ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ବାଲେଶ୍ଵର,୧୯/୬/୨୩- ବାଲେଶ୍ୱର ଜିଲା ଖଇରା ବଜାରରେ ତା ୧୮/୬/୨୩ ରିଖ ରବିବାର ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାଶଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ସମାଜ ପ୍ରତିନିଧି କୈଳାସ ଚନ୍ଦ୍ର ଦାସଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନଙ୍କ ସହ ଅଞ୍ଚଳ ବାସୀମାନେ ମିଶି ପ୍ରଥମେ ଶୋଭାଯାତ୍ରାରେ ଖଇରା ବଜାର ପରିକ୍ରମା କରିବା ସହ ବୈଦ ପୋଖରୀରେ ତିଳ ଦର୍ପଣ କାର୍ଯ୍ୟ ସମ୍ପୂର୍ଣ କରି ଉତ୍କଳମାଣିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞ୍ୟାପନ କରିଥିଲେ । ପରେ ଖଇରା ଦୁର୍ଗା ମଣ୍ଡପରେ ଥିବା ଗୋପବନ୍ଧୁ, ଜାତୀୟ ପିତା ଓ ବୀରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ଅଵସରପ୍ରାପ୍ତ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ, ଅଵସରପ୍ରାପ୍ତ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ, ରଘୁନାଥ ପତ୍ରୀ, ଅନ୍ତର୍ଯ୍ୟାମୀ ପାତ୍ର, ଜଗଦାନନ୍ଦ ମହାପାତ୍ର, କରୁଣାକର ମହାନ୍ତି, ରାଧାକାନ୍ତ ପାତ୍ର, ସାମ୍ବାଦିକ ଅନାମଚରଣ ପଣ୍ଡା, ସଞ୍ଜୟ ବେହେରା, ପଦ୍ମଲୋଚନ ଦାସ, ଦେଵବ୍ରତ ଦାସ, ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର ପ୍ରସାଦ କବି, ପଦ୍ମନାଭ ପଣ୍ଡା, ସଂକୀର୍ତନ ପଣ୍ଡା, ଅଵସରପ୍ରାପ୍ତ ଅଧ୍ୟକ୍ଷ ବସନ୍ତ କୁମାର ଖିଲାର ପ୍ରମୁଖ ଯୋଗଦେଇ ପ୍ରଥମେ ନଗର ସଂର୍କୀତନ ,ବଜାର ପରିକ୍ରମା, ବୈଦି ପୋଖରୀରେ ତିଳତର୍ପଣ କରାଯିବ ପରେ ଦୁର୍ଗାମଣ୍ଡପ ପରିସରରେ ଥିବା ଗୋପବନ୍ଧୁ, ଗାନ୍ଧୀ ଓ ଵିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୂଜାଅର୍ଚ୍ଚନା କରାଯାଇଥିଲା । ଏହି ଅବସରେ ଉତ୍କଳମଣିଙ୍କର ଆମ ମାନବ ଜାତି ପ୍ରତି ଛାଡି ଯାଇଥିବା ଭଲପାଇବା, ସ୍ନେହ ମମତା ଓ ଭଲପାଇବା ଉପରେ ବକ୍ତବ୍ୟ ପ୍ରଦାନ ସମସ୍ତଙ୍କ ପାଇଁ ଅତି ସୁନ୍ଦର ଓ ଶିକ୍ଷଣୀୟ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡ ବିଜୟ କେତନ ଉପାଧ୍ୟାୟ ଙ୍କ ନବରଙ୍ଗପୁର ଜିଲ୍ଲାକୁ ଗସ୍ତ

masiha

ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ଓଡିଶାଙ୍କ ଦୁଇଦିଆ ରାୟଗଡ ଜିଲ୍ଲା ଗସ୍ତ 

masiha

ବିଶୋଇରେ ଟିପିଏନଓଡିଏଲ ବିଦ୍ୟୁତ ସୁରକ୍ଷା ସପ୍ତାହ

Leave a Comment

error: Content is protected !!