ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକ

ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକ

ଭଞ୍ଜନଗର, ୧୨/୬ ଭଞ୍ଜନଗର ସ୍ଥିତ ପ୍ରସିଦ୍ଧ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁପରିଚାଳନା ଏବଂ ସୁବ୍ୟବସ୍ଥିତ ଆୟୋଜନ କରିବା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଏଥିରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ। ରଥଯାତ୍ରାରେ ସର୍ବୋଚ୍ଚ ସୁରକ୍ଷା ଓ ସୁବ୍ୟବସ୍ଥା ନିଶ୍ଚିତ କରି ଜନସାଧାରଣଙ୍କୁ ଏକ ନିରାପଦ ଏବଂ ଭାବବହୁଳ ଅନୁଭବ ଦେବା ସହ ସମସ୍ତ ବିଭାଗକୁ ସମ୍ପୂର୍ଣ୍ଣ ସଚେତନ ଓ ସମନ୍ୱୟ ଭିତ୍ତିରେ କାମ କରିବାକୁ ବିଧାୟକ ଶ୍ରୀ ନାୟକ କହିଥିଲେ । ଉପଜିଲ୍ଲାପାଳ ଶ୍ରୀ ବେହେରା କୁଲାଡ ପରି ଉପଖଣ୍ଡର ସମସ୍ତ ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ ହେବ। ତେଣୁ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ପାଇଁ ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଚଳିତ ବର୍ଷ ରଥ ନିର୍ମାଣ, ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁରକ୍ଷା ଓ ସଠିକ୍ ପରିଚାଳନା, ଟ୍ରାଫିକ୍ ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା, ଅଗ୍ନି ନିରାପଦ, ଆମ୍ବୁଲାନ୍ସ ଓ ଚିକିତ୍ସାକର୍ମୀ ଉପଲବ୍ଧତା, ଜନସ୍ୱାସ୍ଥ୍ୟ ଓ ପାଣି ବ୍ୟବସ୍ଥା,ପୋର୍ଟେବଲ୍ ଟଏଲେଟ୍,ସଫେଇ ଓ ପରିଚ୍ଛନ୍ନତା ବ୍ୟବସ୍ଥା,ମଣ୍ଡପ/ରଥ ପରିଚାଳନା, ଚାଳକ ଓ ରଥ ନିର୍ଦ୍ଦେଶନା, ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଟୁଲିଆମା,ବିଡ଼ିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ସମେତ ସମସ୍ତ ସରକାରୀ ଓ ସାମାଜିକ ପ୍ରତିନିଧି, ମନ୍ଦିର ପରିଚାଳନା ସଦସ୍ୟ, ପୁଲିସ ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ଆପଦକାଳୀନ ସେବା ସଂପୃକ୍ତ ବିଭାଗଗୁଡିକର ଅଧିକାରୀ ଓ ପ୍ରତିନିଧି ଉପସ୍ଥିତ ଥିଲେ। ତହସିଲଦାର ଅଭିପ୍ସା ପଟ୍ଟନାୟକ ଏହାକୁ ସଂଯୋଜନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।।

Related posts

ନବରଙ୍ଗପୁରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ବିଧାୟକ ନିଜେ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇଲେ 

Sunil Chandra Nayak

ପରିବହନ ମନ୍ତ୍ରୀଙ୍କ ଜିଲ୍ଲା ଚିକିଟି ଅଞ୍ଚଳରେ ଦୌଡ଼ୁଛି ବେଆଇନ ଯାତ୍ରୀବାହୀ ଗାଡ଼ି ପ୍ରଶାସନ ନିରବ, ଯାତ୍ରୀଙ୍କ ଜୀବନ କାହା ଭରସାରେ 

Sunil Chandra Nayak

ଗାଙ୍ଗପୁର ଥାନାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଥାନା ଏବଂ ହାଜତ ବୁଲି ଦେଖିଲେ ଛାତ୍ରୀ

Leave a Comment

error: Content is protected !!