ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ-ପୁର୍ବ ରେଳ ମଣ୍ଡଳୀ କୋଲକାତାର ମୁଖ୍ୟ ସୁରକ୍ଷା ଅଧିକାରୀ ସନ୍ଦୀପ ସିଂହ ଏଵଂଚକ୍ରଧରପୁର ଅତିରିକ୍ତ ରେଳ ମଣ୍ଡଳ ଅମିତ କୁମାର ଙ୍କ ସହିତ ଟାଟାନଗରବାଦାମ ପାହାଡ଼ ରେଳ ରୂଟ ନିରୀକ୍ଷଣ

ଦକ୍ଷିଣ-ପୁର୍ବ ରେଳ ମଣ୍ଡଳୀ କୋଲକାତାର ମୁଖ୍ୟ ସୁରକ୍ଷା ଅଧିକାରୀ ସନ୍ଦୀପ ସିଂହ ଏଵଂଚକ୍ରଧରପୁର ଅତିରିକ୍ତ ରେଳ ମଣ୍ଡଳ ଅମିତ କୁମାର ଙ୍କ ସହିତ ଟାଟାନଗରବାଦାମ ପାହାଡ଼ ରେଳ ରୂଟ ନିରୀକ୍ଷଣ

ମୟୂରଭଂଜ – ୨୪/୦୯ —  ଦକ୍ଷିଣ ପୁର୍ବ ରେଲଓ୍ବେ କ୍ଷେତ୍ର ମୁଖ୍ୟ ସୁରକ୍ଷା ଅଧିକାରୀ କୋଲକାତା ଶ୍ରୀ ସନ୍ଦୀପ କୁମାର ସିଂହ ଓ ଅତିରିକ୍ତ ଚକ୍ରଧରପୁର ରେଳ-ମଣ୍ଡଳ ଅଧିକାରୀ ଦ୍ୱାରା ଟାଟା ବାଦାମପାହାଡ଼ ରେଳ ରୂଟ ଷ୍ଟେସନ ଗୁଡ଼ିକର ରେଳ ସୁରକ୍ଷା ୟାନ୍ତ୍ରିକ ସାରଞ୍ଜାମର ସୁବ୍ୟବସ୍ଥା ଦିଗରେ ବିଭିନ୍ନ ଷ୍ଟେସନ ଗୁଡିକ ନିରୀକ୍ଷଣ ଯାଞ୍ଚ କରିଥିଲେ।

ଏହି ସମୟରେ ବହଳଦା ରୋଡ଼ ଷ୍ଟେସନରେ ଶ୍ରୀ ସନ୍ଦୀପ କୁମାର ସିଂହ, ମୁଖ୍ୟ ସୁରକ୍ଷା ଅଧିକାରୀ ତଥା ଶ୍ରୀ ଅମିତ କୁମାର,ଏ ଡି ଆର ଏମ ଚକ୍ରଧରପୁର ତଥା ବରିଷ୍ଠ ରେଳ ସୁରକ୍ଷା ଅଧିକାରୀ ଶ୍ରୀ କମଳ କିଶୋର ସିନ୍ହାଙ୍କୁ ସାତ-ଦଫା ଦାବି ପତ୍ର-ପ୍ରଦାନ କରିଥିଲେ। ଝରାଡ଼ିହ ବହଳଦା ରୋଡ଼ ରେଳଯାତ୍ରୀ ମାନଙ୍କର ବସଷ୍ଟାଣ୍ଡ ପାଖରୁ ରେଳ ଷ୍ଟେସନ ଆସିବା-ଯିବା ବାଟରେ ଗୋଟିଏ ପଦଚାଳା ଫୂଟଓବର-ବ୍ରିଜ ନିର୍ମାଣ ତଥା ଦ୍ୱିତୀୟ ପ୍ଲାଟଫର୍ମ ନିର୍ମାଣ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ସହିତ ପୂର୍ବତନ ବିଧାୟକଙ୍କ ନେତୃତ୍ୱରେ ବହଳଦା ରୋଡ଼ ଷ୍ଟେସନଠାରେ ଦାବିପତ୍ର ଦିଆ ଯାଇଥିଲା। 

