ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକସ୍ଵାସ୍ଥ୍ୟ

ଶିଶୁଟିର ଅଣ୍ଡକୋଷ ବୃଦ୍ଧି, ଅଧିକ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଆର୍ଥିକ ଅଭାବ

 ଡାବୁଗାଁ, ୨୭/୫ (ମ.ନି.ସ.)- ଶିଶୁଟିର ଅଣ୍ଡକୋଷ ବୃଦ୍ଧି, ଅଧିକ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଆର୍ଥିକ ଅଭାବ । ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ର ଧାମନାଗୁଡା ପଞ୍ଚାୟତ ଅଧୀନ ଏକମ୍ବା ଗ୍ରାମର କମଳଲୋଚନ ଚଲାନ ଓ ସ୍ତ୍ରୀ ପିଙ୍କି ଚଲାନ ଙ୍କ ୩ ଟି ପୁତ୍ର ସନ୍ତାନ ନେଇ ଏକ ସୁଖୀ ପରିବାର | କମଳଲୋଚନ ପ୍ରତିଦିନ କୁଲି ମଜୁରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି | ୨ ବର୍ଷ ତଳେ ୩ ୟ ପୁତ୍ର ପ୍ରଦୀପ ଚଲାନ ଙ୍କ ଜନ୍ମ ହୋଇଥିଲା | ଜନ୍ମ ପରେ ୧ ବର୍ଷ ପରିବାର ହସ ଖୁସି ର ସହ ଚାଲିଥିଲା | କିନ୍ତୁ ବର୍ଷକ ପରେ ୩ ୟ ପୁତ୍ର ପ୍ରଦୀପଙ୍କ ଅଣ୍ଡକୋଷ ଧୀରେ ଧୀରେ ବୃଦ୍ଧି ଘଟିଥିଲା | ମାତା ପିତା ପୁତ୍ରକୁ ଧରି ପ୍ରଥମେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିଥିଲେ | କିଛି ଦିନ ଚିକିତ୍ସା ପରେ ଡାକ୍ତର ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଅଧିକ ଚିକିତ୍ସା ପାଇଁ ପଠାଇଥିଲେ | କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତର ଚିକିତ୍ସା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇଥିଲେ | ସେଠାରେ କିଛି ଦିନ ଚିକିତ୍ସା ପରେ ଅର୍ଥାଭାବରୁ ପୁଅ କୁ ଧରି ନିଜ ଘରକୁ ଚାଲି ଆସିଥିଲେ କମଳଲୋଚନ | ଯଦି ସରକାରୀ ସାହାଯ୍ୟ ମିଳେ ତାହାହେଲେ ଶିଶୁଟିର ଅସ୍ତ୍ରୋପ୍ରଚାର କରିପାରିବେ ବୋଲି କମଳଲୋଚନ ନିବେଦନ କରିଛନ୍ତି | ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜିଲା ସଂଯୋଜକ ଫିରୋଜ ବାଘ ଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଗ୍ରାମକୁ ଆମର ଟିମ ପଠାଇ ଶିଶୁଟିର ଅସ୍ତ୍ରୋପ୍ରଚାର ପାଇଁ ବ୍ରହ୍ମପୁର ପଠାଇବା ପାଇଁ ବ୍ୟବସ୍ଥା କରାଯିବ | ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଶିଶୁଟିର ମାଗଣା ଚିକିତ୍ସା କରାଯିବ ବୋଲି କହିଥିଲେ ।

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡୋକାରିଚଞ୍ଚରା ଠାରେ ଏଲଆଇସି ଅଭିକର୍ତ୍ତାଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

Sunil Chandra Nayak

ଜନସେବା କେନ୍ଦ୍ରରେ ଗରିବଙ୍କ ଆବାସ ୱାର୍କ ଅର୍ଡର ପାଇବା ପାଇଁ ହିତାଧିକାରୀ ଙ୍କ ଲମ୍ବା ଲାଇନ, ଜଣ ପିଛା ୫୦ ଟଙ୍କା ଆଦାୟ କରି କରୁଛନ୍ତି ଜନସେବା

Sunil Chandra Nayak

ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଧର୍ମଗଡ ବ୍ଲକ ଅଞ୍ଚଳ 

masiha

Leave a Comment

error: Content is protected !!