ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ର ମମତା ଆଗରେ ହାରମାନଛି ସରକାର

 ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଖାଙ୍କିରା ପଂଚାୟତ ଛୋଟ ତେନ୍ତୁଳିଆ ଗ୍ରାମର ଝୁନୁ ମହାରଣା ସ୍ୱାମୀ ସ୍ବର୍ଗତ ଉଗ୍ରସନ ମହାରଣା ଆଜକୁ ଦୁଇବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି l ଦୁଇ ଭିନ୍ନ୍ନକ୍ଷମ ପୁଅ ଓ ଏକ ପାଳିତ ପୁତ୍ର କୁ ନେଇ ବହୁତ ଦୁଃଖ କଷ୍ଟ ରେ ଜୀବନ ବିତାଉଛନ୍ତି ଝୁନୁ ମହାରଣା l ନା ପାଇଛନ୍ତି ବିଧବା ଭତା ନା ପୁତ୍ର ମାନଙ୍କର ଭିନ୍ନକ୍ଷମ ଭତା l ଯାହା ସରକାର ଙ୍କ କୋଡିଏ କେଜି ରାସନ ଚାଉଳ ତାଙ୍କର ଭରସା l ଏଠି ମାଳ ମାଳ ନେତା ମନ୍ତ୍ରୀ ସମସ୍ତେ ଇଲେକ୍ସନ ବେଳେ ଆସନ୍ତି ସବୁ କରିଦେବୁ କହି ପ୍ରତିଶୃତି ଦିଅନ୍ତି ତାପରେ ସବୁ ଭୁଲିଯାନ୍ତି l କିନ୍ତୁ ଝୁନୁ ମହାରଣା ଦୁଃଖ କେହି ବୁଝି ନାହାନ୍ତି l ଏ ବିଷୟରେ ଆମେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଜଣାଇଥିଲୁ l ସମସ୍ତେ ପ୍ରତିଶୃତି ଦେଇଛନ୍ତି l ଝୁନୁ ମହାରଣା ଓ ତିନି ପୁତ୍ର ଙ୍କ ର ଯାହା ସମ୍ଭଵ ହେଇପାରିବ ନିଶ୍ଚିତ କରିବେ l ତେବେ ଦେଖା ଯାଉ ଖବର ପ୍ରସାରଣ ହେବା ପରେ ପ୍ରଶାସନ କଣ ସହଯୋଗ କରୁଛି ଝୁନୁ ମହାରଣା ପରିବାର ପାଇଁ ……।

ଢେଙ୍କାନାଳ ଜିଲ୍ଲା ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ବାଣପୁର ଏଜୁକେୟାର ଇଂରାଜୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ !!!

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣା ୧ ମୃତ 

masiha

ରିଷିଡାରେ ସମ୍ବାଦ-ଆମ ଓଡିଶାର ରକ୍ତଦାନ ଶିବିର, ୨୨ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!