ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାନ ନିରୂପଣ ନେଇ ଉତ୍ତେଜନା

ବାଲେଶ୍ଵର,୨୭/୫/୨୩- ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ବଡାଶ ପଞ୍ଚାୟତର ତାହାଳିଆ ଠାରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ଥାନ ନିରୂପଣକୁ ନେଇ ଗାଁ ସହିତ ପୋଲିସ ମୁହାଁମୁହିଁ । ଉତେଜନା ରୋକିବାକୁ ଦୁଇ ପ୍ଲାଟୁନ ପୋଲିସ ମୁତୟନ ।

ସୂଚନା ଅନୁସାରେ ତାହାଳିଆ-୨ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ପାଇଁ ଦୀର୍ଘ ଦିନ ଧରି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବାଦବିବାଦ ଲାଗି ରହିଥିଲା । ଏହି ଅଞ୍ଚଳରେ ଅନେକ ସରକାରୀ ଜାଗା ଥିବା ବେଳେ ବ୍ୟକ୍ତିଗତ ଭାବରେ ଦଖଲ କରି ଲୋକେ ଚଳିଆସୁଛନ୍ତି। ପ୍ରଶାସନ ପକ୍ଷରୁ ନିଜେ ତହସିଲଦାର, ବିଡ଼ିଓ ଉପସ୍ଥିତ ରହି ଦୁଇ ପକ୍ଷଙ୍କ ସ୍ଥାନକୁ ବାଦ ଦେଇ ତୃତୀୟ ସ୍ଥାନ ନିରୂପଣ ପରେ ଉତେଜନା ପ୍ରଶମିତ ହୋଇଥିଲା । ପ୍ଲଟ ନମ୍ବର ୫୯୭ କୁ ଜବରଦଖଲ କାରୀଙ୍କ କବଳରୁ ଉଦ୍ଧାର କରାଯାଇ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସିଦ୍ଧାନ୍ତ ନିଆଯାଇଛି । ଉଚ୍ଛେଦରେ ତହସିଲଦାର, ଆରଆଇ,ବିଡ଼ିଓ, ଆଇଆଇସି ସମେତ ବହୁ ପଦାଧିକାରୀ ମାନେ ଉପସ୍ଥିତ ରହି ଉଛେଦ କାର୍ଯ୍ୟ କରିଥିଲେ । ଜେସିବି ଦ୍ୱାରା ଜାଗାଟିକୁ ଚିହ୍ନଟ କରି ନାଲି ପତାକା ଲଗାଯାଇଥିଲା l ପ୍ରକାଶ ଥାଉକି ସରପଞ୍ଚ ଜଗନ୍ନାଥ ବିଶ୍ୱାଳ ଅଧିକାରୀଙ୍କ ସହିତ କଥାବାର୍ତ୍ତା ହେବା ପରେ ବି କିଛି ସୁଫଳ ମିଳିନଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା 

Sunil Chandra Nayak

ଗୌରୀ ଶଙ୍କର ପଟ୍ଟନାୟକ ଙ୍କୁ ଗୋଲ୍ଡେନ୍ ଏଇମ୍ କନଫରେନ୍ସ ଏବଂ ଏୱାର୍ଡ ଫର୍ ଏକ୍ସଲେନ୍ସ ଏଣ୍ଡ ଲିଡରଶିପ – 2025” ପ୍ରଦାନ

Sunil Chandra Nayak

ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ସଦସ୍ୟ ମାନଙ୍କ ଭୂମିକା ଓ ଦାୟିତ୍ଵ ସମନ୍ଧୀୟ ତାଲିମ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!