ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାଘିଆଟାଙ୍ଗର ଗ୍ରାମର ନଳକୂପ ଚାରିପଟେ ଖାଲ,ଖମାଲ, ଘଞ୍ଚବୁଦା, ପକ୍କା ଚାନ୍ଦିନୀ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ଵାଘିଆଟାଙ୍ଗର ଗ୍ରାମର ନଳକୂପ ଚାରିପଟେ ଖାଲ,ଖମାଲ, ଘଞ୍ଚବୁଦା, ପକ୍କା ଚାନ୍ଦିନୀ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ମୟୂରଭଂଜ -୨୪/୯ —  ଚଳିତ ବର୍ଷ ଇନ୍ଦ୍ର ରାଜା ଓଡ଼ିଶାର ଧରିତ୍ରୀ ଉପରେ ଖୁସି ।ରଜ ସଂକ୍ରାନ୍ତି ପରଠାରୁ ଆଜକୁ ୩ ମାସ ହେଲା ଲଗାଣ ବର୍ଷା ଲାଗି ରହିଛି ।ଚାରିଆଡେ ଖାଲ,ଖମାଲ,ନଦୀ,ନାଳ,ଗଡିଆ,ପୋଖରୀ ଚାରିଆଡ଼େ ଜଳାର୍ଣବ । ବର୍ଷା ଯୋଗୁଁ ଧରିତ୍ରୀ ସବୁଜିମା ହୋଇଛି ।ଚାରିଆଡେ ଘଞ୍ଚ,ଜଙ୍ଗଲ,ବୁଦା ହୋଇ ଯାଇଛି ।ବର୍ଷା ଯୋଗୁଁ ପାଣି ଠିଆ ହୋଇରହିଛି ।ଯାହାଫଳରେ ମଶାଙ୍କ ପ୍ରଜନନ ଦ୍ଵିଗୁଣିତ ହୋଇଛି ମେଲେରିଆ,ଥଣ୍ଡା,ଭାଇରାଲ,ଡେଙ୍ଗୁ,ଝାଡାବାନ୍ତି ରୋଗରେ ଲୋକେ ପିଡିତ ହେଉଛନ୍ତି, କେଉଁଠି ଅବା ଦୁଇ ତିନିଜଣ ମଲେଣି ।ଦୂଷିତ ପାଣି ସେବନ ପାଇଁ ଲୋକେ ସଂକ୍ରାମକ ରୋଗରେ ପଡ଼ୁଛନ୍ତି ।କିଛି କିଛି ଗ୍ରାମରେ ପାଇପ ପାଣି ସଂଯୋଗୀକରଣ ହୋଇନାହିଁ ।କେଉଁଠି ପାଇପ ପଡିଛି ତ ବିଦ୍ୟୁତ ସଂଯୋଗ ସୋଇନାହିଁ ।ତେଣୁ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ନଳକୂପ ଉପରେ ନିର୍ଭର କରୁଛନ୍ତି ।ଅଧିକାଂଶ ଗ୍ରାମର‌ ନଳକୂପ ପକ୍କା ଚାନ୍ଦିନୀ ଭାଙ୍ଗି ଆଁ କରିଛି ତ କେଉଁଠି ପକ୍କା ଚାନ୍ଦିନୀ ହୋଇନାହିଁ ।ଯାହାଫଳରେ ଟିଓ୍ଵେଲ ମୂଳରେ ଖାଲ ହୋଇ ପାଣି ଜମୁଛି । ସେହି ଖାଲ ଦେଇ ଟିଓ୍ଵେଲ ମୂଳକୁ ପାଣି ଯାଉଛି ।ସେହି ଦୂଷିତ ପାଣି ସେବନ କରି ଲୋକେ ସଂକ୍ରାମକ ରୋଗରେ ପଡ଼ୁଛନ୍ତି ।ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲାର ପଛୁଆ ବିଜାତଳା ବ୍ଳକର ଵାଘିଆଟାଙ୍ଗର ଗ୍ରାମର ନଳକୂପ ଉପରେ ଶତାଧିକ ଲୋକେ ନିର୍ଭର କରୁଛନ୍ତି ।ନଳକୂପର ମୂଳରେ ପକ୍କା ଚାନ୍ଦିନୀ ହୋଇନାହିଁ ।ତେଣୁ ନଳକୂପ ମୂଳରେ ପାଣି ଜମୁଛି ଓ ତାହା ପାଇପ ମୂଳରେ ଭିତରକୁ ଯାଉଛି ।ଲୋକେ ନଳକୂପ ବ୍ୟବହାର କଲେ ସେହି ଦୂଷିତ ପାଣି ବାହାରୁଛି ।ଲୋକେ ବାଧ୍ଯଵାଧକତାରେ ତାହା ବ୍ୟବହାର କରୁଛନ୍ତି ।ତେଣୁ ଗ୍ରାମବାସୀ ସେଠାରେ ପକ୍କା କଂକ୍ରିଟ ଚାନ୍ଦିନୀ ନିର୍ମାଣ ପାଇଁ ଦାବି କରୁଛନ୍ତି ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବଜ୍ରପାତ ଜଣେ ମୃତ୍ୟୁ  

masiha

ମୂରଳୀଧର ନାଏକ ହେଲେ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସର ସଂଯୋଜକ

Sunil Chandra Nayak

ଡାବୁଗାଁରେ ନୂତନ ତହସିଲଦାର ଙ୍କ ଯୋଗଦାନ

masiha

Leave a Comment

error: Content is protected !!