ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ସକ୍ଷମ” ତରଫରୁ ଋଷି ଅଷ୍ଟବକ୍ରଙ୍କ ଜୟନ୍ତୀ ପାଳିତ

“ସକ୍ଷମ” ତରଫରୁ ଋଷି ଅଷ୍ଟବକ୍ରଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର :(୨୩/୦୯)(ରବି ନାରାୟଣ ମହାନ୍ତି )ଋଷି ଅଷ୍ଟବକ୍ରଙ୍କ ଜୟନ୍ତୀ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା “ସକ୍ଷମ” ତରଫରୁ ସ୍ଥାନୀୟ ବିଦ୍ୟାର୍ଥି କଲେଜ ପରିସରରେ ଛାତ୍ରଛାତ୍ରୀଙ୍କୁ ନେଇଁ ଆନୁଷ୍ଠାନିକ ଭାବେ ଉତ୍ସବ ପାଳିତ ହୋଇଥିଲା। ଏହି ଅବସରରେ ସକ୍ଷମର ଜିଲ୍ଲା ସଭାପତି ସୁଜିତ ରଥ ଦିବ୍ୟାଙ୍ଗ କିଏ ଓ ମହାନ ଋଷି ଅଷ୍ଟବକ୍ରଙ୍କ ଜୀବନୀ ବିଷୟରେ ଆଲୋକପାତ କରିବା ସହ ଜୟନ୍ତୀ ପାଳନର ଉଦ୍ଦେଶ୍ୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ମହିଳା ପ୍ରମୂଖ କିଶୋରୀ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଜଣେ ଦିବ୍ୟାଙ୍ଗ ହେଲେ ବି ସମାଜ ପାଇଁ ସର୍ବତ୍କୃଷ୍ଟ କାର୍ଯ୍ୟ କରି ଅନ୍ୟ ପାଇଁ ଦିଗଦର୍ଶକ ଓ ଅନନ୍ୟ ଉଦାହରଣ ହୋଇପାରିବ ବୋଲି କହିଥିଲେ। ପାଠପଢା ସହ ଆତ୍ମ ସନ୍ତୋଷ ଲାଭ ପାଇଁ କିଛି ସମୟ ଦିବ୍ୟାଙ୍ଗମାନଙ୍କ ପାଇଁ କାମ କରିବାକୁ କହିଥିଲେ। ବିଦ୍ୟାର୍ଥି କଲେଜର ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ନିଜ ଅଭିଭାଷଣରେ ଜୀବନର ୩ଟି ଉପାଦେୟ ବିଷୟବସ୍ତୁ ଉପରେ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ହୃଦବୋଧ କରାଇଥିଲେ ଏବଂ ଶ୍ରୀ ନାୟକ ସକ୍ଷମ ସହିତ ଯୋଡିତ ହୋଇ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଗ୍ରାମାଞ୍ଚଳରେ ଅନେକ ଦିବ୍ୟାଙ୍ଗ ଅବହେଳିତ ହୋଇ ରହିଛନ୍ତି। ସେମାନଙ୍କୁ ଖୋଜିବା ଓ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରି ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ସେବା ଯୋଗାଇବାକୁ ଚେଷ୍ଟା କରିବାକୁ ଦିବ୍ୟାଙ୍ଗ ମିତ୍ର ଶ୍ରୀକାନ୍ତ ପଣ୍ଡା ଅନୁଗ୍ରହ କରିଥିଲେ। ଋଷିଙ୍କ ଜୟନ୍ତୀ ଅବସରରେ ସେବା ଦ୍ବାରା ଆତ୍ମସନ୍ତୋଷ ଲାଭ କିଭଳି ମିଳିବ ଏବଂ ଅନ୍ୟମାନେ ଏହା ଦ୍ବାରା କିଭଳି ଉପକୃତ ହୋଇପାରିବେ ତାହାକୁ ନେଇଁ ବୈଠକରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା, ଦିଆଯାଇ ଥିଲା। ଛାତ୍ରଛାତ୍ରୀମାନେ ଋଷିଙ୍କ ପାଣ୍ଡିତ୍ୟ ଜ୍ଞାନ, ଦିବ୍ୟଦୃଷ୍ଟି ଆଦି ବିଷୟରେ ଶ୍ରବଣ କରି କୃତାର୍ଥ ଲାଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରମେଶ୍ବରୀ ପାହାଡି,ପ୍ରୀତିଶ୍ ଚନ୍ଦ୍ର ଉପସ୍ଥିତରହିଥିଲେ। ଶେଷରେ ଶ୍ରୀମତି କିଶୋରୀ ପଟ୍ଟନାୟକ ସାରା ଭାରତବର୍ଷରେ ଋଷିଙ୍କ ଜୟନ୍ତୀ ପାଳନ କରାଯାଉଥିବା କହି ଛାତ୍ରଛାତ୍ରୀଙ୍କ ଗହଣରେ ବୈଠକ ଅନୁଷ୍ଠିତ କରାଇଥିବା ଓ ସହଯୋଗ କରିଥିବା ହେତୁ ସମସ୍ତ କଲେଜ ପ୍ରିନ୍ସପାଲ,ସଦସ୍ୟସଦସ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Related posts

ରୂପସାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ,  ଯଜ୍ଞ, ଭଜନ, ବୃକ୍ଷରୋପଣ ଓ ଦୀପ ଦାନରେ ନବବର୍ଷକୁ ସ୍ବାଗତ

masiha

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିହେଲା     ୦୮ ଗୋଟି ପୋଥି ସଂଗୃହୀତ 

masiha

ଆମ ଓଡ଼ିଶା ନବିନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଯୋଜନାର ସଫଳ ରୂପାୟନ ଯୋଗୁଁ ବିକାଶ ସମ୍ଭବ

masiha

Leave a Comment

error: Content is protected !!