ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେପଟିଆମ୍ବ ଘାଟିରେ ଅଟୋ ଓଲଟିବା ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି 

ଚେପଟିଆମ୍ବ ଘାଟିରେ ଅଟୋ ଓଲଟିବା ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି 

ଡାବୁଗାଁ, ୨/୫ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଘାଟି ଉପରେ ବୁଧବାର ସନ୍ଧ୍ୟାରେ ଅଟୋ ଓଲଟି ୯ ଜଣ ଆହତ ଓ ୫ ଜଣ ଗୁରୁତ୍ତର ହୋଇଥିଲେ | ସୂଚନାଯୋଗ୍ୟ:- ପାପଡାହାଣ୍ଡି ବ୍ଲକ ଅଧୀନ ଚାନ୍ଦିଲି ଗ୍ରାମର ୧୪ ରୁ ୧୫ ଜଣ ଲୋକେ ବୁଧବାର ପୂର୍ବାହ୍ନ ୧୧ ଘ. ସମୟରେ ଏକ ଅଟୋ ଯୋଗେ ଝରିଗାଁ ବ୍ଲକ ଅଧୀନ ମୁଣ୍ଡାପଦର ଗ୍ରାମକୁ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ | ସେଠାରେ ବିବାହ ଭୋଜି ଖାଇ ସାରି ସନ୍ଧ୍ୟା ରେ ଉକ୍ତ ଅଟୋ ଗାଡିରେ ନିଜ ଘର ଚାନ୍ଦିଲି ଗ୍ରାମକୁ ଫେରୁଥିବା ବେଳେ ଚେପଟିଆମ୍ବ ଘାଟି ଉପରେ ଅଟୋ ଗାଡି ଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା | ଫଳରେ ଗାଡିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲ l ସମସ୍ତ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା l ଏମାନଙ୍କ ମଧ୍ୟରୁ ତିନିଜଣ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଙ୍କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଚିକିତ୍ସିତ ଅବସ୍ଥା ରେ ଚାନ୍ଦିଲି ଗ୍ରାମର ରାଇମତି ଜାନି (50)ଙ୍କର ଗୁରୁବାର ସକାଳ 10 ଘ ସମୟରେ ମୃତ୍ୟୁ ଘଟିଥିଲା l ଏନେଇ ମୃତକ ର ପୁତୁରା ରମେଶ ଜାନି ଡାବୁଗାଁ ଥାନାରେ ଏତଲା ଦେଇଥିଲେ l ଉକ୍ତ ଏତଲା ଙ୍କୁ ଭିତ୍ତି କରି ଥାନା ଏସ ଆଇ ଗୋପାଳ କୃଷ୍ଣ ହାଲୱା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ 87/25 ରେ ଏକ ମାମଲା ରୁଜୁ କରାଯାଇଛି l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ନୂତନ ଥାନା ନିର୍ମାଣ ପାଇଁ ଦାବି 

masiha

ରବୀନ୍ଦ୍ର ନାଥ ଟେଗୋରଙ୍କ ୧୬୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

Leave a Comment

error: Content is protected !!