ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଞ୍ଜୁ ନାଏକଙ୍କ ପାଇଁ ସ୍ବର ଉଠାଇଲା ହୋ ଗାଲାଙ୍ଗ  — ତୁରନ୍ତ ଘରଡିହ ଯୋଗାଇ ଦିଅ, ନଚେତ୍ ଆନ୍ଦୋଳନ

ମଞ୍ଜୁ ନାଏକଙ୍କ ପାଇଁ ସ୍ବର ଉଠାଇଲା ହୋ ଗାଲାଙ୍ଗ 

— ତୁରନ୍ତ ଘରଡିହ ଯୋଗାଇ ଦିଅ, ନଚେତ୍ ଆନ୍ଦୋଳନ 

 ମୟୂରଭଞ୍ଜ,୦୨/୦୫ // କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ରାଇରଙ୍ଗପୁର ସହର ଅଁଳାଡ଼ୁବା, ୧୦ ନଂ ୱାର୍ଡ଼(କୋହୁସାହି)ର ଆଦିବାସୀ କୋହ୍ଲ ଜାତିର ଝିଅ ମଞ୍ଜୁ ନାଏକଙ୍କ ଘରଡିହ ନଥିବାରୁ ସାଧାରଣ ବର୍ଗର ଛାତ୍ରୀ ରୂପେ ଯୁକ୍ତ ତିନି ବିଜ୍ଞାନ ପାସ କରିଛନ୍ତି l ମୟୂରଭଞ୍ଜ ଜିଲ୍ଲାରୁ ମନ୍ତ୍ରୀ ହୋଇଥିବା ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ କଲେନ୍ ନାଏକ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ମୟୁରଭଂଜ ଜିଲ୍ଲାପାଳ ହେମକାନ୍ତ ସଏ, ସ୍ଵତନ୍ତ୍ର ଭୁ- ଅର୍ଜନ ଅଧିକାରୀ ଶିବରାମ ମୁଣ୍ଡା ଓ ପ୍ରମଣ୍ଡଳ ଶ୍ରମ ଆୟୁକ୍ତ ନରେନ୍ଦ୍ରନାଥ ଗୋଇପାଇ ଆଦିବାସୀ ହୋ/କୋହ୍ଲ ଜାତିର ଅଟନ୍ତି l ଏହାସତ୍ତ୍ବେ ସେହି ଜାତିରେ ଜନ୍ମିତ ମଞ୍ଜୁ ନାଏକଙ୍କ ଗରୀବ ପରିବାରକୁ ପ୍ରଶାସନ ତରଫରୁ ପରିହାସ କରୁଥିବା ଅଭିଯୋଗ ଆଣିଛି ‘ହୋ ଗାଲାଙ୍ଗ’ ସଂଗଠନ l ଆଜି ବାମନଘାଟି ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତାଙ୍କରି ଅନୁପସ୍ଥିତିରେ ସହକାରୀ ଉପ- ଜିଲ୍ଲାପାଳ ବାସନ୍ତୀ ଲାକ୍ରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଏଥିରେ ମଞ୍ଜୁ ନାଏକଙ୍କ ପରିବାରକୁ ତାଙ୍କରି ବାସସ୍ଥାନ ନିକଟରେ ଘରଡିହ ଜମି ଯୋଗାଇ ତୁରନ୍ତ ନ୍ୟାୟ ଦେବାକୁ ଦାବି କରାଯାଇଛି । ଏହା ପୂର୍ବରୁ ମୟୂରଭଂଜ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଗତ ଏପ୍ରିଲ୍ ୨୪ ତାରିଖରେ ସଙ୍ଗଠନ ତରଫରୁ ଅନୁରୂପ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣା ପଡିଛି l ମଞ୍ଜୁ ନାଏକଙ୍କ ପରିବାର ପ୍ରତି ପ୍ରଶାସନର ସମବେଦନା କିମ୍ୱା ସହାନୁଭୂତି ନାହିଁ । ଦିନ ମଜୁରିଆ ମାଆ ସୁରଧି ତାଙ୍କରି ବଡ଼ଝିଅ ମଞ୍ଜୁ ଓ ସାନଝିଅ ରାକ୍ଷୀଙ୍କୁ ପାଠପଢ଼ାଇ ମଣିଷ କରିବାର ପାଇଁ ସ୍ବପ୍ନ ଦେଖୁଛନ୍ତି । ନିଜସ୍ଵ ଜମି ନାହିଁ, ଫଳରେ ତାଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଂଚଳ) ପାଇବା ସ୍ଵପ୍ନ ପାଲଟିଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୃହ ସହର ରାଇରଙ୍ଗପୁରରେ ଆଦିବାସୀ ହୋ/କୋହୁ ଲୋକମାନେ ଅବହେଳିତ ଓ ନିଷ୍ପେସିତ ଅବସ୍ଥାରେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧାଡ଼ିର ସବା ପଛରେ ଥିବା ବ୍ୟକ୍ତି ପାଖରେ ଯୋଜନା ପହଁଚିବାର ଲକ୍ଷ୍ୟ ରଖିଛନ୍ତି । ରାଇରଙ୍ଗପୁର ପୌରପାଳିକାର ଅଧିକାରୀ/ କର୍ମଚାରୀମାନଙ୍କର ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ପ୍ରତିକୂଳ ପରିସ୍ଥିତିରେ ନିଜ ଗୋଡ଼ରେ ଠିଆ ହେବା ପାଇଁ ଉଦ୍ୟମ କରୁଥିବା ମଞ୍ଜୁ ନାଏକଙ୍କ ପରିବାରକୁ ନ୍ୟାୟ ମିଳିବାରେ ବିଳମ୍ୱ ହେଉଛି।