ଏହି ଦାବି ଗୁଡିକୁ ଜାଣିବା ପରେ ବହଳଦା ରୋଡ଼ ଷ୍ଟେସନରେ ଫୁଟ ଓବରବ୍ରିଜ ପାଇଁ ରେଳ ବିଭାଗ ନିଶ୍ଚିତ ବିଚାର କରି ଖୁବଶୀଘ୍ର ଫୁଟ-ଓବରବ୍ରିଜ ନିର୍ମାଣ କରାଇବାକୁ ଆଶ୍ବାସନା ପୂର୍ବ-ବିଧାୟକ ଓ ପ୍ରତିନିଧି ମଣ୍ଡଳୀକୁ ଜଣାଇ ଥିଲେ। ବାକି ଅନ୍ୟ ସମସ୍ତ ଦାବିଗୁଡିକୁ ବିଭାଗୀୟ ଅଧିକାରୀଙ୍କୁ ବିଚାର କରିବା ପାଇଁ ଫଠାଇବାର ବ୍ୟବସ୍ଥା କରିବାକୁ କହିଥିଲେ।ଏହା ସହିତ ବହଳଦା ରୋଡ଼ ଷ୍ଟେସନ ପ୍ଲାଟଫର୍ମରେ ରାତ୍ରିବେଳା ବିଦ୍ୟୁତ ସେବା ଓ ଶୗଚାଳୟରେ ପାଣିର ବ୍ୟବସ୍ଥା ଠିକ କରିବାକୁ ଷ୍ଟେସନ ମୈନେଜର କୁ ନିର୍ଦେଶ ଦେଇଥିଲେ।

ଅନ୍ୟ ସମସ୍ତ ଦାବି ଗୁଡ଼ିକ ବିଭାଗୀୟ ଅଧିକାରୀ ମାନଙ୍କ ବିଚାର କରିବାକୁ ଫଠାବାକୁ କହିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ବହଳଦାର ପୁର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତିଙ୍କ ସହିତ ବରିଷ୍ଠ ସମାଜସେବୀ ଓ ସମ୍ବାଦିକ ରାମଦାସ ମୁର୍ମୁ, ସମ୍ବାଦିକ ବସନ୍ତ କୁମାର ସାଣ୍ଡିଲ, ଆଦିବାସୀ ସମାଜସେବୀ ଶ୍ରୀ ସୁପାଇ ମାର୍ଣ୍ଡି, ବରିଷ୍ଠ ନେତା ପୋରେଶ ଚନ୍ଦ୍ର ବେହେରା, ପ୍ରଭାକର ଦାସ, ଭଗବାନ ବାସ୍କେ, ହାବଲୁ ଦାସ, ଦିଲ୍ଲୀପ ଦାସ, ଆନନ୍ଦ ବାରିକ, ଗଦାଧର ଦାସ ବିରସିଂହ ବାସ୍କେ, ସିଂକୁ ହାଁସଦା, ଛୋଟୁ ମାର୍ଣ୍ଡି, ସଞ୍ଜୟ କୁମାର ହେମ୍ବ୍ରମ, ରଜନୀ ବେହେରା , ଓ ବିଜୟ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

୮ବର୍ଷ ର ଅସମ୍ପୂର୍ଣ ପ୍ରକଳ୍ପ,ରେକର୍ଡ ୩ଦିନ ରେ ସମ୍ପୂର୍ଣ କଲେ ବିଡିଓ , ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

Sunil Chandra Nayak

ପାପଡ଼ାହାଣ୍ଡି ଠାରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

୧- ଚଳିତ ବର୍ଷ ବନ୍ଧୁଗାଁରେ ୯୩. ୪୭% ହାରରେ ଉତ୍ତର୍ଣ୍ଣ ଓ ସଞ୍ଜିତା ହେଲେ ବନ୍ଧୁଗାଁର ଟପର , ୨- ଶିକ୍ଷକଙ୍କୁ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!