ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକ

ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକ

ଭଞ୍ଜନଗର, ୧୨/୬ ଭଞ୍ଜନଗର ସ୍ଥିତ ପ୍ରସିଦ୍ଧ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁପରିଚାଳନା ଏବଂ ସୁବ୍ୟବସ୍ଥିତ ଆୟୋଜନ କରିବା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଏଥିରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ। ରଥଯାତ୍ରାରେ ସର୍ବୋଚ୍ଚ ସୁରକ୍ଷା ଓ ସୁବ୍ୟବସ୍ଥା ନିଶ୍ଚିତ କରି ଜନସାଧାରଣଙ୍କୁ ଏକ ନିରାପଦ ଏବଂ ଭାବବହୁଳ ଅନୁଭବ ଦେବା ସହ ସମସ୍ତ ବିଭାଗକୁ ସମ୍ପୂର୍ଣ୍ଣ ସଚେତନ ଓ ସମନ୍ୱୟ ଭିତ୍ତିରେ କାମ କରିବାକୁ ବିଧାୟକ ଶ୍ରୀ ନାୟକ କହିଥିଲେ । ଉପଜିଲ୍ଲାପାଳ ଶ୍ରୀ ବେହେରା କୁଲାଡ ପରି ଉପଖଣ୍ଡର ସମସ୍ତ ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ ହେବ। ତେଣୁ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ପାଇଁ ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଚଳିତ ବର୍ଷ ରଥ ନିର୍ମାଣ, ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁରକ୍ଷା ଓ ସଠିକ୍ ପରିଚାଳନା, ଟ୍ରାଫିକ୍ ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା, ଅଗ୍ନି ନିରାପଦ, ଆମ୍ବୁଲାନ୍ସ ଓ ଚିକିତ୍ସାକର୍ମୀ ଉପଲବ୍ଧତା, ଜନସ୍ୱାସ୍ଥ୍ୟ ଓ ପାଣି ବ୍ୟବସ୍ଥା,ପୋର୍ଟେବଲ୍ ଟଏଲେଟ୍,ସଫେଇ ଓ ପରିଚ୍ଛନ୍ନତା ବ୍ୟବସ୍ଥା,ମଣ୍ଡପ/ରଥ ପରିଚାଳନା, ଚାଳକ ଓ ରଥ ନିର୍ଦ୍ଦେଶନା, ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଟୁଲିଆମା,ବିଡ଼ିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ସମେତ ସମସ୍ତ ସରକାରୀ ଓ ସାମାଜିକ ପ୍ରତିନିଧି, ମନ୍ଦିର ପରିଚାଳନା ସଦସ୍ୟ, ପୁଲିସ ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ଆପଦକାଳୀନ ସେବା ସଂପୃକ୍ତ ବିଭାଗଗୁଡିକର ଅଧିକାରୀ ଓ ପ୍ରତିନିଧି ଉପସ୍ଥିତ ଥିଲେ। ତହସିଲଦାର ଅଭିପ୍ସା ପଟ୍ଟନାୟକ ଏହାକୁ ସଂଯୋଜନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।।

Related posts

ଗିଧମାଳରେ ୪ ମଦକୋଠି ବନ୍ଦ ଦାବି, ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ

Sunil Chandra Nayak

ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟା କଳ୍ପ ଟିମ୍

Sunil Chandra Nayak

ବ୍ରଜରାଜ ସିଂହ ଦେବଙ୍କ ଜୟନ୍ତୀ ସମାରୋହ

Sunil Chandra Nayak

Leave a Comment

error: Content is protected !!