାଣ୍ଡି ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅନୁଷ୍ଠିତ ହୋଇଥିଲା | ଏଥିରେ ଉକ୍ତ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପ୍ରଧାନ ଚଳିତ ମାସ ୩୧ ତାରିଖ ଦିନ ଅବସର ଗ୍ରହଣ କରିବେ | ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଯୋଗ ଦେଇ ଅବସର ନେବାକୁ ଯାଉଥିବା ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପ୍ରଧାନଙ୍କୁ ଉତ୍ତୋରୀୟ ଓ ପୁଷ୍ପଗୁଛ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଉକ୍ତ ସଭାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁଧିଷ୍ଠୀର ମାଝି, ଶିକ୍ଷୟତ୍ରୀ ଶୁଭସ୍ମିତା ପାଢୀ, ସଙ୍ଗୀତା ବିଶ୍ଵାଳ, ଶୁଭସ୍ମିତା ସାହୁ, ରଶ୍ମିତା ମାଝି, ଶିକ୍ଷକ ଶିବରାମ ବେହେରା ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