ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦ୍ଵିତୀୟ ବର୍ଷରେ ମାଁ ଭୂମେତ ସାର୍ବଜନୀନ ଦୂର୍ଗା ପୂଜା 

ଦ୍ଵିତୀୟ ବର୍ଷରେ ମାଁ ଭୂମେତ ସାର୍ବଜନୀନ ଦୂର୍ଗା ପୂଜା 

ଧର୍ମଗଡ ସହରର କାଶୀବାହାଲ ସ୍ଥିତ ମାଁ ଭୂମେତ ସାର୍ବଜନୀନ ଦୂର୍ଗାପୂଜା ଚଳିତ ବର୍ଷ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି। ଗତ ୨୮ ତାରିଖ ଦିନ ବିଲ୍ଵ ବରଣ ଓ ବିଶାଳ କଳସ ଯାତ୍ରା ପରେ ମାଆ ଙ୍କ ଯଥାରୀତି ପୂଜା ଆରମ୍ଭ ହୋଇ ମୁଖ ଦର୍ଶନ ହୋଇଛି।ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ପଣ୍ଡିତ ରବିନାରାୟଣ ମହାପାତ୍ର, ଅକ୍ଷୟ ଦାସ, ସହଯୋଗୀ ପୂଜକ ବିରେନ୍ଦ୍ର କୁମାର ପଣ୍ଡା, ପ୍ରମୋଦ କୁମାର ପଣ୍ଡା ମାଁ ଙ୍କ ପୁଜାରେ ନିୟୋଜିତ ଥିବା ବେଳେ ବେଳେ କର୍ତ୍ତା ଭାବେ ଶ୍ରୀ ପ୍ରସନ୍ନ କୁମାର ମୁଣ୍ଡ ଓ ତାଙ୍କ ଧର୍ମପତ୍ନୀ ଅରୁଣି ମୁଣ୍ଡ ଦାୟିତ୍ଵ ନିର୍ବାହ କରୁଛନ୍ତି। ପ୍ରତ୍ୟହ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟହ ଅନ୍ନ ଭୋଗ ଓ ଶୁକ୍ଳ ଭୋଗର ବ୍ୟବସ୍ଥା କରାଯାଇଛି।ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକମାଳା ରେ ସୂସଜ୍ଜିତ କରାଯାଇଛି।ସ୍ଥାନୀୟ ମୂର୍ତ୍ତି କାରିଗର ସଦନ ବିହାରୀ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଓ ମଣ୍ଡପ ସାଜ ସଜ୍ଜା କରିଥିବା ବେଳେ ରାମ ଟେଣ୍ଟ ହାଉସ ର ରାମଦାସ ମେହେର ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି । ପୂଜା କମିଟି ର ସଭାପତି ପ୍ରସନ୍ନ କୁମାର ମୁଣ୍ଡ,ସମ୍ପାଦକ ଡାକ୍ତର ମନୋରଞ୍ଜନ ଦାସ, ଉପ ସଭାପତି ପ୍ରମୋଦ ହଂସ,କୋଷାଧ୍ୟକ୍ଷ ବିରଞ୍ଚି ନାରାୟଣ ବେହେରା,ସହ ସମ୍ପାଦକ ପ୍ରକାଶ ସାହୁ ସମେତ କାଉନସିଲର ପ୍ରବୀଣ କୁମାର ପଣ୍ଡା, ପଣ୍ଡୁ ପାତ୍ର, ପରୀକ୍ଷିତ ମହାନନ୍ଦ, କିରଟି ବିହାରୀ, ସଂଜୟ ଜାଲ, ପ୍ରସନ୍ନ ମୁଣ୍ଡା, ଭଜମନ ହଂସ ଚିତ୍ରଭାନୁ ଜାଲ, ଅସକୁଟ ମୁଣ୍ଡା ଅନ୍ୟାନ୍ୟ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ସହଯୋଗରେ ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି। ଆସନ୍ତା କାଲି ଅକ୍ଟୋବର ୨ତାରିଖ ବିଜୟା ଦଶମୀ ଦିନ ପୂର୍ଣ୍ଣାହୁତି ସହ ମାଁ ଙ୍କର ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସତସଙ୍ଗ କମିଟି ତରଫରୁ ଗୀତା ଯଜ୍ଞ 

Sunil Chandra Nayak

କାମାକ୍ଷାଗରରେ ପ୍ରଥମ ପୂଜ୍ୟ ଶ୍ରୀଗଣେଶ ପୂଜା 

Sunil Chandra Nayak

ରାଇରଙ୍ଗପୁର ରେ ରଥଯାତ୍ରା ପାଇଁ ଅଖପୂଜା

masiha

Leave a Comment

error: Content is protected !!