ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ସହୀଦ ଦିବସ ପାଳିତ

ଏମ.ରାମପୁର: ତା 29/03/2023 ରିଖ ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଶହୀଦ ଦିବସ ଏମ. ରାମପୁର ବ୍ଲକ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ପରିସର ରେ କଳାହାଣ୍ଡି ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକ ସେନା ତରଫ ରୁ ପାଳନ କରାଯାଇଛି। ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ବରିଷ୍ଠ କବି ସୁଶାନ୍ତ କୁମାର ମିଶ୍ର, ସାମ୍ବାଦିକ ଧୀରେନ୍ଦ୍ର ପଟ୍ଟନାୟକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ପ୍ରତେକ ବ୍ୟକ୍ତି ଶହୀଦ ଲକ୍ଷ୍ମଣ ନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ଭାତୃଭାବ,ଦେଶପ୍ରେମ , ରାଷ୍ଟ୍ରଗଠନ ରେ ସାମିଲ ହେବା ପାଇଁ ସମସ୍ତ ଅତିଥି ଗଣ ଆହ୍ୱାନ ଦେଇଥିଲେ। ବିବେକସେନା ର ସଭାପତି (ଦିବ୍ୟାଙ୍ଗ-ମହିଳା ବିଭାଗ) ଟୁନି ପଣ୍ଡା ଉପସ୍ଥିତ ରହି ସଭା ପରିଚାଳନା କରିଥିଲା। ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ କରାଯାଇଥିଲା। ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ର ସମସ୍ତ ଦିବ୍ୟାଙ୍ଗ ଭାଇଭଉଣୀ ମାନେ ସକ୍ରିୟଅଂଶ ଗ୍ରହଣ କରି ସହଯୋଗ କରିଥିଲା ବେଳେ ସୁଶାନ୍ତ ନାଏକ ଧନ୍ୟବାଦ ସହ ସଭା ସାଙ୍ଗ କରିଥିଲେ |

ମସିହା ନିଉଜ ସର୍ଭିସ୍ 

Related posts

ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ.ସୁବ୍ରତ କୁମାର ରଣାଙ୍କ ମାତୃ ବିୟୋଗ :ବିଭିନ୍ନ ମହଲରେ ଗଭୀର ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ବରିଷ୍ଠ କଳାକାର ସଂଘର ଶୋକସଭା

ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେବ ଆସ ଖୋଜିବା ଅଭିଯାନ

Sunil Chandra Nayak

Leave a Comment

error: Content is protected !!