ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀ ଟି॰ବି॰ମୁକ୍ତ ଭାରତ ଅଭିଯାନରେ ଇମ୍ଫାଦ୍ଵାରା ଯକ୍ଷ୍ମାରୋଗୀ ଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ

ଥେରୁବାଲି-୧୨/୦୭/୨୦୨୩  //ରାଜ୍ୟ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନସ୍ଥ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ପ୍ରସ୍ତାବକ୍ରମେ ଇମ୍ଫା-ଥେରୁବାଲି ସରକାରଙ୍କ ପ୍ରଧାନମନ୍ତ୍ରୀ ଟି॰ବି॰ ମୁକ୍ତ ଭାରତ ଅଭିଯାନରେ ଯୋଗଦାନ କରି ଇମ୍ଫା ଡାକ୍ତରଖାନାରେ ପଞ୍ଜୀକୃତ ଓ ଚିକିତ୍ସାଧୀନ ଥେରୁବାଲି ଅଞ୍ଚଳର ୧୦ ଜଣ ଯକ୍ଷ୍ମାରୋଗୀଙ୍କୁ ସେମାନଙ୍କ ଶାରୀରିକ ପୃଷ୍ଟିହୀନତାର ଦୂରୀକରଣ ପାଇଁ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମାପଦଣ୍ଡ ଅନୁଯାୟୀ ଅଧିକ ଗୁଣବତ୍ତା ସମ୍ପର୍ଣ୍ଣ ପୃଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ୟାକେଟ କାରଖାନା ପରିସରରେ ଥିବା ବିଶ୍ଵକର୍ମା ଭବନରେ ନିରାଡମ୍ବରଭାବେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଇମ୍ଫା ର ଉପସଭାପତି ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମାନ ଆଶିଷ କୁମାର ରାୟ ଯୋଗ ଡେଇଁ “ଟି॰ବି॰ ମୁକ୍ତ ଥେରୁବାଲି ଆମର ଲକ୍ଷ୍ୟ ଓ ସମସ୍ତେ ଏଥିରେ ଭାଗୀଦାରୀ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ରାୟଗଡସ୍ଥିତ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର ମମତା ସାହୁ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଟି॰ବି॰ ମୁକ୍ତ ଭାରତ ଅଭିଯାନରେ ଇମ୍ଫାର ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଥିବା ବେଳେ କୋଳନରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଡାକ୍ତର ଜି॰ଶୈଳଜା ଇମ୍ଫା ଦ୍ଵାରା ସ୍ତାନୀୟ ଅଞ୍ଚଳରେ କରାଯାଉଥିବା ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ର ଭୂଯସୀ ପ୍ରସଂଶା କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀମତୀ ସସ୍ମିତ ମହାରଣା, ସୁପରଭାଇଜର , ମହମ୍ମଦ ମୁସ୍ତାକ ଓ ଶ୍ରୀ ନବୀନ ରାଉତ ଯୋଗ ଦେଇଥିଲେ । ଜନୈକ ହିତାଧିକାରୀ  , ମୋ ଭଳି ଜଣେ ଗରିବ ଯକ୍ଷ୍ମାରୋଗୀକୁ ପୁଷ୍ଟିର ବିକାଶ ପାଇଁ ମୋତେ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇଥିବାରୁ ଇମ୍ଫା କର୍ତ୍ତୁପକ୍ଷ୍ୟଙ୍କ ନିକଟରେ ଚିର କୃତଜ୍ଞ “ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମାନ କଲୋଳ କୁମାର ନାୟକ , ଉପ-ମହାପ୍ରବନ୍ଧକ (କାର୍ମିକ ଓ ପ୍ରଶାସନ ) ଓ ଅନ୍ୟ ବିଭାଗର ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡାକ୍ତର ପ୍ରଶାନ୍ତ କୁମାର କରଙ୍କ ପ୍ରତ୍ୟେକ୍ଷ୍ୟ ତତ୍ତ୍ବାବଧାନରେ ଇମ୍ଫା ର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ପରିଚାଳନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

ଯୁବ ହଷ୍ଟେଲସ ଓ କେୟାର ହସ୍ପିଟାଲ ତରଫରୁ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର

Sunil Chandra Nayak

କାର୍ଲି ଗ୍ରାମରେ କିଡ୍ନୀରୋଗ ରେ ଆକ୍ରାନ୍ତ ହୋଇ ଆଠଜଣ ମୃତ୍ୟୁ ବରଣ କରିଥିବା ବେଳେ ଆହୁରି ସାତ ଜଣ ଆକ୍ରାନ୍ତ

Leave a Comment

error: Content is protected !!