ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶୁଭ ସ୍ମିତା ମୁଦୁଲି ଙ୍କ କବିତା = ଯାହାଙ୍କ ପାଇଁ ଆସିଛି ମୁଁ ଦୁନିଆକୁ

ଯାହାଙ୍କ ପାଇଁ ଆସିଛି

                        ମୁଁ ଦୁନିଆକୁ

  ବାପା ମୋର ସେ ବାପା
 ଯାହା ପାଇଁ ଦେଖିଛି ମୁଁ ସଂସାରକୁ
  ବାପା ମୋର ସେ ବାପା
ଯାହା ପାଇଁ ରାତିରେ ଶୋଉଛି ମୁଁ ଶାନ୍ତିରେ
  ବାପା ମୋର ସେ ବାପା
 ଯାହା ପାଇଁ ଖାଉଛି ମୁଁ ପେଟ ଭରି
  ବାପା ମୋର ସେ ବାପା
ଯାହା ପାଇଁ ଡରୁନି ଆଜି ମୁଁ କାହାକୁ
  ବାପା ମୋର ସେ ବାପା
ଯାହା ପାଇଁ ସାହସ ଭରିଛି ମୋ ଛାତିରେ
  ବାପା ମୋର ସେ ବାପା
ଯିଏ ମୋ ଖୁସି ରେ ଖୁସି ହୋଇ ହସେ ଭିତରେ
 ବାପା ମୋର ସେ ବାପା
 ଯିଏ ଦୁଃଖରେ ଦୁଃଖୀ ନହୋଇ
ଦେଖାଏ ସାହସ ସଦା ମୁଁ ଅଛି ବୋଲି
  ବାପା ମୋର ସେ ବାପା
ଅତି ଶରଧା ରେ ଗଢ଼େ ଯିଏ ଘର
କରି ରଖେ ସଭିଙ୍କୁ ଏକ ପରିବାର
  ଦେଇ ନିଜ ପରିଚୟ

ଶୁଭ ସ୍ମିତା ମୁଦୁଲି

ଜଟଣି , ଖୋର୍ଦ୍ଧା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ଜଗଜ୍ୱିବନ ସା ଙ୍କ କବିତା = ଧ୍ବଂସ ମୁଖୀ ମାନବ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା // ତୁମ ପାଇଁ

Sunil Chandra Nayak

Leave a Comment

error: Content is protected !!