ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାନ ନିରୂପଣ ନେଇ ଉତ୍ତେଜନା

ବାଲେଶ୍ଵର,୨୭/୫/୨୩- ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ବଡାଶ ପଞ୍ଚାୟତର ତାହାଳିଆ ଠାରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ଥାନ ନିରୂପଣକୁ ନେଇ ଗାଁ ସହିତ ପୋଲିସ ମୁହାଁମୁହିଁ । ଉତେଜନା ରୋକିବାକୁ ଦୁଇ ପ୍ଲାଟୁନ ପୋଲିସ ମୁତୟନ ।

ସୂଚନା ଅନୁସାରେ ତାହାଳିଆ-୨ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ପାଇଁ ଦୀର୍ଘ ଦିନ ଧରି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବାଦବିବାଦ ଲାଗି ରହିଥିଲା । ଏହି ଅଞ୍ଚଳରେ ଅନେକ ସରକାରୀ ଜାଗା ଥିବା ବେଳେ ବ୍ୟକ୍ତିଗତ ଭାବରେ ଦଖଲ କରି ଲୋକେ ଚଳିଆସୁଛନ୍ତି। ପ୍ରଶାସନ ପକ୍ଷରୁ ନିଜେ ତହସିଲଦାର, ବିଡ଼ିଓ ଉପସ୍ଥିତ ରହି ଦୁଇ ପକ୍ଷଙ୍କ ସ୍ଥାନକୁ ବାଦ ଦେଇ ତୃତୀୟ ସ୍ଥାନ ନିରୂପଣ ପରେ ଉତେଜନା ପ୍ରଶମିତ ହୋଇଥିଲା । ପ୍ଲଟ ନମ୍ବର ୫୯୭ କୁ ଜବରଦଖଲ କାରୀଙ୍କ କବଳରୁ ଉଦ୍ଧାର କରାଯାଇ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସିଦ୍ଧାନ୍ତ ନିଆଯାଇଛି । ଉଚ୍ଛେଦରେ ତହସିଲଦାର, ଆରଆଇ,ବିଡ଼ିଓ, ଆଇଆଇସି ସମେତ ବହୁ ପଦାଧିକାରୀ ମାନେ ଉପସ୍ଥିତ ରହି ଉଛେଦ କାର୍ଯ୍ୟ କରିଥିଲେ । ଜେସିବି ଦ୍ୱାରା ଜାଗାଟିକୁ ଚିହ୍ନଟ କରି ନାଲି ପତାକା ଲଗାଯାଇଥିଲା l ପ୍ରକାଶ ଥାଉକି ସରପଞ୍ଚ ଜଗନ୍ନାଥ ବିଶ୍ୱାଳ ଅଧିକାରୀଙ୍କ ସହିତ କଥାବାର୍ତ୍ତା ହେବା ପରେ ବି କିଛି ସୁଫଳ ମିଳିନଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚଳିତ ମାସ 13ତାରିଖରେ ରାୟଗଡl ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ପିଲାମାନେ ପର କରି ଥିବା ପିତା ମାତାଙ୍କୁ ଆପଣାର କରି ପୂଜାର୍ଚନା କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତା 

Sunil Chandra Nayak

ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!