ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ରାୟଗଡ଼ା ତା:27.5.2023 //  ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେର ଅଗ୍ରଗତି ତଦାରଖ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ଆଜି ରାୟଗଡ଼ା ଜିଲ୍ଲାରେ ଆସି ପହଂଚି ଅନୁଧ୍ୟାନ କରିଛନ୍ତି । ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ସର୍ଭେର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ଏହା ପରେ ଗୁଡାରି, ଗୁଣପୁର, କୋଳାନାରା ଓ କଲ୍ୟାଣ ସିଂପୁର ବ୍ଲକର ଏବଂ ଗୁଣପୁର, ଗୁଡାରି ବିଜ୍ଞାପିତ ଅଞ୍ଚଳ ସର୍ଭେ କରାଯାଇଥିବା ଫର୍ମ ଗୁଡିକର ଜୟପୁରେ ସ୍କାନିଙ୍ଗ କାର୍ଯ୍ୟ କୁ ଅନୁଧ୍ୟାନ କରିଥିଲେ l ଏହାପରେ ରାୟଗଡ଼ା ବ୍ଲକର ରଫାକଣା, କୁମ୍ଭୀକଟା ଓ କତାପେଟା ଗ୍ରାମମାନଙ୍କରେ ଦ୍ୱାର ଦ୍ୱାର ବୁଲି ସର୍ଭେ କେନ୍ଦ୍ର ଗୁଡିକ ବୁଲି ସର୍ଭେ କାର୍ଯ୍ୟକୁ ତଦାରଖ କରିଥିଲେ । ଫର୍ମପୂରଣ,ବ୍ୟବହୃତ ବିଭିନ୍ନ କୋଡର ସଠିକତା ଆଦି ପର୍ଯ୍ୟବେକ୍ଷଣ ସହ ଅଦ୍ୟାବଧି ପଞ୍ଜିକରଣ ହୋଇନଥିବା ପରିବାରଗୁଡିକ ବିଷୟରେ ତଥ୍ୟ ପଚାରି ବୁଝିଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ରାୟଗଡ଼ା ବ୍ଲକ୍ ନୋଡାଲ ଅଧିକାରୀ ତଥା ରାୟଗଡ଼ା ବି ଡି ଓ ଲକ୍ଷ୍ମନାରାୟଣ ସାବତ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିପିଓ ଗୋପାଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ମେ ୨୧ ଠାରୁ ୨୭ ତାରିଖ ମଧ୍ୟରେ ସ୍ଵତନ୍ତ୍ର ଅଭିଯାନ ମାଧ୍ୟମରେ ସମସ୍ତ ପଛୁଆ ବର୍ଗର ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ସହ ସେମାନଙ୍କ ପଞ୍ଜିକରଣ ନିମନ୍ତେ ପଦ୍ଧକ୍ଷେପ ନିଆଯାଇଥିଲା l ଆସନ୍ତା ମାସ 6ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି ସେର୍ଭେ କାର୍ଯ୍ୟର କରାଯିବ ବୋଲି ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ବେହେରା ଜଣାଇଛନ୍ତି l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନର ରୂପି ନାରାୟଣଙ୍କ ସେବା ଆଶ୍ରମ ଅଧ୍ୟକ୍ଷ ଡ ନୀଳକଣ୍ଠ ପାଢ଼ୀଙ୍କ ସହ ଆଶ୍ରମ କର୍ମକର୍ତ୍ତ ମାନଙ୍କ ମହାନତା

Sunil Chandra Nayak

ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ଉଜ୍ଜଳା ଗ୍ୟାସ ଏଜେନ୍ସିରେ ପଞ୍ଜୀକୃତ ବନ୍ଧୁଗାଁ ବ୍ଲକର ପ୍ରାୟ ୫୦୦୦ ଉଜ୍ଜଳା ଗ୍ୟାସ ଉପଭୋକ୍ତା ହରଡଘଣା ଭିତରେ, ମାସିକ ୪୦୦ ଟଙ୍କା ସିଲିଣ୍ଡର ପିଛା ରିହାତି ପାଇବାରୁ ବଞ୍ଚିତ ଉପଭୋକ୍ତା

masiha

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଦିବସ ପାଳନ 

masiha

Leave a Comment

error: Content is protected !!