ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଜମିରେ ଜବରଦଖଲ ଘର ଉଚ୍ଛେଦ 

ସରକାରୀ ଜମିରେ ଜବରଦଖଲ ଘର ଉଚ୍ଛେଦ 

ହିଞ୍ଜିଳିକାଟୁ,୧୨/୦୬ ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ମୋହନ କଲୋନୀ ୫ମ ଲାଇନରେ ସରକାରୀ ଜାଗାକୁ ଜବରଦଖଲ କରି ଘର କରିଥିବା ଅଭିଯୋଗରେ ଶୁକ୍ରବାର ସକାଳୁ ହିଞ୍ଜିଳିକାଟୁ ତହସିଲଦାରଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗ ଓ ପୋଲିସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସରକାରୀ/ଅନାବାଦି ଜମିରୁ ବେଆଇନ ଜବରଦଖଲ ହଟାଇବା ପାଇଁ ଓଡ଼ିଶା ସରକାରୀ ଜମି ଅନଧିକାର ପ୍ରବେଶ ନିରାକରଣ ଆଇନ (OPLE Act) ଅନୁଯାୟୀ, ହିଞ୍ଜିଳି ପ୍ରଶାସନ ଜବରଦଖଲ ଘରକୁ ଉଚ୍ଛେଦ କରାଯାଇଛି । ଯାହା ସୂଚନା ରହିଛି ସେହି ଅନୁସାରେ ହିଞ୍ଜିଳିକାଟୁ ମୌଜା ଅନ୍ତର୍ଗତ ଖାତା ନଂ ୧୫୫୧ ଏବଂ ପ୍ଲଟ ନଂ ୩୩୩୩ ଅନାବାଦୀ ପଥର ବେଣିଆ କିଶମ ଜମିରେ ବେଆଇନ୍ ଭାବେ ୩ଟି ଦୋକାନ ଓ ଗୃହ ନିର୍ମାଣ ଘରକୁ ହିଞ୍ଜିଳି ପୋଲିସ ପ୍ରଶାସନ ଓ ତହସିଲଦାରଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି । ସୂଚନା ଅନୁସାରେ ମୋହନ କଲୋନୀ ୫ମ ଲାଇନରେ ଅନାବାଦୀ ପଥର ବେଣିଆ କିଶମ ଜମି ରହିଥିବା ବେଳେ ଉକ୍ତ ସରକାରୀ ଜାଗାରେ ବେଆଇନ ଭାବେ ଖରିଡା ଗ୍ରାମର ମହେଶ୍ୱର ପାଣିଗ୍ରାହୀ, ପିତା ବାଞ୍ଚାନିଧି ପାଣିଗ୍ରାହୀ ଜବରଦଖଲ କରି ସରକାରୀ ଜମିରେ ଘର ନିର୍ମାଣ କରିଥିବା ନେଇ ଅଭିଯୋଗ ଆସିବା ପରେ ହିଞ୍ଜିଳି ପ୍ରଶାସନିକ ଅଧିକାରୀ ଏହାର ଯାଞ୍ଚ କରିବା ସହ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଜି ସରକାରୀ ଜମିରେ ନିର୍ମାଣ ହୋଇଥିବା ଅବୈଧ ଘର ଓ ୩ ଟି ଦୋକାନ କୁ ଉଚ୍ଛେଦ କରିଛି । ଅନ୍ୟ ପକ୍ଷରେ ଉକ୍ତ ଘର ମାଲିକ ୪୦ ବର୍ଷ ତଳୁ ଜନୈକ ପ୍ଲଟ ବେପାରୀଙ୍କ ଠାରୁ ସରକାରୀ ଦସ୍ତାବିଜରେ କ୍ରୟ କରିଥିବା ନେଇ କହିଛନ୍ତି । ଆଜିର ଏହି ଉଚ୍ଛେଦ ସମୟରେ ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ରଙ୍କ ନେତୃତ୍ୱରେ , ତଥା ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେଣିଆ , ହିଞ୍ଜିଳି ରାଜସ୍ୱ ନିରୀକ୍ଷକ କୃଷ୍ଣ ଚନ୍ଦ୍ର ଜାନୀ, ହିଞ୍ଜିଳିକାଟୁ ରାଜସ୍ୱ ବିଭାଗ ସୁପର ଭାଇଜର ପି ପଞ୍ଚାନନ, ଏ ଆର୍ ଆଇ ରାମ ଚନ୍ଦ୍ର ଦଳେଇ, ହିଞ୍ଜିଳି ଅମିନ ବିଜୟ କୁମାର ବିଶ୍ୱାଳ, ଶିକିରି ରାଜସ୍ୱ ନିରୀକ୍ଷକ ସୁବ୍ରତ କୁମାର ସାହୁ, ବୁରୁପଡ଼ାର ପ୍ରଦୀପ କୁମାର ପାତ୍ର , ହିଞ୍ଜିଳି ଥାନା ଏସ୍ ଆଇ ସୁରେଶ ସାହୁ ଉପସ୍ଥିତ ଥିଲେ।

Related posts

ଆଷାଢ଼ ରେ ଜମି ଫାଟି ଆଁ,ଚିନ୍ତାରେ ଚାଷୀ

Sunil Chandra Nayak

ଚାଷିଙ୍କ ପାଇଁ ଦେବଦୂତ ସାଜିଲେ ବ୍ଲକ ଉପାଧ୍ୟକ୍ଷ, ନଦୀରୁ ୪ଶହ ମିଟର ତିଆରି କଲେ ନାଳ, ୩ଶହ ଏକଡ଼ ଚାଷ ଜମି ହେଲା ଜଳସେଚନ

masiha

ନୂଆପଡ଼ା ସିନାପାଲି ବ୍ଲକରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର , ୬୪ଟି ଅଭିଯୋଗର ଶୁଣାଣି, ତତ୍କାଳୀନ ସହାୟତା ଓ ସ୍ୱଚ୍ଛତା ଦୂତ ସମ୍ମାନ ପ୍ରଦାନ

Leave a Comment

error: Content is protected !!