ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିସର୍ଚ୍ଚ ଇନଫରମେସନ ସିଷ୍ଟମ ସହିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ

   ରିସର୍ଚ୍ଚ ଇନଫରମେସନ ସିଷ୍ଟମ ସହିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ

         ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ , ଭବାନୀପାଟଣା ଗବେଷଣା ଦିଗରେ ବିଭିନ୍ନ ସମୟରେ ନୂତନ ପଦକ୍ଷେପ ନେଇଅଛି । ଉନ୍ନତମାନର ଗବେଷଣା ପାଇଁ କ୍ଷେତ୍ର ପ୍ରଶସ୍ତ କରି ଗବେଷକମାନଙ୍କୁ ପ୍ରୋତ୍ସାହନ ଦେଉଅଛି । ପୁଣି ଗବେଷଣା କ୍ଷେତ୍ରରେ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇଣ୍ଟରନେସନାଲ କନଫରେନ୍ସ ଅନ ଗ୍ଳୋବାଲ କନଫରେନ୍ସ ଆଣ୍ଡ ଟ୍ରିଆଙ୍ଗୁଲାର କନଫରେନ୍ସ: ଏମରଜିଙ୍ଗ ଫେକ୍ଟସ୍ ସମାରୋହରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଉପସ୍ଥିତ ଥିଲେ । ଏହି ସମାରୋହର ଉଦଘାଟନୀ ପର୍ବରେ ରିସର୍ଚ୍ଚ ଇନଫରମେସନ ସିଷ୍ଟମ (ଆର ଆଇ ଏସ୍) ସହିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ ହୋଇଅଛି । ଏଥିରେ ରିସର୍ଚ୍ଚ ଇନଫରମେସନ ସିଷ୍ଟମ (ଆର ଆଇ ଏସ୍)ର ମହାନିର୍ଦ୍ଦେଶକ ପ୍ରଫେସର ସଚିନ ଚତୁର୍ବେଦୀ ,ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇ ସି ଏସ୍ ଏସ୍ ଆର)ର ସଦସ୍ୟ ସଚିବ ପ୍ରଫେସର ଧନଞ୍ଜୟ ସିଂହ ଓ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ନିବେଦିତା ନାଥ ଉପସ୍ଥିତ ଥିଲେ । ଏହି ଚୁକ୍ତି ସ୍ଵାକ୍ଷର ସମାରୋହରେ ରିସର୍ଚ୍ଚ ଇନଫରମେସନ ସିଷ୍ଟମ (ଆର ଆଇ ଏସ) ଦ୍ୱାରା ମନୋନୀତ ଭାରତର ଏକୋଇଶଟି ବିଶ୍ୱବିଦ୍ୟାଳୟ ମଧ୍ଯରୁ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଚୁକ୍ତି ସ୍ଵାକ୍ଷର ପାଇଁ ରହିଥିବା ଚାରୋଟି ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇ ଓଡିଶାର ଏକମାତ୍ର ବିଶ୍ୱବିଦ୍ୟାଳୟଭାବେ ଗୌରବ ବୃଦ୍ଧି କରିଛି । ଏହାଦ୍ୱାରା ଓଡ଼ିଶା ତଥା କଳାହାଣ୍ଡିର ଶୈକ୍ଷିକ ପରିବେଶରେ ଗବେଷଣାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଗବେଷଣାର ପରିଧିକୁ ପରିବ୍ୟାପ୍ତ କରିବାରେ ରିସର୍ଚ୍ଚ ଇନଫରମେସନ ସିଷ୍ଟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ନବୀନ ଗବେଷକଙ୍କ ପାଇଁ ନୂଆ ବାଟ ଦେଖାଇବ ।

( ମ ନି ସ )

 

Related posts

ଆସିକାରେ କାରଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ସୁସ୍ଥ ହେଲା ଦନ୍ତା ହାତୀ

ଭୀମ ଭୋଇ ସାମର୍ଥ୍ୟ ଶିବିର ରେ ୨୮୨ ଭିନ୍ନକ୍ଷମ ପଞ୍ଜୀକୃତ 

Sunil Chandra Nayak

Leave a Comment

error: Content is protected !!