ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଡ଼ିଏସ ଗୋଦାମ ଗୃହ କାର୍ଯ୍ୟକ୍ଷମ କରିବାକୁ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଦାବି କଲେ ଖଲିଗଡ଼ ଗ୍ରାମବାସୀ

କୋକସରା,୦୬/୦୬//ଖଲିଗଡ଼ ଗାଁ ଠାରୁ ପଞ୍ଚାୟତର ଦୁରତା ୫ ରୁ ୬ କିଲୋମିଟର । ପ୍ରତି ମାସରେ ପିଡ଼ିଏସ ସାମଗ୍ରୀ ଆଣିବାକୁ ଅଟୋ ଟ୍ରାକ୍ଟର ଭଡା କରି ଯିବାକୁ ହୁଏ ଖଲିଗଡ଼ ଗ୍ରାମର ହିତାଧିକାରୀଙ୍କୁ । ଏନେଇ କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ସହ ଶୀଘ୍ର ଗୋଦାମ ଗୃହ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତ ଖଲିଗଡ଼ ଗ୍ରାମର ଗ୍ରାମବାସୀ। ପଞ୍ଚାୟତ ଗୋଦାମ ଗୃହ ଉଦଘାଟନ ପାଇଁ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ବ୍ଲକ ପ୍ରଶାସନ ଓ ଯୋଗାଣ ବିଭାଗ କୁ ଲିଖିତ ଜଣାଇଛନ୍ତି । ହେଲେ ଉପାନ୍ତ ଅଞ୍ଚଳରେ ଥିବା ଖଲିଗଡ଼, ଯାନୀପଡା, ନୂଆପଡା, ଟେମରିଆ ପଡା ଗ୍ରାମବାସୀଙ୍କୁ ପିଡ଼ିଏସ ସାମଗ୍ରୀ ପାଇବା ପାଇଁ ଅନେକ ସମୟରେ ହଇରାଣ ହରକତ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି। ଏନେଇ ଖଲିଗଡ଼ ଗ୍ରାମବାସୀ ମାନେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ଅଭିଯୋଗ କରିବା ପରେ ରବିବାର ବ୍ଲକ ଉପାଧ୍ୟକ୍ଷ ଖଲିଗଡ଼ ଗାଁରେ ପହଞ୍ଚିବା ପରେ ଗ୍ରାମର ଲୋକେ ତାଙ୍କୁ ପାଛୋଟି ନେବାସହ ଏକ ସଭା ଆୟୋଜନ କରିଥିଲେ। ପିଡ଼ିଏସ ସାମଗ୍ରୀ ଆଣିବାକୁ ହେଲେ ଖଲିଗଡ଼ ଗ୍ରାମର ୩/୪ ପଡାର ହିତାଧିକାରୀଙ୍କୁ ଦୀର୍ଘ ୫/୬ କିଲୋମିଟର ପିଡ଼ିଏସ ଚାଉଳ ଆଣିବାକୁ ଯିବାକୁ ପଡୁଛି ବୋଳି ଅଭିଯୋଗ କରିଛନ୍ତି ଓ ଖଲିଗଡ଼ ଗ୍ରାମରେ ନିର୍ମାଣ ସରିଥିବା ନୂତନ ଗୁଦାମ ଗୃହକୁ ଶିଘ୍ର ଉଦଘାଟନ କରି କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଏନେଇ ବ୍ଲକ ପ୍ରଶାସନ ଓ ଯୋଗାଣ ବିଭାଗ ସହ ଆଲୋଚନା କରି ଅତି ଶୀଘ୍ର ଗୋଦାମ ଗୃହ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ମସିହା ନିଉଜ ସର୍ଭିସ୍ 

Related posts

ବାଣପୁର ତୋଟାଗାଁ ଗ୍ରାମରେ ବିଳମ୍ୱିତ ରାତିରେ ବିଦୁତ୍ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ : ଦୁଇ ପରିବାରର ଦୁଇ ବଖରା ଜଳି ପୋଢ଼ି ପାଉଁଶ !!!

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତି ଚାରଣ ସହ କବିତା ଓ ପ୍ରବନ୍ଧ ପାଠl

Sunil Chandra Nayak

ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ରାଜସ୍ବ ନିରୀକ୍ଷକ ମରୁଡି ; ୭ ଜଣରୁ ୩ ଜଣ ଡେପୁଟେସନ;ଉନ୍ନୟନ କାମ ଆଗେଇବ କେମିତି ? ଜନସାଧାରଣ ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!