ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

 ନବରଙ୍ଗପୁର :(୭.୫.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାବେ ପ୍ରମୋଦ କୁମାର ପୃଷ୍ଟି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି, ଶ୍ରୀ ପୃଷ୍ଟି ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ l ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଅଧିକାରୀଙ୍କ ସହଯୋଗ କାମନା କରିବା ସହ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନାକୁ ଜନସାଧାରଣ ପାଖକୁ ପହଁଞ୍ଚିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ କର୍ମଚାରୀ ଶ୍ରୀ ପୃଷ୍ଟି ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ସମସ୍ତ ଡେପୁଟି କଲେକ୍ଟର ,ସମସ୍ତ ସହକାରୀ କଲେକ୍ଟର, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ , ସେକସନ ଅଫିସର ତଥା ଓଡିଶା ରାଜସ୍ଵ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ରାମଚନ୍ଦ୍ର ରଘୁ ମଣ୍ଡଳ, ସତ୍ୟନାରାୟଣ ସାହୁ, ଜଗନ୍ନାଥ ମହାପାତ୍ର, ମୀରା ପଣ୍ଡା, ସୁରେଶ ପଟ୍ଟନାୟକ, ତୃପ୍ତି ପଟ୍ଟନାୟକ, ଅଜୟ ନାୟକ, ଶୌରଭ ଦାସ, ଗଗନ ବିଶୋଇ , ପ୍ରିୟଙ୍କା ପାତ୍ର, ପି ପଦ୍ମା, ପ୍ରଣତି ମାଝୀ, କବିତା ବ୍ରହ୍ମା, ସଂଯୁକ୍ତା ସାହୁ, ଅଭିନାଶ ପାତ୍ର, କୈଳାଶ ଚନ୍ଦ୍ର ଦାସ, ସିତାରାମ ବେହେରା, ହିମାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଗୋ-ଗ୍ରୀନ କ୍ଲବ୍‌ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ 

masiha

୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

ଧର୍ମଗଡ ବ୍ଲକ ଥନଟ ଗ୍ରାମର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ନେଇ ଦାବି ଦାବୀ ପୂରଣ ନହେଲେ ସ୍ୱାଧୀନତା ଦିବସରୁ ଅନଶନ ପାଇଁ ଚେତାବନୀ…

Sunil Chandra Nayak

Leave a Comment

error: Content is protected !!