ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ୨୦୫ ୟୁନିଟ ରକ୍ତ ସଂଗ୍ରହ

କୋକସରା,୧୮/୬- ପ୍ରାନ୍ତିୟ ମାରୱାଡି ଯୁବାମଞ୍ଚ ଆନୁକୂଲ୍ୟରେ ୧୧ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ରକ୍ତଦାନ ଅଭିଯାନ ଜାରି ରହିଥିବା ବେଳେ କୋକସରା ବ୍ଲକ ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ରବିବାର ମେଗା ରକ୍ତଦାନ ଶିବିର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଲଡୁଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ଗିରିଶ ଚନ୍ଦ୍ର ରାଉତ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଲଡୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ରଜତ ସୌମ୍ୟ ଅନୁରାଗ ଯୋଗଦେଇ ରକ୍ତଦାନ ଶିବିର ଉଦଘାଟନ କରିବା ସହ ମାରୱାଡି ଯୁବାମଞ୍ଚର ଏହି ପ୍ରୟାସକୁ ସ୍ୱାଗତଯୋଗ୍ୟ ପଦକ୍ଷେପ କହିବା ସହ ଏହିଭଳି ରକ୍ତଦାନ ଶିବିର ଆୟୋଜନ ଫଳରେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଜରୁରୀ ସମୟରେ ଦରକାର ଥିବା ରକ୍ତର ଅଭାବ ଦୁର ହେବ ବୋଲି କହିଛନ୍ତି। ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ପ୍ରମୁଖ ଭୂମିକା ରହିଥିବା ବେଳେ, କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଓ ବିଭିନ୍ନ ସ୍ବେଛାସେବୀ ସଂଗଠନ, ଯୁବକ ସଙ୍ଗଠନ ପକ୍ଷରୁ ରକ୍ତଦାନ କରାଯାଇଛି। ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ସଭାପତି ପଙ୍କଜ ଅଗ୍ରୱାଲ, ସମ୍ପାଦକ ରୋନକ ଅଗ୍ରୱାଲ, ସଂଯୋଜକ ଅଙ୍କିତ ଅଗ୍ରୱାଲ, ସହ ସଂଯୋଜକ ବିକାଶ ଅଗ୍ରୱାଲ, ରାଜ୍ୟ ସଂଯୋଜକ ଗଣେଶ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା, ପ୍ରିନ୍ସ ଅଗ୍ରୱାଲ, ଗୌତମ ଅଗ୍ରୱାଲ, ଅଙ୍କୁଶ ଅଗ୍ରୱାଲ , ପିଙ୍କୁ ଅଗ୍ରୱାଲ, ଅଜୟ ତାୟଲ,ବି ବେକ ତାୟଲ, ମହେନ୍ଦ୍ର ଗୋୟଲ, ଶୁଭମ ଅଗ୍ରୱାଲ, ଅଭୟ ତାୟଲ, ବିକ୍ରମ ଗୋୟଲ, ନାନକ ଅଗ୍ରୱାଲ ପ୍ରମୁଖ ରକ୍ତଦାନ ଶିବିର ଆୟୋଜନ ନେତୃତ୍ୱ ନେଇଥିଲେ। ଆଗକୁ ମଧ୍ୟ ଏହିଭଳି ସାମାଜିକ କାର୍ଯ୍ୟକ୍ରମ ମାରୱାଡି ଯୁବାମଞ୍ଚ ପକ୍ଷରୁ ଜାରି ରହିବ ବୋଳି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।ଏହି ରକ୍ତଦାନ ଶିବିରରେ ମୋଟ ୨୦୫ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଧର୍ମଗଡ ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାନ ଶିବିରରେ ଆଶା କର୍ମି ଓ ଡାକ୍ତରଖାନାର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଏକତା ଓ ଜେପି ହସପିଟାଲ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

Sunil Chandra Nayak

ପାଟଣାଗଡ ଲାୟନ୍ନ କ୍ଲବ ତରଫରୁ ମାଗଣା ମେଡିକାଲ କ୍ୟାମ୍ପ ସହ ଔଷଧ ବଣ୍ଟନ 

masiha

ଲୋକେ ସହଜରେ ଚକ୍ଷୁଦାନ କରିପାରିବେ

Sunil Chandra Nayak

Leave a Comment

error: Content is protected !!