ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିନ ୧୦ ଘଣ୍ଟା ସମୟରେ ଡାବୁଗାଁ ଶିବ ମନ୍ଦିର ପାର୍ଶ୍ଵରେ ଜଣେ ବ୍ୟବସାୟୀ ଙ୍କ ଘରୁ ଚୋରି 

ଦିନ ୧୦ ଘଣ୍ଟା ସମୟରେ ଡାବୁଗାଁ ଶିବ ମନ୍ଦିର ପାର୍ଶ୍ଵରେ ଜଣେ ବ୍ୟବସାୟୀ ଙ୍କ ଘରୁ ଚୋରି 

ଡାବୁଗାଁ,୨/୫ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଶିବ ମନ୍ଦିର ପାର୍ଶ୍ଵରେ ଥିବା କଲୋନୀ ରୁ ଦିନ ୧୦ ଘଣ୍ଟା ସମୟରେ ଚୋରି ହୋଇ ଥିବା ଖବର ଡାବୁଗାଁ ରେ ଚାଞ୍ଚଲ୍ଯ ସୃଷ୍ଟି କରିଛି l ସୂଚନାଯୋଗ୍ୟ :- ବ୍ୟବସାୟୀ ବେଣୁଧର ପରିଡା ଙ୍କ ଘରେ କେହି ନଥିବା ସୁଯୋଗ ନେଇ ଘର ଛାତ ଉପରେ ଚଢି ଚୋର ସିଡି ଦେଇ ଘର ର କବାଟ ର ତାଲା ଭାଙ୍ଗି ଚୋରି କରି ଚାଲି ଯାଇଛି l ସକାଳ ୧୧ ଘ ସମୟରେ ବେଣୁଧର ଙ୍କ ସ୍ତ୍ରୀ ଘର ଙ୍କୁ ଆସି ଘର ର ଗେଟ ଖୋଲି ଦେଖିଥିଲେ ଯେ ମୁଖ୍ୟ କବାଟ ର ତାଲାମ ଭଙ୍ଗାଯାଇ କବାଟ ଖୋଲା ଖୋଲା ରହିଛି l ଭିତରକୁ ଯାଇ ଦେଖିଥିଲେ ଯେ ଘରେ ରଖିଥିବା ଟଙ୍କା ଚୋରି ହୋଇଛି l ଅପରାହ୍ନ ୨ ଘ ସମୟରେ ବେଣୁଧର ପରିଡା ଥାନା କୁ ଯାଇ ଏତଲା ଦେଇଥିଲେ l ଏତଲାରେ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଚୋରି କରି ନେଇଥିବା ଦର୍ଶା ଯାଇଛି lଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ଯାଇ ଅନୁସନ୍ଧାନ ଜାରି ରଖି ତଦନ୍ତ କରିଛନ୍ତି l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ

masiha

ଚାଷୀର ଉନ୍ନତି ପାଇଁ ଚାଷୀମାନଙ୍କୁ ନେଇ ଅନୁଷ୍ଠିତ ହେଲା ଗ୍ରାମସଭା

Sunil Chandra Nayak

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!