ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା _ _ ଜଣାଣ _ _

_ _ ଜଣାଣ _ _

  ମାନଗୋବିନ୍ଦ ସ୍ବାଇଁ

ଏଇ ଦେହ ଗାଡ଼ି ପ୍ରଭୁ ମୋ ଚାଳକ
   ଯେଉଁ ଆଡେ ନେବ ଡାକି
ସେହି ପଥ ଯିବି ଆଗକୁ ଆଗକୁ
        ଭଜୁ ଥୁବି ନାମ ଜପି।
ଶରୀର ପବନ ଚାଲେ ଦିନ ରାତି
     ରବି ସମ ତାହା ଶକ୍ତି
ଅଳସ ହୋଇନି ଜୀବନ ମଧ୍ୟରେ
      ପବନ ଆହାର ପ୍ରୀତି।
ମୋ ମନ ମନ୍ଦିର ଆତ୍ମା ମୋ ଦେବତା
        ପୂଜା ମୋର ସବୁ ଦିନ
ପ୍ରାର୍ଥନା କରୁଛି ଜଣାଣ ଭଜନ
       ଦୁଃଖ ହେଉ ଅବସାନ।
ଜୀବନ ମୋ ତୀର୍ଥ ଭ୍ରମଣ କରୁଛି
     ସାରା ଏଇ ମୋ ଜଗତ
ଶ୍ରବଣ କୀର୍ତ୍ତନେ ପବିତ୍ର ହେଉଛି
     ମୋ ଭାବର ଜଗନ୍ନାଥ।
ଜୀବନ ଝଡ଼ରେ ଆସେ କେତେ ଝଡ଼
       ସହିବାକୁ ହୁଏ ବେଳ
ଧର୍ଯ୍ୟ ରେ ରହିଛୁ ଧର୍ଯ୍ୟ ରେ ବଞ୍ଚିବା
      ଭଗବାନ ମୋର ବଳ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ରତିନାରାୟଣ ରାଉତ ଙ୍କ କବିତା//ପୁଷୁପୂନେଇ

Sunil Chandra Nayak

ଡୁଇଟ ଡେଭିଡ ଫୀଳିପ ଙ୍କ କବିତା//ମୋ ଯିଶୁ //

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା // ସନେଟରେ ପ୍ରକୃତ ବନ୍ଧୁ

Sunil Chandra Nayak

Leave a Comment

error: Content is protected !!