      ମହାମହିମ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ମୟୂରଭଞ୍ଜ ଲୋକସଭା ସାଂସଦ, ରାଇରଙ୍ଗପୁର ବିଧାୟକ ଏବଂ ରାଇରଙ୍ଗପୁର ସହରର ଝିଅ ତଥା ରାଇରଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଶକୁନ୍ତଳା ହାଁସଦା ଆଦିବାସୀ ବର୍ଗର । ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ଜଣେ ମନ୍ତ୍ରୀ, ରାଇରଙ୍ଗପୁର ବିଧାୟକ, ଜିଲ୍ଲାପାଳ, ଭୂ-ରାଜସୁ ଅଧିକାରୀ ଓ ପ୍ରମଣ୍ଡଳ ଶ୍ରମ ଆୟୁକ୍ତ ଆଦିବାସୀ ହୋ/କୋହ୍ଲ ଜାତିର ହୋଇ ସୁଦ୍ଧା ସେହି ଜାତିରେ ଜନ୍ମିତ ମଞ୍ଜୁ ନାଏକଙ୍କ ଗରୀବ ପରିବାରକୁ ସହଯୋଗ ମିଳୁନାହିଁ l ଆଗାମୀ ୧୦ ଦିନ ମଧ୍ୟରେ ମଞ୍ଜୁ ନାଏକଙ୍କ ପରିବାରକୁ ଘରଡ଼ିହ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବାରେ ବିଳମ୍ବ ଘଟିଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ସାମାଜିକ ଓ ସାଂସ୍କୃତିକ ସଂଗଠନ ହୋ ଗାଲାଙ୍ଗ କମିଟିର କେନ୍ଦ୍ରୀୟ ସଭାପତି ଗଙ୍ଗାଧର ହେମ୍ବ୍ରମ ଏବଂ ଉପଦେଷ୍ଟା ମନୋରଂଜନ ତିରିଆ ଚେତାବନୀ ଦେଇଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ -୨୦୨୫ ପାଳିତ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଭୀମକେଲା ଗ୍ରାମରୁ ପୁରାତନ ମୂର୍ତ୍ତି ଉଦ୍ଧାର

masiha

Leave a Comment

error: Content is protected !!